ମୁଳିସିଂହ ବାଗରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ବହୁ ବନ୍ୟ ପ୍ରାଣୀ ଜୀବନ୍ତ ଦଗ୍ଧ

ରାଜ୍ୟ
Share

ଝଙ୍କଡ଼ :  ପ୍ରଚଣ୍ଡ ରୌଦ୍ରତାପରେ, ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମୁଳିିସିଂହ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଓ ବାବା ନାଗେଶ୍ଵର ଙ୍କ ପୀଠ ସ୍ଥିତ ବାଗରେ ଗତ ଶନିବାର ଦିନ ମଧ୍ୟାହ୍ନରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଶତାଧିକ ଜଙ୍ଗଲଗଛବ୍ରୁକ୍ଷ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଏଥି ସହିତ ଏହି ନିଆଁ ରେ କେତେକ ବନ୍ୟ ପ୍ରାଣୀ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଥିବାର, ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଏହି ଭୟାନକ ଅଗ୍ନିକାଣ୍ଡ ଦେଖିବା ମାତ୍ରେ ତିର୍ତ୍ତୋଲ ଅଗ୍ନିସମ୍ ବିଭାଗ କୁ ଖବର ପଠାଇଥିଲେ। ଖବର ପାଇବାପରେ, ଫେୟାର ଷ୍ଟେସନ ର ଦୁଇଟି ଧମକଳ ସହିତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ, ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ ମଧ୍ୟ ସେମାନେ ପହଞ୍ଚିବା ପୂର୍ବରୁ ବହୁ ଗଚ୍ଛବୃକ୍ଷ ନଷ୍ଟ ହୋଇଯାଇଥିଲା। ତେବେ ଏହି ଅଗ୍ନିକାଣ୍ଡ ଏକ ମନୁଷ୍ୟକୃତ୍ୟ ହୋଇଥାଇ ପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଅଛି।

Leave a Reply

Your email address will not be published. Required fields are marked *