42c49d53 Ad3b 4bf0 9d19 8b039602f869

ମାଆବାପାଙ୍କ ଆଶୀର୍ବାଦରୁ ବମ୍ବେରେ ସମାଜସେବୀ ହେଲେ ବସନ୍ତ ଦାସ

ରାଜ୍ୟ
Share

ଝଙ୍କଡ଼ : ବାଣୀ କ୍ଷେତ୍ର ଜଗତସିଂହପୁର ଜିଲ୍ଲା, କୁଜଙ୍ଗ ଅଞ୍ଚଳର ମାତା ନିଶାମଣି ଓ ପିତା ବାଇଧର ଦାସଙ୍କ  ଆଶୀର୍ବାଦ  ଲାଭ କରି, ଆଜି ମହାରାଷ୍ଟ୍ରର ନଭିମୁମ୍ବାଇ ଅଞ୍ଚଳରେ, ଏକ ଜଣାଶୁଣା ଖ୍ୟାତନାମା ସମାଜସେବୀ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି, ଯୁବସମାଜସେବୀ ବସନ୍ତ ଦାସ । ସୂର୍ଯ୍ୟ ନକ୍ଷତ୍ର ଫାଉଣ୍ଡେସନର ବରିଷ୍ଠ କର୍ମକର୍ତ୍ତା ଭାବରେ ସେ, କର୍କଟ ରୋଗରେ ପୀଡିତ ଥିବା ଶତାଧିକ ଓଡିଆ ଲୋକମାନଙ୍କୁ, ସେମାନଙ୍କର ରହିବା ଖାଇବା ଓ ଚିକିତ୍ସା ଅଦି କରାଇବା ସହିତ ସେମାନଙ୍କୁ ସମ୍ପୂର୍ଣ ଆରୋଗ୍ୟ କରାଇବା ପାଇଁ ଆଗ୍ରହ ସହିତ ଏହି ସେବା କାର୍ଯ୍ୟ କରିଆସୁଛନ୍ତି।

ତେବେ ନିଜର ମାତା ପିତାଙ୍କ ପ୍ରେରଣା ଓ ପ୍ରୋତ୍ସାହନ ରେ ଏହି ମହାନ ସେବା କାର୍ଯ୍ୟକୁ ଜୀବନର ବ୍ରତ ଭାବରେ ପାଳନ କରିଅଛନ୍ତି ବୋଲି, ଗତ ମଙ୍ଗଳବାର ଦିନ ମଧ୍ୟାହ୍ନ ରେ ମା ସାରଳାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ନିଜର ଏହି ଅନୁଭୂତି କହିଲା ବେଳେ, ସମାଜସେବୀ ବସନ୍ତ ଦାସ ଭାବ ବିହ୍ବଳ ହୋଇ ଉଠିଥିଲେ । ପ୍ରତିଟି ଓଡିଆ ଭଉଣୀ ଙ୍କ ତାଙ୍କର ଏହି ସେବାକାର୍ଯ୍ୟ ମୃତ୍ୟୁ ପର୍ଯ୍ୟନ୍ତ ଜାରି ରହିବ ବୋଲି ସେ ଡମ୍ଭୋକ୍ତି ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *