ହରହରି ମହାବୀରଙ୍କ ଦଶମବାର୍ଷିକ ଯଜ୍ଞୋତ୍ସବ ଉଦଯାପିତ

ରାଜ୍ୟ
Share

ଝଙ୍କଡ଼  : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ଗ୍ରାମ ପଞ୍ଚାୟତ, ବଡିଜଙ୍ଗା ଗ୍ରମରେ, ପୂଣ୍ୟତୋୟା ହଂସୁଆ ନଦୀ ର ବେଳାଭୂମିରେ ଗତ ଅପ୍ରେଲ ୧୩ ତାରିଖ ଠାରୁ ଶୁଭାରମ୍ଭ ହୋଇଥିବା ୧୦ମ ବାର୍ଷିକ ଯଜ୍ଞୋତ୍ସବ୍, ଗୁରୁବାର ଦିନ, ବିପୁଳ ଜନସମାଗମ ମଧ୍ୟରେ ପୂର୍ଣ୍ଣାହୂତି ପ୍ରଦାନ କରାଯାଇ, ଉଦଯାପିତ ହୋଇଯାଇଛି।

ଯଜ୍ଞକମିଟି, ବଡିଜଙ୍ଗା ଗ୍ରାମବାସୀ ଓ ନୃସିଂହନାଥ ପ୍ରଗତି ସଙ୍ଘ ମିଳିତ ଆନୁକୂଲ୍ୟରେ ଆୟୋଜିତ ବିଶ୍ୱଶାନ୍ତି ମହାଯଜ୍ଞ ରେ ମୂଖ୍ୟଆଚାର୍ଯ୍ୟ ପଣ୍ଡିତ ସୌମ୍ୟ ପ୍ରକାଶ ତ୍ରୀପାଠୀ , ପୁସ୍ତକl ଚାର୍ଯ୍ୟ ପଣ୍ଡିତ ଅଜିତ କୁମାର ଦାଶ , ଉପଆଚାର୍ଯ୍ୟ ସ୍ବପ୍ନ ସାଗର ଦାଶ, ଓ ମଣ୍ଡକ ଆଚାର୍ଯ୍ୟ ସତ୍ୟବ୍ରତ ଦାଶ ଙ୍କ ସମେତ ନିତ୍ୟପୂଜକ ବେଣୁଧର ଶତପଥୀ ପ୍ରମୁଖ ଯଜ୍ଞ କାର୍ଯ୍ୟ ପରିଚାଳନା କରିଥିବା ବେଳେ, ଅନୁଷ୍ଠାନର ଉପଦେଷ୍ଟା ପ୍ରଦୀପ୍ତ କୁମାର ସ୍ଵାଇଁ ଓ ପ୍ରିୟଙ୍କା ସ୍ଵାଇଁ କର୍ତ୍ତା କର୍ତ୍ତ୍ରି ଭାବେ ଅଂଶ ଗ୍ରହଣ କରିଥିଲେ।

ଏହି ଉପଲଖେ ପ୍ରତିଦିନ ନାମ ସଙ୍କୀର୍ତ୍ତନ , ଆଧ୍ୟାତ୍ମିକ ପ୍ରବଚନ, ପ୍ରତିଭା ସମ୍ବର୍ଦ୍ଧନା, ଅଧ୍ୟାତ୍ମିକ ନୃଟୀସଙ୍ଗୀତ ଓ ସମୁହ ପ୍ରାସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କମିଟି ର ସଭାପତି ବିଭୁତି ଭୁଷଣ ସ୍ଵାଇଁ , ନିରଞ୍ଜନ ମଲ୍ଲ, ଦୋଳଗୋବିନ୍ଦ ସାହୁ , ସଞ୍ଜୟ ରାଉତ, ଦେବେନ୍ଦ୍ର ସ୍ଵାଇଁ, ପ୍ରଶାନ୍ତ ସ୍ଵାଇଁ, ସୁବାଷ ସ୍ଵାଇଁ, ସୁମନ ସ୍ଵାଇଁ , ବୈକୁଣ୍ଠ ଲେଙ୍କା, ନିତ୍ୟାନନ୍ଦ ରାଉତ, ପୂର୍ଣ୍ଣଚନ୍ଦ୍ର ସେଠୀ, ଦେବେନ୍ଦ୍ର ବାରିକ , ରାଜା ବାରିକ , ଧର୍ମେନ୍ଦ୍ର ସ୍ଵାଇଁ, ଅଜୟ ସ୍ଵାଇଁ , ଅଜୟ ରାଉତ , ମିଟୁନା ଲେଙ୍କା, ଦେବାଶିଷ ସାହୁ , ନରେନ୍ଦ୍ର ବାରିକ , ସୋନିତା ଲେଙ୍କା, ସାରଦା ପ୍ରାସାଦ ବାରିକ, ବିକାଶ ସ୍ଵାଇଁ ଓ ସ୍ୱୟଂଦିପ୍ଟ ସ୍ଵାଇଁ ପ୍ରମୁଖ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ତେବେ ଏହି ମହାନ ଆଧ୍ୟାତ୍ମିକ ସାରସ୍ଵତ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଭକ୍ତି ଭାବମୟ ପରିବେଶ ସୃଷ୍ଟି କରିଥିଲା

Leave a Reply

Your email address will not be published. Required fields are marked *