କନକପୁର ପଞ୍ଚାୟତରେ ମଣିଷ ଓ ପଶୁପକ୍ଷୀଙ୍କ ପାଇଁ ଜଳଛତ୍ର ଖୋଲାଯାଇଛି

ରାଜ୍ୟ
Share

ଝଙ୍କଡ଼ : ପ୍ରଚଣ୍ଡ ରୌଦ୍ରତାପରେ ଅତିଷ୍ଠ ହେଉଥିବା, ତୃଷାର୍ତ୍ତ ପଥଚାରୀ ମାନଙ୍କ ପାଇଁ ଚଳିତ ଗ୍ରୀଷ୍ମ ଋତୁରେ, ତିର୍ତ୍ତୋଲ ବ୍ଲକ କନକପୁର ଗ୍ରାମ ପଞ୍ଚାୟତର, ସାରଳାପୀଠ କନକପୁର , ସାରଳାହାଟ, ଦଳିଆଛକ, ବିଶ୍ବମ୍ବରଘାଟ ଓ ଛତ୍ରମଠ ଆଦି ୫ ଟି ସ୍ଥାନରେ, ଏହି ପଞ୍ଚାୟତର ସରପଞ୍ଚ ରେବତୀ ମହାନ୍ତି ଓ ବିଶିଷ୍ଟ ସମାଜସେବୀ ଅଶୋକ କୁମାର ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ, ଜଳଛ ତ୍ର ଖୋଲାଯାଇଥିବା ବେଳେ, ପଶୁ ପକ୍ଷୀ ମାନଙ୍କ ପାଇଁ ମଧ୍ୟ ମେଡିକାଲ ସମ୍ମୁଖସ୍ଥ ବସନ୍ତ ବଗିଚା ରେ ଏକ ସ୍ବତନ୍ତ୍ର ଜଳଛତ୍ର ଖୋଲାଯାଇଥିବାର ଦେଖିବାକୁ ମିଳିଛି। ଯାହା ଫଳରେ ପ୍ରତିଦିନ ଖରାରେ ଆଉଟୁ ପାଉଟୁ ହେଉଥିବା , ଗୋରୁ ଗାଈ ଛେଳି ମେଣ୍ଢା ଠାରୁ ଆରମ୍ଭ ବଗ ଓ କାଉ ଆଦି ବିଭିନ୍ନ ପ୍ରକାରର ପଶୁ ପକ୍ଷୀ ମାନେ ଏହି ଜଳଛତ୍ର ରୁ ପାଣି ପିଇ ଆଶ୍ୱସ୍ତି ଲାଭ କରୁଅଛନ୍ତି।

B8ef5dca 4b81 4770 8ec1 E3fdceb72157

ତେବେ ସରପଞ୍ଚ ଙ୍କର ଏହି ଅଭିନବ ପ୍ରୟାସ କୁ ସାଧାରଣରେ ଉଚ୍ଚ ପ୍ରଶଂସା କରା ଯାଉଛି। ବିଶେଷ କରି ବିଭିନ୍ନ ଜାନି ଯାତ୍ରା ସମୟରେ ମଧ୍ୟ ଏହି ପଞ୍ଚାୟତ ତରଫରୁ, ପ୍ରତିବର୍ଷ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ତୀର୍ଥଯାତ୍ରୀ ଓ ପଥଚାରୀ ମାନଙ୍କ ପାଇଁ, ଥଣ୍ଡା ପାନୀୟ ଜଳ ଯୋଗାଣ ଆଦି କରାଯାଇ ଥାଏ l

Leave a Reply

Your email address will not be published. Required fields are marked *