812445d3 B4c7 40e2 8531 3f9ee62003fb

ଜନ୍ମମାଟିରେ ବିଶିଷ୍ଟ ସମାଜବାଦୀ ନେତା ନିଶାମଣି ଖୁଣ୍ଟିଆଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

ରାଜ୍ୟ
Share

ତିର୍ତ୍ତୋଲ :  ଓଡ଼ିଶାର ବିଶିଷ୍ଟ ଜନନେତା ସମାଜବାଦୀ ଆନ୍ଦୋଳନର ଅନ୍ୟତମ ପୁରୋଧା,ସ୍ଵାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ତିର୍ତ୍ତୋଲର ପୂର୍ବତନ ବିଧାୟକ ନିଶାମଣି ଖୁଣ୍ଟିଆଙ୍କ ୪୩ ତମ ଶ୍ରାଦ୍ଧ ବାର୍ଷିକୀ ତାଙ୍କ ଜନ୍ମ ମାଟି ଗୋବିନ୍ଦପୁର ଗ୍ରାମସ୍ଥ ଝଙ୍କଡ଼ ସାରସ୍ଵତ ପରିଷଦ କାର୍ଯ୍ୟାଳୟ “ଶୋଭାବ୍ଧି ” ପରିଷଦରେ ଗତ କାଲି ଶ୍ରଦ୍ଧା ଓ ସମ୍ମାନର ସହିତ ପାଳିତ ହୋଇ ଯାଇଛି ।

ଏହି ଉପଲକ୍ଷେ ପୂର୍ବାହ୍ନ ୧୦ ଟା ସମୟରେ ଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର କୁଅଁରଙ୍କ ସଭାପତିତ୍ବରେ ଆୟୋଜିତ ଏକ ଉତ୍ସବରେ ପୁର୍ବତନ ପ୍ରଶାସକ ନାରାୟଣ ନାୟକ ମୁଖ୍ୟ ଅତିଥି,ଓଡ଼ିଶା ଏପିଏଫ୍ ଆସୋ ସିସନର ସଭାପତି ରଞ୍ଜନ କୁମାର ଖୁଣ୍ଟିଆ ମୁଖ୍ୟବକ୍ତା, ଯୁବନେତା ଦେବବ୍ରତ ମହାନ୍ତି ,ଯୁବନେତା ନିରଞ୍ଜନ ଦାସ ,ସାରଳା ସୂତାକଳ ତିତ୍ତୋଲର ସେବାନିବୃତ କର୍ମଚାରୀ ସୁରେନ୍ଦ୍ର କୁମାର ବେଉରା ଯଥାକ୍ରମେ ସମ୍ମାନିତ ଅତିଥି ଓ ସମ୍ମାନିତ ବକ୍ତା ଭାବରେ ଯୋଗଦେଇ ତିର୍ତ୍ତୋଲ ମାଟିର ସେଇ ଯୋଗଜନ୍ମା ଚାଷୀ ମୂଲିଆ ନେତାଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

ତାଙ୍କ ସହିତ ଅନ୍ତରଙ୍ଗ ଭାବେ ମିଶି ଥିବା ଡ୍ରାଇଭର ଶୋଭାବନ୍ତ ଜେନା ଦୀର୍ଘ ୪୫ ବର୍ଷ ତଳର ସ୍ମୃତି ମନେ ପକାଇ ତାଙ୍କୁ ଜଣେ ଅମାୟିକ ,ଦରଦୀ ମଣିଷ ଭାବରେ ବର୍ଣ୍ଣନା କରିଥିଲେ । ଅନ୍ୟାନ୍ୟ ସମସ୍ତେ ତାଙ୍କ ଭଳି ଜଣେ ରାଜନେତାଙ୍କ ବର୍ତ୍ତମାନ ଆବଶ୍ୟକତା ଯଥେଷ୍ଟ ରହିଛି ବୋଲି ମତ ପ୍ରଦାନ୍ କରି ଶ୍ରଦ୍ଧା ସୁମନ ଅର୍ପଣ କରି ତାଙ୍କ ପ୍ରତିମୂର୍ତ୍ତି ତିର୍ତ୍ତୋଲ ରେ ସ୍ଥାପନ ପାଇଁ ପଦକ୍ଷେପ ନେବାକୁ ମତ ପ୍ରଦାନ କରିଥିଲେ ।ଏଥି ପାଇଁ ଏକ କମିଟି ରଞ୍ଜନ ଖୁଣ୍ଟିଆଙ୍କ ଓ ଦେବବ୍ରତ ମହାନ୍ତିଙ୍କ ଆଵାହକତ୍ୱରେ ଗଠିତ ହୋଇଥିଲା। ଗୋବିନ୍ଦପୁର ଓ ଆଖ ପାଖର ଜନସାଧାରଣ ଯୋଗଦେଇ ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ ।ପରିଷଦର ସଭାପତି ଡ଼ଃ ପୀତାମ୍ବର ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ ।

ସୂଚନାଯୋଗ୍ୟ ସ୍ୱର୍ଗତ ଖୁଣ୍ଟିଆ, ତିନିଥର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ପ୍ରଜା ସମାଜବାଦୀ ପାର୍ଟିର ବିଧାୟକ ଥିଲେ। ପାରାଦୀପ ବନ୍ଦର ଶ୍ରମିକ ସଂଘ ର ସଭାପତି ଓ ସର୍ବଭାରତୀୟ ଶ୍ରମିକ ନେତା ଭାବରେ ପ୍ରତିଷ୍ଠା ଲାଭ କରିଥଲେ। ଜଣେ ସଂସ୍କାରବାଦି ନେତା ଭାବରେ ସେ ,୧୯୪୬ ମସିହାରେ ଝଙ୍କଡ଼ ସାରଳା ମନ୍ଦିର ରୁ ବଳିପ୍ରଥା ଉଚ୍ଛେଦ କରିଥିବା ବେଳେ ୧୯୫୪ ମସିହାରେ ସାରଳା ମନ୍ଦିରରେ ହରିଜନ ପ୍ରବେଶ କରାଇ ଏକ ଯୁଗାନ୍ତକାରୀ ଗୌରବ ଅର୍ଜ୍ଜନ କରିଥିଲେ।

Leave a Reply

Your email address will not be published. Required fields are marked *