241a51ca 2e9e 4732 8404 B40101ee3e1d

ଯୁବତୀଙ୍କ ଫଟୋ ଭାଇରାଲ୍ କରିବା ମହଙ୍ଗା ପଡିଲା, ବନ୍ଧାହେଲେ, ପୂର୍ବତନ ସରପଞ୍ଚ ରଶ୍ମୀରଞ୍ଜନ

ରାଜ୍ୟ
Share

ଝଙ୍କଡ଼ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧୀନ, ଗୋପାଳପୁର ପଞ୍ଚାୟତର ନିଲମ୍ବିତ ହୋଇଥିବା ସରପଞ୍ଚ ରଶ୍ମୀ ରଞ୍ଜନ ଦାଶ, ଉକ୍ତ ଅଞ୍ଚଳର, ଅଙ୍ଗନବାଡ଼ି କର୍ମୀ ଭାବେ, କାମ କରୁଥିବା ଜନୈକ ଯୁବତୀ ଙ୍କ ସହିତ, ତାଙ୍କର କିଛି ଅନ୍ତରଙ୍ଗ ମୂହୁର୍ତ୍ତ ର ଫଟୋ ଉଠାଇଥିଲେ। ମାତ୍ର କୌଣସି କାରଣ ବଶତଃ ରଶ୍ମୀରଞ୍ଜନଙ୍କ ସହ ଯୁବତୀଙ୍କର ମନୋମାଳିନ୍ୟ ହେବାରୁ ଯୁବତୀ ଜଣକ ତାଙ୍କ ସମ୍ପର୍କ ଛିନ୍ନ କରିଥଲେ।

ହେଲେ ଏକଥାକୁ ସହଜରେ ଗ୍ରହଣ କରିପାରି ନଥିଲେ ରଶ୍ମିରଞ୍ଜନ। ପୁର୍ବରୁ ରଖିଥିବା ଫଟୋ କୁ ଅସ୍ତ୍ରକରି ତାଙ୍କୁ ବ୍ଲାକମେଲ କରି ଚାଲିଥିଲେ। ବିବାହ ନକଲେ ଫଟୋ ଭାଇ ରାଲ କରିଦେବି ଓ ପରିବାର ଲୋକଙ୍କୁ ମଧ୍ୟ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ପରେ ପରେ ଗୋଟେ ପରେ ଗୋଟେ ଫଟୋ ନିଜ ଫେସ୍ ବୁକ୍ ଆଇଡି ରେ ଅପ୍ ଲୋଡ କରି, ଯୁବତୀ ଙ୍କୁ ବଦନାମ କରିଥିଲେ।

ତେବେ ଏପରି ଘଟଣା ରେ ଅତିଷ୍ଠ ହୋଇ, ଯୁବତୀଙ୍କ ପରିବାର ପକ୍ଷରୁ , ତିର୍ତ୍ତୋଲ ଥାନା ରେ ଲିଖିତ ଅଭିଯୋଗ ହେବା ପରେ, ମଧ୍ୟ ଚିରାଚରିତ ଢଙ୍ଗ ରେ ତିର୍ତ୍ତୋଲ ପୋଲିସ ତରଫରୁ ନିଷ୍କ୍ରିୟତା ପ୍ରକାଶ ପାଇଥିଲା। ତେଣୁ ଅଭିଯୋଗକାରିଣୀ, ଜିଲ୍ଲା ଏସ ପି ଙ୍କୁ ଭେଟି ଘଟଣାବିଷୟରେ ଅବଗତ କରାଇବା ସହ , ନ୍ୟାୟ ପାଇବା ପାଇଁ ଗୁହାରୀ କରିଥିଲେ। ଏସ ପି ଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି, ତିର୍ତ୍ତୋଲ ପୋଲିସ ଅଭିଯୁକ୍ତ ରଶ୍ମୀ ରଞ୍ଜନକୁ ଗିରଫ କରି, କୋର୍ଟ ଫରୱାର୍ଡ କରିଥଲେ। ମାତ୍ର ତିର୍ତ୍ତୋଲ ଜେ ଏମ୍ ଏଫ୍ ସି, କୋର୍ଟ ରେ ଜାମିନ ନାମଞ୍ଜୁର ହେବାରୁ, ଅଭିଯୁକ୍ତ କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *