ଝଙ୍କଡ : ଜଗତସିଂହପୁର ଜିଲ୍ଲାର ବାଣିଜ୍ୟ କେନ୍ଦ୍ର ରାହାମା ବଡ଼ବଜାରର ସୁନାମଧନ୍ୟ ସାରଳା ସାଧକ ତଥା ଆଧ୍ୟାତ୍ମିକ ମାର୍ଗ ଦର୍ଶକ ବଟକୃଷ୍ଣ ସାହୁ (ବଟବାବା) ଙ୍କ ଏକାଦଶାହ ଉପଲକ୍ଷେ ଗତ ଗୁରୁବାର ଦିନ ସନ୍ଧ୍ୟାରେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ , ବଟବାବା ଙ୍କ ବହୁମୁଖୀ ପ୍ରତିଭା ଓ କାର୍ଯ୍ୟଦକ୍ଷତା ଉପରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କର ବଡପୁଅ ଅଜୟ କୁମାର ସାହୁ ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ, ବିଶିଷ୍ଟ ଶିକ୍ଷାବିତ୍ ବିନୋଦ ବିହାରୀ ମୁଦୁଲି ସ୍ମୃତିସଭା ସଂଯୋଜନା କରିଥିଲେ।
ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପାଞ୍ଜଳୀ ଅର୍ପଣ ପରେ, ଦିବଂଗତ ଆତ୍ମା ର ସଦଗତି ନିମନ୍ତେ ନିରବପ୍ରାର୍ଥନା କରାଯାଇଥିଲା । ସାରଳା ସଂସ୍କୃତି ପ୍ରଚାରକ ରମାକାନ୍ତ ରାଉଳ ସର୍ବ ପ୍ରଥମେ ଶ୍ରୀମଦ୍ ଭଗବତ ଗୀତା ପାଠ କରିବା ପରେ ସମାଜ ସେବୀ ଡଃ ସୁନାକର ବେହେରା , ଭାବଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ବାବା ଙ୍କ ପୁତୁରା ଅକ୍ଷୟ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ , ଅତିଥିମାନଙ୍କ ଦ୍ବାରା ” ସ୍ମୁତି ପୁଷ୍ପାଞ୍ଜଳି” ସ୍ମରଣିକା ଉନ୍ମୋଚନ କରାଯାଇଥିଲା । ଏହି ମଞ୍ଚରେ ପ୍ରଫେସର ବାଗ୍ମୀ ଉମାକାନ୍ତ ନାୟକ, କାହ୍ନୁ ଚରଣ ସାହୁ , ଡଃ ସିଦ୍ଧେଶ୍ୱର ପଣ୍ଡା, ସରପଞ୍ଚ ବ୍ରଜ କିଶୋର ମହାରାଜ, ସୁଶାନ୍ତ କୁମାର ମହାନ୍ତି, ପ୍ରାକ୍ତନ ଶିକ୍ଷକ ଶରତ କୁମାର ସାହୁ, ଆଇନଜୀବି ସରୋଜକାନ୍ତ ପାଣିଗ୍ରାହି , ସାଇଲୋ ସମବାୟ ସମିତି ,ସଭାପତି ଭିକାରୀ ଚରଣ ସେନାପତି , ଶିକ୍ଷୟତ୍ରୀ ଗୀତାଞ୍ଜଳୀ ଦାସ , ବିଶିଷ୍ଟ ଶିଳ୍ପପତି ଅନ୍ତର୍ଯ୍ୟାମୀ ସାହୁ , ପୁର୍ବତନ ସରପଞ୍ଚ ସଂଗ୍ରାମ ମନ୍ତ୍ରୀ , ରମେଶ ଚନ୍ଦ୍ର ସାହୁ , ନରସିଂହ ଦେବତା , ନୃସିଂହ ମଠ ଅଧିକାରୀ ରମାକାନ୍ତ ଦାସ , ଅଶୋକ କୁମାର ମହାନ୍ତି , ବିଜେପି ଯୁବନେତା ଓ ସଙ୍ଗଠକ ପ୍ରତାପ କୁମାର ଦାସ, ବିଶିଷ୍ଟ ଉଦ୍ୟୋଗପତି କବିଚନ୍ଦ୍ର ସ୍ବାଇଁ,ଜିଲ୍ଲା ପରିଷଦ ରବିନାରାୟଣ ସାହୁ, ଲକ୍ଷ୍ମୀଧର ସାହୁ, ବିଷ୍ଣୁ ଚରଣ ସାହୁ, ମନୋଜ କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଶେଷରେ ବାବାଙ୍କ ସାନପୁଅ ଚୈତନ୍ୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।