ରାହାମା ଠାରେ ବିଜେପିର ଆଶୀର୍ବାଦ ସମାବେଶ ଓ ମିଶ୍ରଣ ପର୍ବ

ରାଜ୍ୟ
Share

ଝଙ୍କଡ଼ : ଚଳିତ ସାଧାରଣ ନିର୍ବାଚନରେ, ବିଜେପି ପ୍ରାର୍ଥୀ ମାନେ, ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ, ଗତ ବୁଧବାର ଦିନ ସଂଧ୍ୟାରେ, ଜଗତସିଂହପୁର ଜିଲ୍ଲାର ବାଣିଜ୍ୟ କେନ୍ଦ୍ର ରାହାମା ଠାରେ, ଆଶୀର୍ବାଦ ସମାବେଶ ଓ ମିଶ୍ରଣ ପର୍ବ, ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ତାଳପଡ଼l ଶ୍ରୀକୃଷ୍ଣ ସିନେମା ହଲ ନିକଟରୁ ଏକ ବର୍ଣ୍ଣାଢ଼୍ୟ ଓ ବିଶାଳ ଶୋଭାଯାତ୍ରାରେ ବଜେପିର ଜଗତସିଂହପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ , ପାରାଦୀପ ବିଧାନସଭା ଆସନର ପ୍ରାର୍ଥୀ ସମ୍ପଦ ସ୍ଵାଇଁ ଙ୍କ ସମେତ ରାଜ୍ୟ ବିଜେପି ର ପୂର୍ବତନ ସଭାପତି ସମୀର ମହାନ୍ତି , ଷ୍ଟାର ପ୍ରଚାରକ ପିଙ୍କି ପ୍ରଧାନ, ରାହାମା ମଣ୍ଡଳ ସଭାପତି ନୃସିଂହ ଚରଣ ସାହୁ ପ୍ରମୁଖ ଏକ ପୁଷ୍ପସଜ୍ଜିତ ଗାଡ଼ିରେ ଆସି , ରାହାମା କଲେଜ ସମ୍ମୁଖସ୍ଥ ମଞ୍ଚ ନିକଟରେ ପହଞ୍ଚିବା ପରେ, ନିମନ୍ତ୍ରିତ ଅତିଥି ମାନଙ୍କୁ ମଞ୍ଚକୁ ପାଛୋଟି ନିଆଯାଇଥିଲା।

C0bad6a4 7ba7 42c0 8444 E8fffb05c267

ଏହି ଉପଲକ୍ଷେ ଆୟୋଜିତ ସଭାରେ ବିକ୍ରମ ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ , ସାଇଲୋ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବିଶିଷ୍ଟ ସମାଜସେବୀ ଶିଶିର କୁମାର ଦାସ (ପପି) ଙ୍କ ସହିତ ଆଖ ପାଖ ଅଞ୍ଚଳର ବହୁ ଜନପ୍ରତିନିଧି, ନେତୃବୃନ୍ଦ ଓ ସଧାରଣ କର୍ମୀ ମାନେ, ବିଧିବଦ୍ଧ ଭାବେ ବିଜେଡ଼ି ଓ କଂଗ୍ରେସ ଦଳ ତ୍ୟାଗକରି , ଭାରତୀୟ ଜନତା ଦଳରେ ଯୋଗଦାନ କରିଥିଲେ। ମଞ୍ଚାସିନ ଅତିଥି ମାନେ ଏହି ନବାଗତ ମାନଙ୍କୁ ଦଳୀୟ ଉତ୍ତରୀୟ, ଟୋପି ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ବାଗତ କରିଥିବା ବେଳେ, ବିଜୁ ଜନତା ଦଳର ଅପାରଗତା ଓ ଆଯୋଗ୍ୟତା ବିଷୟରେ ଉପସ୍ଥିତ ନେତୃବୃନ୍ଦ ନିଜ ନିଜର ବକ୍ତବ୍ୟ ରେ ଉପସ୍ଥାପନ କରି , ଡବଲ ଇଞ୍ଜିନ ସରକାର ଗଠନ କରିବାପାଇଁ ଦୁଇଟି ପଦ୍ମ ଚିହ୍ନରେ ମୋହର ଦେଇ ବିକାଶଶୀଳ ଦେଶ ଓ ରାଜ୍ୟ ଗଠନ ପାଇଁ ସମବେତ ଲୋକମାନଙ୍କୁ ଆହ୍ଵାନ ଦେଇଥିଲେ।

Leave a Reply

Your email address will not be published. Required fields are marked *