କଟକ ସଦର ଆସନରେ ୭୦% ମତଦାନ

ରାଜ୍ୟ
Share

କଟକ ସଦର : ଆଜି ଶନିବାର ଥିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଏଥିରେ କଟକ ସଦର ୯୩ ନମ୍ବର ସଂରକ୍ଷିତ ଆସନରେ ରେକର୍ଡ ସଂଖ୍ୟକ ୭୦% ମତଦାନ ହୋଇଥିବା ଜଣାପଡିଛି।ପ୍ରଵଳ ଗ୍ରୀଷ୍ମପ୍ରବାହ କୁ ଖାତିର ନକରି ଭୋଟର ମାନେ ଉତ୍ସାହର ସହିତ ଲମ୍ବା ଧାଡ଼ିରେ ଯାଇଁ ମତଦାନ କରିଥିବା ଜଣାଯାଇଛି। ଏକାଧିକ ଵୁଥରେ ଇଭିଏମ ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବା କାରଣରୁ ଘଣ୍ଟା ଘଣ୍ଟା ଧରି ମତଦାନ ବାଧାପ୍ରାପ୍ତ ହୋଇଥିଲା। ଚଳିତ ନିର୍ବାଚନରେ ରେକର୍ଡ଼ ସଂଖ୍ୟକ ଭୋଟର ସେମାନଙ୍କ ମତଦାନ କରିଥିବାକୁ ନେଇ ଏହା ଗଣତନ୍ତ୍ର ପ୍ରତି ଶୁଭ ସୂଚନା ବୋଲି କୁହାଯାଉଛି।

ଏହି ପରିପ୍ରେକ୍ଷୀରେ ବିଜେପି ବିଧାୟକ ପ୍ରାର୍ଥୀ ଇଂ ପ୍ରକାଶ ଚନ୍ଦ୍ର ସେଠୀ ତାଙ୍କ ନିଜ ଗ୍ରାମ କିଶନନଗର ପଞ୍ଚାୟତ ବିଶ୍ୱାଳପଡା ର ମୁକ୍ତେଶ୍ଵର ବିଦ୍ୟାଳୟ ୧୬୮ ନମ୍ବର ଵୁଥରେ ସସ୍ତ୍ରୀକ ଭୋଟ ଦେଇଥିବା ଜଣାପଡିଛି। ଆଜିର ନିର୍ବାଚନ ରେ ପ୍ରତିଦ୍ବନ୍ଦିତା କରୁଥିବା ୪ ପ୍ରାର୍ଥୀଙ୍କ ଭାଗ୍ୟ ଆସନ୍ତା ଜୁନ୍ ୪ ତାରିଖ ପର୍ଯ୍ୟନ୍ତ ସିଲ୍ ହୋଇ ରହିଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *