Db9c90fb Aef4 46ca A5c7 7a7aae56ca1b

ଝଙ୍କଡ଼ ସାରଳାପୀଠରେ ଏକାଦଶତମ ଶ୍ରୀମଦ୍ ଭାଗବତ ପାରାୟଣ ପ୍ରବଚନର ଉଦଘାଟନ ସମାରୋହ

ରାଜ୍ୟ
Share

ଝଙ୍କଡ଼ :   ଅତିବଡ଼ି ଜଗନ୍ନାଥ ଙ୍କ ନବାକ୍ଷରୀ ଛନ୍ଦ ର ଓଡିଆ ଭାଗବତ, ଓଡିଆ ଜାତିର ଐକ୍ୟ, ସଂହତି ଓ ମୈତ୍ରୀ ପ୍ରତିଷ୍ଠା କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି ।  ପରମଶାସ୍ତ୍ର ଏହି ଭାଗବତର ପ୍ରତିଟି ପଦରେ ଓ ଛନ୍ଦରେ ଅମୃତର ଧାରା ପ୍ରବାହିତ ହୋଇଥାଏ ।  ଭାଗବତ ପଠନ ଶ୍ରବଣ ଓ ମନନ ଦ୍ବାରା ଇହକାଳ ଓ ପରକାଳ ରେ ପରମଶାନ୍ତି ପ୍ରାପ୍ତି ହୋଇଥାଏ ବୋଲି ଗତ ସୋମବାର ଦିନ ସଂଧ୍ୟାରେ ବାଣୀ କ୍ଷେତ୍ର ଝଙ୍କଡ଼ ପୀଠ କନକପୁର ସ୍ଥିତ ମା ସାରଳା ଭାଗବତ ପ୍ରଚାର ସମିତିର ଏକାଦଶତମ ବାର୍ଷିକ ଉତ୍ସବରେ ଯୋଗଦେଇ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ଟ୍ରଷ୍ଟ ର ରାଷ୍ଟ୍ରୀୟ ପ୍ରଚାରକ ତଥା ଧାରାବାହିକ ପ୍ରବଚକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ମତବ୍ୟକ୍ତ କରି ଅଛନ୍ତି ।

D689fafb Ae1f 4945 A889 F8c7ad29f3a9

ଆଜିର ପ୍ରସଙ୍ଗ ଶୁକ ସୌନକ ସମ୍ବାଦ , ଶୁକ ପରୀକ୍ଷିତ ସମ୍ବାଦ, ଚତୁଃଶ୍ଲୋକୀ ଭାଗବତ ଓ ମନୁ କର୍ଦ୍ଦମ ସମ୍ବାଦ ବିଷୟରେ, ବହୁ  ତଥ୍ୟଭିତ୍ତିକ ଓ ବହୁ ପୁରାଣ ଶାସ୍ତ୍ର ର ଉଦାହରଣ ଦେଇ, ଦିବ୍ୟ ପ୍ରବଚନ ପ୍ରଦାନ କରିଥିଲେ । ଦିବସ ବ୍ୟାପି ଶ୍ରୀମଦ୍ ଭାଗବତ ପାରାୟଣ, ସ୍ଥାନୀୟ ଅଞ୍ଚଳରେ ଏକ ଭକ୍ତି ଭାବମୟ ପରିବେଶ ସୃଷ୍ଟି କରିଥିଲା । ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ, ଭଗବତପ୍ରେମି ମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବାର ଦେଖିବାକୁ ମିଳିଥିଲା । ଏହି ସାରସ୍ୱତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଶୁଭଉଦ୍ଘାଟନ ର ମୁଖ୍ୟ ପୁରୋଧା ଥିଲେ ମାଆ ଶାରଳାଙ୍କ ମୁଖ୍ୟ ପୂଜକ ରଞ୍ଜନ କୁମାର ପଣ୍ଡା ଓ ପରିଛା ପଣ୍ଡିତ ସୁଦାମ ଚରଣ ପଣ୍ଡା । ଅନ୍ୟ ମାନଙ୍କ ମଧ୍ୟରେ ଇଂ ବିଷ୍ଣୁ ଚରଣ ସ୍ୱାଇଁ , ବରିଷ୍ଠ ସେବାୟତ କ୍ଷୀରୋଦ କୁମାର ରାଉଳ, ବିଶ୍ବରଂଜନ ରାଉଳ, ହରେକୃଷ୍ଣ ରାଉଳ, ଦେବୀପ୍ରସାଦ ରାଉଳ, ରମେଶ ଚନ୍ଦ୍ର ରାଉଳ, ଚନ୍ଦନ ରାଉଳ, ସୁରେନ୍ଦ୍ର କୁମାର ପଣ୍ଡା, ନୃସିଂହ ଚରଣ ନାୟକ, ହରେକୃଷ୍ଣ ନାୟକ, ବିଜୟ କୁମାର ରାଉଳ ଓ ରଶ୍ମୀ ରଞ୍ଜନ ରାଉଳଙ୍କ ସମେତ, ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଓ ମନ୍ଦିରର ସମସ୍ତ ପଣ୍ଡା ସେବକ, ସାରଳା ମନ୍ଦିର ପ୍ରଶାସନର ସମସ୍ତ ପ୍ରସାଶନିକ ଅଧିକାରୀଙ୍କ ସମେତ ଝଙ୍କଡ଼ ଅଞ୍ଚଳର ସମସ୍ତ ଅଧିବାସୀମାନେ ଏହି କାର୍ଯ୍ୟକ୍ରମ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *