23be00ee 7d3b 4ef2 806a 873a4fb9e85b

ପରଲୋକରେ ଶାରଳାଙ୍କ ପୂଜାପଣ୍ଡା ପ୍ରଫୁଲ୍ଲ କୁମାର ପଣ୍ଡା

ରାଜ୍ୟ
Share

ଝଙ୍କଡ଼  :  କର୍କଟ ରୋଗ ରେ ପିଡୀତ ହୋଇ, ତେଲେଙ୍ଗା ପେଣ୍ଠ ସ୍ଥିତ ପଣ୍ଡା ନର୍ସିଂହୋମ ରେ ଚିକିତ୍ସିତ ହେଉଥିବାବେଳେ, ଗତ ମଙ୍ଗଳ ବାର ସନ୍ଧ୍ୟା ରେ , ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଠାକୁରାଣୀଙ୍କ ପୂଜାପଣ୍ଡା, ପ୍ରଫୁଲ୍ଲ କୁମାର ପଣ୍ଡା ( ରଞ୍ଜନ ନନା) (୫୦) ଙ୍କର ପରଲୋକ ହୋଇଯାଇଛି। ପ୍ରତିଦିନ ସେ ନିଜ ଗ୍ରାମ ତେନ୍ତୁଳିପଦା ରୁ ଶାରଳା ମନ୍ଦିର ଆସି, ମାଆଙ୍କର ପୂଜାର୍ଚ୍ଚନା କରି ଆସୁଥିଲେ। ସେ ଜଣେ ସରଳ, ମିଷ୍ଠଭାଷୀ ଓ ନିଷ୍ଠାପର ମାତୃପୂଜକ ଭାବରେ, ପରିଚିତ ଓ ପ୍ରତିଷ୍ଠିତ ଥିଲେ। ତାଙ୍କର ଜନ୍ମସ୍ଥାନ ରେ ମର ଶରୀର ପହଞ୍ଚିବା ପରେ ସ୍ଥାନୀୟ ଅଂଚଳରେ ଶୋକର୍ ଛାୟା ଖେଳିଯାଇଥିଲା, ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ଗ୍ରାମ୍ୟଶ୍ମଶାନରେ ତାଙ୍କର ଅନ୍ତେଷ୍ଟି କ୍ରିୟା ସମୟରେ, ସନ୍ତୋଷ ପଣ୍ଡା , ହୃଷୀକେଶ ପଣ୍ଡା, ପୁର୍ବତନ ପରିଚ୍ଛା ଶାରଦା ଚରଣ ପଣ୍ଡା , ଗୌରହରି ପଣ୍ଡା, କାର୍ତ୍ତିକ ଚନ୍ଦ୍ର ପଣ୍ଡା ଦୁର୍ଗା ଚରଣ ପଣ୍ଡା ଙ୍କ ସମେତ ଝିଅଜ୍ବାଇଁ, ନାତି ନାତୁଣୀ ଓ ଆତ୍ମୀୟ ସ୍ୱଜନ ମାନେ ଉପସ୍ଥିତ ରହିଥିଲେ । ତାଙ୍କର ଏକମାତ୍ର ପୁତ୍ର ଜୀଵନ ଜ୍ୟୋତି ପଣ୍ଡା ମୁଖାଗ୍ନୀ ଦେଇଥିବା ବେଳେ, ଶୋକାକୁଳ ପରିବେଶ ମଧ୍ୟରେ ବୁଧବାର ପୂର୍ବାହ୍ନ ରେ ଏହି ଆନ୍ତେଷ୍ଟକ୍ରିୟା ସମ୍ପନ୍ନ ହୋଇଥିଲା ।

Leave a Reply

Your email address will not be published. Required fields are marked *