227531bd 4053 419d 9289 4e12304502ca

ଆଦର୍ଶ ଶିକ୍ଷୟିତ୍ରୀ ଶକୁନ୍ତଳା ସ୍ୱାଇଁଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ

ରାଜ୍ୟ
Share

ଝଙ୍କଡ଼  :  ଆଦର୍ଶ ଶିକ୍ଷୟିତ୍ରୀ, ସୁଗୃହିଣୀ, ଭଗବତ ପ୍ରେମୀ, ଧର୍ମପ୍ରାଣା ଓ ମହିୟସୀ ମହିଳା ସ୍ବର୍ଗତାଃ ଶକୁନ୍ତଳା ସ୍ବାଇଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ତାଙ୍କର ସ୍ୱ-ବାସଗୃହ ବାଣିକ୍ଷେତ୍ର ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ, କଟରା ପଞ୍ଚାୟତ ଅଧୀନ ଇଟାଙ୍ଗ ଗ୍ରାମରେ ଗତ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି  | ଏହି ଉପଲକ୍ଷେ ଆୟୋଜିତ ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବହୁ ବିଶିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ତାଙ୍କର ତୈଳଚିତ୍ର ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |

ଏହି ଅବସରରେ ଆୟୋଜିତ ଗୀତା ଯଜ୍ଞରେ ପଣ୍ଡିତ ଲକ୍ଷ୍ମୀଧର ଆଚାର୍ଯ୍ୟ ପୌରୋହିତ୍ୟ କରିଥିବା ବେଳେ, ପଣ୍ଡିତ ଅଶୋକ କୁମାର ଦାଶ ପୁସ୍ତକାଚାର୍ଯ୍ୟ ଙ୍କ ସମେତ ମନୋରଞ୍ଜନ ତ୍ରିପାଠୀ ଓ ସଂଗ୍ରାମ ମହାପାତ୍ର ସହଯୋଗୀତା କରିଥିଲେ | ପ୍ରାତଃ ସମୟରେ ତିଳ ତର୍ପଣ, ରାମ ଧୁନ, ନାମସଂକୀର୍ତନ ଆଦି ଅନୁଷ୍ଠିତ ହୋଇଥିଲା ବେଳେ, ଶାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଗୀତା ପାଠ କରିଥିଲେ | ସ୍ବର୍ଗତଃ ସ୍ୱାଇଁ ଙ୍କର ସ୍ୱାମୀ ଶରତ ଚନ୍ଦ୍ର ସ୍ୱାଇଁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ସମସ୍ତ କାର୍ଯ୍ୟକ୍ରମକୁ ତାଙ୍କର ପୁତ୍ର ସୋମଦତ୍ତ ସ୍ୱାଇଁ ଓ ଇଂ. ଶୁଭଦତ୍ତ ସ୍ୱାଇଁ ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ୱାଗତ କରିଥିଵା ବେଳେ,ଏହି ସମସ୍ତ କାର୍ଯ୍ୟକ୍ରମ କୁ ରମାକାନ୍ତ ସ୍ୱାଇଁ, ଉମେଶ ଚନ୍ଦ୍ର ସ୍ୱାଇଁ, ଶଶୀକାନ୍ତ ସ୍ୱାଇଁ,ସୁଜିତ ଦାସ, ପ୍ରଦ୍ୟୁମ୍ନ ଦାସ, ପ୍ରୀତିରଞ୍ଜନ ସ୍ୱାଇଁ, ଭାଗେଶ, ରିୟାଂଶ, ଆଦିତି,ଦୁଇ ବୋହୁ ପୂଜା ଓ ଶ୍ଵେତା,ଓ ସ୍ଵାଗତିକା ଙ୍କ ସହିତ ସମସ୍ତ ଗ୍ରାମବାସୀ ମାନେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା | ସ୍ବର୍ଗତଃ ଶକୁନ୍ତଳା ସ୍ୱାଇଁ ଜଣେ ସ୍ନେହୀ, ମିଷ୍ଠଭାଷିନୀ, ଦରଦୀ ହୃଦୟା ଓ ଛାତ୍ର ବତ୍ସଳା ଆଦର୍ଶ ଶିକ୍ଷୟିତ୍ରୀ ଥିଲେ ବୋଲି ଆୟୋଜିତ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ମତ ପ୍ରକାଶ ପାଇଥିଲା  |

Leave a Reply

Your email address will not be published. Required fields are marked *