744d9fa2 F87e 4caa A1ab 230acc2a7114

ସିଦ୍ଧଳ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ ପଞ୍ଚରାତ୍ରର ଚତୁର୍ଥ ସଂଧ୍ୟା

ରାଜ୍ୟ
Share

ଝଙ୍କଡ଼  :  ଓଡ଼ିଆଜାତିର ମଉଡମଣି, କୋଟିକୈବଲ୍ୟ ନାଥ ଜଗତର ନାଥ ଜଗନ୍ନାଥଙ୍କ ସ୍କନ୍ଧ ପୁରାଣବର୍ଣ୍ଣିତ ସମସ୍ତ ତତ୍ତ୍ଵ ଓ ଗାଥା ଉପରେ ଆଧାରିତ ବିଷୟବସ୍ତୁ କୁ ସାଧାରଣଲୋକଙ୍କ ପାଖରେ ପହଞ୍ଚାଇବାକୁ, ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ସିଦ୍ଧଳ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ, ଗତ ୧୭ ତାରିଖ ଠାରୁ ଶୁଭାରମ୍ଭ ହୋଇଥିବା, ଜଗନ୍ନାଥ ପଞ୍ଚରାତ୍ର ର ୪ର୍ଥ ସନ୍ଧ୍ୟା ରେ ଅନୁଷ୍ଠାନର ମାର୍ଗଦର୍ଶକ ତଥା ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ଟ୍ରଷ୍ଟ ର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ସହିତ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ଉଦଘାଟନ କରାଯାଇଥିଲା | ଶ୍ରୀ ଜଗନ୍ନାଥ ମନ୍ଦିରର ବଡ଼ପଣ୍ଡା ଅରୁଣ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ମହାନ ଆଧ୍ୟାତ୍ମିକ ସାରସ୍ୱତ କାର୍ଯ୍ୟକ୍ରମ ରେ ବ୍ୟାସ ଭାବରେ ପଣ୍ଡିତ ସୁରେନ୍ଦ୍ର ନାଥ ଦାଶ, ପ୍ରତ୍ୟେହ ସ୍କନ୍ଧ ପୁରାଣ ପୁରାଣ ପାଠ କରିଥିଲେ।

A5039a42 Cab3 4ff9 A3a9 C31b6f4129f8

ଏହି ପଞ୍ଚମସନ୍ଧ୍ୟା ରେ ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କ ଦ୍ଵାରା ଶ୍ରୀକ୍ଷେତ୍ରରେ ଯଜ୍ଞ , ନୃସିଂହ ମୂର୍ତ୍ତି ଓ ଚତୁର୍ଦ୍ଧା ବିଗ୍ରହ ଦର୍ଶନ ଓ ପଞ୍ଚତୀର୍ଥ ମାହାତ୍ମ୍ୟ ପ୍ରସଙ୍ଗ ସହିତ, ଜଗନ୍ନାଥ ସଂସ୍କୃତି ର ବହୁ ଆଧ୍ୟାତ୍ମିକ ତତ୍ତ୍ଵ ଓ ତଥ୍ୟ ବିଷୟ ରେ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଅତି ସରଳ, ସାବଲୀଳ ଓ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କଲାବେଳେ, ଉପସ୍ଥିତ ଶ୍ରଦ୍ଧାଳୁ ଭକ୍ତ ଓ ଭଗବତପ୍ରେମୀ ଶ୍ରାଦ୍ଧକୁ ଭକ୍ତମାନେ, ଭାବବିହ୍ୱଳ ହୋଇ ଉଠିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ କାଳୀକିଙ୍କର ଆଚାର୍ଯ୍ୟ , ଅଜୟ କୁମାର ଦାଶ, କିଶୋର ଦାଶ , ଡଃ ସୁରେନ୍ଦ୍ର ନାଥ ତ୍ରିପାଠୀ , ଆଶିଷ ମହାପାତ୍ର , ସୁରେନ୍ଦ୍ର ସାହୁ , ସୁଶାନ୍ତ ବେହେରା , ସାରଦା ବେହେରା, ପଣ୍ତିତ ପ୍ରଫୁଲ୍ଲ କୁମାର ସାହୁ, ଶୁକଦେବ ବେହେରା ଓ ଅଭୟ କୁମାର ଦାଶ ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ,୨୧ ତାରିଖ ବୁଧବାର ଦିନ ଏହି ଜଗନ୍ନାଥ ପଞ୍ଚରାତ୍ର ଉଦଯାପନ ଉପଲକ୍ଷେ ବିଶ୍ଵକଲ୍ୟାଣ ଯଜ୍ଞା ରେ ଆହୁତି ପ୍ରଦାନ କରାଯିବ ବୋଲି, କର୍ମକର୍ତ୍ତା ମାନେ ସୂଚନା ପ୍ରଦାନ କରିଅଛନ୍ତି।

Leave a Reply

Your email address will not be published. Required fields are marked *