ରଜନୀ ରାଣୀ ମହାନ୍ତି : ଜଣେ ସ୍ନେହୀ ମାଆଙ୍କ ବିୟୋଗରେ….

ରାଜ୍ୟ
Share

ମାଇଁ ନୁହଁ ତୁମେ ମୋର ମାଆ !

୧୯୪୦ ମସିହା ଜୁନ୍ ମାସ ୧୪ ତାରିଖରେ ତୁମେ ପାଦଥାପିଥିଲ ଏ ଧରା ପୃଷ୍ଠରେ | ଆଉ ଚାଲିଗଲ ଗତ ଏପ୍ରିଲ ୨୨ ତାରିଖ ଦିନ | ଧରିତ୍ରୀ ବକ୍ଷରେ ତମର ଏ ଜୀବନଯାତ୍ରା ଥିଲା ଏକ ଅନନ୍ୟ ସ୍ନେହର ଧାରା | ଶ୍ରଦ୍ଧାରେ ତୁମେ ତୁମ ପୁଅକୁ ଡାକୁଥିଲ ଲଡ଼ୁ ଆଉ ମୋତେ ଜଲପି |

ମାଇଁ ଗୋ !  ତୁମେ ଚାଲି ଗଲାପରେ ଲଡ଼ୁ ଜଲପି ଡାକିବା ସ୍ତବ୍ଧ ହୋଇଗଲା | ଦାଣ୍ଡ, ବାରି ବୁଲି ବୁଲି ଆଉ ସେ ସ୍ମୁତି ମଧୁର ଡାକ ଶୁଭିବନାହିଁ | ତୁମ ପୁଅ ଲଡ଼ୁର ଜନ୍ମଦିନର ଏକ ମାସ ପରେ ଜନ୍ମ ଦେଇଥିଲା ମୋର ମାଆ | ସେଇଥିପାଇଁ ଲଡୁ ସାଥିରେ ଜଲପି ନାମକରଣ କରିଥିଲ ତୁମେ ମୋର | ମୋ ମାଆର ଅସୁସ୍ଥତା କାରଣରୁ ତୁମେ ମୋର ଲାଳନ ପାଳନ କରିଥିଲ ଯେଉଁଥିପାଇଁ ଏ ଜନ୍ମ କଣ ସାତଜନ୍ମ ଯାଏଁ ମୁଁ ତୁମ ଋଣ ଶୁଝି ପାରିବିନି |

ମାଇଁ ! ଚାହୁଁ ଚାହୁଁ ଏଗାର ଦିନ ବିତିଗଲା ତୁମର ଶୂନ୍ୟତା ଆମପାଇଁ ସର୍ବଦା ଅପୂରଣୀୟ | ତୁମର ସ୍ମୃତି କୁ ପାଥେୟ କରି ଆମେ ଯାହା ବଞ୍ଚି ରହିଲୁ | ତୁମର ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା ଆମ ପାଇଁ ମାର୍ଗଦର୍ଶିକା ସାଜିବ | ତୁମେ ପରମ ଦେବତୁଲ୍ୟ ଓ ସର୍ବଦା ବନ୍ଦନୀୟା |

ତୁମର ଅମର ଆତ୍ମାର ସଦ୍‌ଗତି କାମନା ନିମନ୍ତେ, ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ଓ ମା କଟକ ଚଣ୍ଡୀ ଙ୍କ ଶ୍ରୀଚରଣେ ଅଶ୍ରୁଭରା
ବିନମ୍ର ପ୍ରାର୍ଥନା

ତୁମର ଆଦରର ଜଲପି
ପ୍ରଦୀପ ଦାସ

ପ୍ରତିଷ୍ଠାତା ସଂପାଦକ, ନଗରଖବର ପ୍ରିଣ୍ଟ ଏଣ୍ଡ ଅନ୍‌ଲାଇନ ମିଡ଼ିଆ
ହେମରାଜ ସପ୍ଲାଇ ଆଣ୍ଡ ପବ୍ଲିଶିଙ୍ଗ, ହେମରାଜ – ଶରତବାଳା ଫାଉଣ୍ଡେସନ

Leave a Reply

Your email address will not be published. Required fields are marked *