ମୁଖ୍ୟମନ୍ତ୍ରୀଙ୍କୁ ଅଦ୍ରିଜାଙ୍କ ପ୍ରଶ୍ନ; ମୋ ଉପରେ ଅତ୍ୟାଚାର ହୋଇଛି ଜାଣି ବି ସେ ପରିବାରଙ୍କୁ ଟିକେଟ କେମିତି ଦେଲେ ?

ରାଜ୍ୟ
Share

ଭୁବନେଶ୍ବର: ନବୀନ ବାବୁ କହୁଛନ୍ତି, ସେ ମହିଳାଙ୍କ ଉନ୍ନତି ପାଇଁ କାମ କରୁଛନ୍ତି । ସେ ପରିବାର ମୋ ସହ ଅତ୍ୟାଚାର କରିଛି । ସେ ଏହା ଜାଣି ବି ଟିକେଟ ଦେଲେ କେମିତି? ଏମିତି କିଛି କହି ନିଜ କ୍ଷୋଭ ପ୍ରକାଶ କରିଛନ୍ତି ବିଜେଡି ନେତା ଅର୍କେଶ ସିଂଦେଓଙ୍କ ପତ୍ନୀ ତଥା ଏୟୁ ସିଂଦେଓଙ୍କ ବୋହୂ ଅଦ୍ରିଜା ମଂଜରୀ ସିଂଦେଓ ।

ଅଦ୍ରିଜାଙ୍କ ଦେଢ଼ଶୂର କଳିକେଶଙ୍କୁ ବଲାଙ୍ଗିର ବିଧାନସଭାରୁ ପ୍ରାର୍ଥୀ କରିଛି ବିଜେଡି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କିଛି ଏପରି ପ୍ରଶ୍ନ କରିଛନ୍ତି ଅଦ୍ରିଜା । ମୋ ନିର୍ଯାତନା ଜାଣି କିଭଳି ପରିବାରକୁ ଟିକେଟ ଦେଲେ ବୋଲି ପ୍ରଶ୍ନ କରିଛନ୍ତି ଅଦ୍ରିଜା। ସେ ଆହୁରି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି, ଯଦି ମୋତେ ନ୍ୟାୟ ମିଳୁନି, ଅନ୍ୟମାନଙ୍କ ଅବସ୍ଥା କଣ ଥିବ? ଏପରିକି ମୁଁ ବଲାଙ୍ଗିରରେ ବୁଲିବି, ମୋ ନିର୍ଯାତନା କାହାଣୀ ଲୋକଙ୍କୁ କହିବି ବୋଲି କହିଛନ୍ତି ଅଦ୍ରିଜା।

୨୦୧୯ ନିର୍ବାଚନରେ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅର୍କେଶ ସିଂହଦେଓ ବିଧାୟକ ପ୍ରାର୍ଥୀ ଓ ଦେଢଶୂର କଳିକେଶ ନାରାୟଣ ସିଂହଦେଓ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ। ସେତେବେଳେ ସ୍ୱାମୀ ଅର୍କେଶ ଓ ଶ୍ୱଶୁର ଅନଙ୍ଗ ଉଦୟ ସିଂହଦେଓ ଓ ତାଙ୍କ ପରିବାର ପାଇଁ ପ୍ରଚାର କରିବାକୁ ବଲାଙ୍ଗିର ଆସିଥିଲେ ଅଦ୍ରିଜା। ଗତ ନିର୍ବାଚନରେ ସ୍ୱାମୀ ଓ ଦେଢଶୂର ହାରିବା ପରେ ଶ୍ୱଶୁରଘର ପରିବାର ପକ୍ଷରୁ ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଥିବା ଅଭିଯୋଗ ଆଣିଥିଲେ ଅଦ୍ରିଜା। ଏଥିପାଇଁ ଡେରାଡୁନ ପୋଲିସରେ ସ୍ୱାମୀ, ଶ୍ୱଶୁର, ଦେଢଶୂରଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏହାପରେ ରାଜ୍ୟ ସରକାର ତଥା ବଲାଙ୍ଗିର ପୋଲିସର ସହାୟତା ବି ଲୋଡିଥିଲେ ଅଦ୍ରିଜା।

ଯାହାର ଜବାବରେ ସ୍ବାମୀ ଅର୍କେଶ କହିଛନ୍ତି ନରସିଂହ ମିଶ୍ରଙ୍କ ସ୍କ୍ରିପ୍ଟ ଅନୁସାରେ କାମ କରୁଛନ୍ତି ଅଦ୍ରିଜା।

Leave a Reply

Your email address will not be published. Required fields are marked *