ଝଙ୍କଡ଼ : ମୋଟ ଅଟକଳ ୧୦ ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ମଞ୍ଜୁରୀ ରୁ ୮ ଲକ୍ଷ ଟଙ୍କା , ଖର୍ଚ୍ଚ କରାଯାଇ, ତିର୍ତ୍ତୋଲ ବ୍ଲକ ମୁଳିସିଂହ ଗ୍ରାମ ପଞ୍ଚାୟତର, ସହରହାଟଠାରେ ଆଠ ବଖରା ହାଟ ପିଣ୍ଡି ପଞ୍ଚାୟତ ପାଣ୍ଠିରେ ଦିର୍ଘ ପୂର୍ବରୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ, ଆଜିପର୍ଯ୍ୟନ୍ତ ଏହା ଆଦୌ କାର୍ଯ୍ୟକାରୀ ହୋଇ ପାରିନାହିଁ। ଯାହା ଫଳରେ ହାଟୁଆ ମାନେ, ଏହି ପିଣ୍ଡି ତଳେ ଦୋକାନ ପସରା ମେଲାଇ ବସୁଛନ୍ତି।
ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ସଫୀଆଜାମ ଙ୍କୁ ପଚାରିବାରୁ ସେ କହିଲେ ଯେ, ଏଥି ପୁର୍ବରୁ ଅଞ୍ଚଳବାସୀ ମାନଙ୍କ ପ୍ରତିନିଧି, ହାଟ ଦଣ୍ଡିଆ ଭାବରେ ହାଟୁଆ ମାନଙ୍କ ଠାରୁ ବଟି ଆଦାୟ କରି ଆସୁଛନ୍ତି। ତେବେ ଏହି ସହରହାଟ କୁ ପଞ୍ଚାୟତ ନିଜ ଅଧିନରେ ରଖି ପରିଚାଳନା କରିବାକୁ ନିଷ୍ପତି ନିଆଯାଇଛି । ଆସନ୍ତା ଅଗଷ୍ଟ ମାସରେ ଏହି ହାଟ କୁ ବାର୍ଷିକ ନିଲାମ ଦେବାକୁ ମଧ୍ଯ ସ୍ଥିର ହୋଇଛି। ତା ପୂର୍ବରୁ, ପ୍ଲାଷ୍ଟରିଂ ଓ ବିଦ୍ୟୁତକରଣ କାମ ମଧ୍ୟ ସେ କରାଯିବ।
ଲଟେରୀ ମାଧ୍ୟମରେ ହାଟୁଆ ଦୋକାନୀ ମାନଙ୍କ ମଧ୍ୟରେ ତାହା ଆବଣ୍ଟନ କରାଯିବ। ଯଦି ହାଟପିଣ୍ଡି ର ଉଭୟ ପାର୍ଶ୍ବରେ ଦୋକାନ ଦିଆଯାଏ, ତେବେ ୧୨ ଜଣ ହାଟୁଆ ଦୋକାନୀ, ଦୋକାନ ଖୋଲିପାରିବେ। ମାତ୍ର ବର୍ଷାଋତୁ ରେ ଏହି ହାଟ ପିଣ୍ଡି ର ଚତୁଃପାର୍ଶ୍ଵରେ ଜଳନିଷ୍କାସନ ନହେବାରୁ, କାଦୁଅ ପଚର ପଚର୍ ହେଉଥିବାରୁ, ଆବଶ୍ୟକୀୟ ଡ୍ରେନେଜ୍ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେଇ ଉତ୍ତମ ପରିବେଶ ସୃଷ୍ଟି କରିବା ପାଇଁ ସାଧାରଣରେ ଦାବୀ ହେଉଛି।