ଝଙ୍କଡ଼ : ପ୍ରସିଦ୍ଧ ତଥା ପ୍ରାଚୀନ ବାଣୀ କ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ଚନ୍ଦନ ଯାତ୍ରା ଉପଲକ୍ଷେ ବ୍ୟବହୃତ ହେଉଥିବା ଚାପଖେଳ ଡଙ୍ଗା ଟି ଜରାଜୀର୍ଣ୍ଣ ହୋଇଯାଇ ଥିବାରୁ ,ସାରଳା ମଣ୍ଡଳ କୈବର୍ତ୍ତ ମହାସଂଘ ତରଫରୁ, ଦୀର୍ଘ ମାସ ମାସ ଧରି, କୁଶଳୀ କାରିଗର ମାନଙ୍କ ଦ୍ଵାରା ନିର୍ମିତ ହେଇଥିବା ଏକ ନୂତନ ଡଙ୍ଗା ର ସମର୍ପଣ ଉତ୍ସବ, ଗତ ରବିବାର ଦିନ ଅପରାହ୍ନରେ, ମହା ସମରୋହ ରେ ଅନୁଷ୍ଠିତ ହୋଇଯାଇଛି ।
ଏହି ନୂତନ ଡଙ୍ଗା ଟି ଶାରଳାପୀଠ କନକପୁର ବସନ୍ତବଗିଚା ନିକଟରେ ପହଞ୍ଚିବା ପରେ ,ମୂଳିସିଂହ, ଓଲେଇପଡ଼ା , ବିରିତୋଲ ,ଜଗତସିଂହପୁର ପାଣିଶାଳିଆ , ପୂରଣ ବାସୁଦେଇପୁର ଓ କୁଜଙ୍ଗ ଗଣ୍ଡିକି ପୁର ଅଞ୍ଚଳର କୈବର୍ତ୍ତ ସଂପ୍ରଦାୟ ର ୧୦ ଗୋଟି ବସ୍ତ୍ରମଣ୍ଡିତ ଘୋଡ଼ା,ଏବଂ ନାଚ ଦଳ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ରେ, ମାଆଙ୍କ ପୀଠ ସ୍ଥଳି କୁ ପାଛୋଟି ନେଇଥିଲେ। ଘଣ୍ଟ ଘଣ୍ଟା କାହାଳୀ, ଢୋଲ ମହୁରୀ, ନାମ ସଙ୍କୀର୍ତ୍ତନ ଓ ହରିବୋଲ ହୁଳହୁଳି ଧ୍ବନିରେ, ଝଙ୍କଡ ର ଗାଁ ଦାଣ୍ଡ ପ୍ରକମ୍ପିତ ହୋଇ ଉଠିଥିଲା। ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ମା ସାରଳା ଙ୍କ ପଣ୍ଡା ସେବକ ଓ ମନ୍ଦିର ପ୍ରଶାସନ ତରଫରୁ ଏହି ଶୋଭାଯାତ୍ରାକୁ ସ୍ବାଗତ କରାଯାଇଥିବାର , ଦେଖିବାକୁ ମିଳିଥିଲା !
ତେବେ ଡଙ୍ଗାନିର୍ମାଣ ହୋଇଥିବା ସ୍ଥାନ ପାରାଦୀପଗଡ ରୁ ଏହି ଶୋଭାଯାତ୍ରା ବାହାରି, ପଥପ୍ରାନ୍ତରେ ବନ୍ଦାପନା କରଯାଇଥିବା ବେଳେ ରାତ୍ର ୮ ଟା ବେଳେ ସାରଳାପୀଠରେ ପହଞ୍ଚିଥିଲା। ସାରଳାମଣ୍ଡଳ କୈବର୍ତ୍ତ ମହାସଂଘ ର ସଭାପତି ପ୍ରହ୍ଲାଦ ଚନ୍ଦ୍ର ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି କୈଳାଶ ଚନ୍ଦ୍ର ବେହେରା , କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ବେହେରା , ନିଖିଳ ଉତ୍କଳ କୈବର୍ତ୍ତ ମହାସଭା ର କେନ୍ଦ୍ରୀୟ ଉପସଭାପତି ପ୍ରସନ୍ନ କୁମାର ବେହେରା, ସମ୍ପାଦକ ମନୋରଞ୍ଜନ ପଲାଇ, ସଙ୍ଗଠନ ସମ୍ପାଦକ ପ୍ରଦୀପ ବେହେରା ଙ୍କ ସମେଟ ସମସ୍ତ କର୍ମକର୍ତ୍ତା , ସଦସ୍ୟ ଓ କୈବର୍ତ୍ତ ସଂପ୍ରଦାୟ ର ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତମାନେ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥଲେ । ସାରଳା ମନ୍ଦିରର ମୂଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା , ପରିଚ୍ଛା ପଣ୍ଡିତ ସୁଦାମ ଚରଣ ପଣ୍ଡା ଙ୍କ ସମେତ ସମସ୍ତ ପଣ୍ଡା ସେବକ ଙ୍କ ସମେତ ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟ ରଞ୍ଜନ ପରିଜା, ବରଦା ପ୍ରସାଦ ମହାନ୍ତି , ତିର୍ତ୍ତୋଲ ଥାନା ଆଇ ଆଇ ସି ଅଭିମନ୍ୟୁ ନାୟକ , କନକ ପୁର ପୋଲିସ ଫାଣ୍ଡି ଅଧିକାରୀ ରାଜେନ୍ଦ୍ର କୁମାର ଭୋଳ ପ୍ରମୁଖ ସାରଳାପୀଠରେ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା ସମସ୍ତ କର୍ମକର୍ତ୍ତା ଓ କଳାକାର ମାନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ !