ଝଙ୍କଡ଼ : ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳାପୀଠ, କନକପୁର ସ୍ଥିତ , ପଟ୍ଟନାକିଆ ପୋଖରୀ, କନକପୁର ଗ୍ରାମ ପଞ୍ଚାୟତର ଏକ ଆଦର୍ଶ ପୋଖରୀ, କାଳକ୍ରମେ ସାରଳା ଦାସ ପୁଷ୍କରିଣୀ ଭାବରେ ନାମିତ ହୋଇଅଛି । ଏହି ପୁଷ୍କରିଣୀ ରେ ଝଙ୍କଡ଼ ସାରଳାପୀଠ କୁ ଆସୁଥିବା ଶହ ଶହ ଟୁରିଷ୍ଟ ଗାଡ଼ିର ତୀର୍ଥଯାତ୍ରୀ ମାନେ, ସ୍ନାନ ସୌଚାଦି ପାଇଁ ସୁବିଧା ସୁଯୋଗ ଉପଲବ୍ଧ ହୋଇଥାଆନ୍ତି। ମାତ୍ର କିଛିବର୍ଷ ହେଲା ଏହି ପୋଖରୀ ଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଥିଲା। ଏପରି ପରିସ୍ଥିତିରେ ଏହି ପୁଷ୍କରିଣୀର ନବୀକରଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଅଛି। ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ, ଓଡିଶା ସରକାର ଙ୍କ ପାଞ୍ଚଦଶ କେନ୍ଦ୍ରୀୟ ଆୟୋଗ ଯୋଜନାରେ ଏଥିପାଇଁ ୪ ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ମଞ୍ଜୁରୀ ପ୍ରଦାନ କରାଯିବା ପରେ, କନକ ପୁର ପଞ୍ଚାୟତର ସରପଞ୍ଚ ରେବତୀ ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଓ ସମାଜସେବୀ ଅଶୋକ କୁମାର ମହାନ୍ତି ଙ୍କ ତଦାରଖ ରେ ନବୀକରଣ କାର୍ଯ୍ୟ ଆରମ୍ଭ ହେଇଥିବା ବେଳେ , ପୋଖରୀବନ୍ଧ ର ପ୍ରଶସ୍ତିକରଣ, ଚତୁଃପାର୍ଶ୍ଵରେ ପ୍ରାତଃଭ୍ରମଣ ର ବ୍ୟବସ୍ଥା ସହିତ, ସୁନ୍ଦର ପୁଷ୍ପଉଦ୍ୟାନ କରାଯିବାର ଯୋଜନା ରହିଛି ବୋଲି, ସରପଞ୍ଚ ସୂଚନା ପ୍ରଦାନ କରିଅଛନ୍ତି।
ପଙ୍କୋଧାର କାର୍ଯ୍ୟ ସରିବା ପରେ , ନୂତନ ଘାଟ ନିର୍ମାଣ ଓ ପୂର୍ବରୁ ଚାଲିଥିବା , ମଟରବୋଟ ଯୋଗେ, ଟୁରିଷ୍ଟମାନେ ମଧ୍ୟ ଏହି ପୁଷ୍କରିଣୀ ପରିକ୍ରମା କରିପାରିବେ। ଅପର ପକ୍ଷରେ ପୋଖରୀ ହୁଡା ରେ ମଧ୍ୟ, ଆଗାମୀ ବର୍ଷାଋତୁ ରେ ଆମ୍ବ, ପଣସ, ପିଜୁଳି, ବରକୋଳି, ନଡ଼ିଆ, ଗୁଆ ଆଦି ଫଳଗଛ ଚାରା ରୋପଣ କରାଇବା ପାଇଁ, କାର୍ଯକ୍ରମ କରାଯିବ ବୋଲି, ସମାଜ ସେବୀ ଅଶୋକ କୁମାର ମହାନ୍ତି ସୂଚନା ପ୍ରଦାନ କରିଅଛନ୍ତି।