ରଘୁନାଥପୁର : ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱରମ୍,ଗୁରୁ ସାକ୍ଷାତ ପରଂବ୍ରହ୍ମ ତସମୈଶ୍ରୀ ଗୁରବେ ନମଃ । ସୃଷ୍ଟିର ଆଦିକାଳରୁ ପ୍ରଚଳିତ ଗୁରୁଶିଷ୍ୟ ପରମ୍ପରା ଏବେ ବି ସ୍ୱର୍ଣ୍ଣିମ ସ୍ଵାକ୍ଷର ବହନ କରି ଚାଲିଛି । ଶିକ୍ଷା ନିକେତନ ମାନଙ୍କରେ ଗୁରୁ ମାନଙ୍କୁ ପୂଜ୍ୟପୂଜାର ଵିଧି ବିଧାନରେ ସଂସ୍କୃତି ପରମ୍ପରା କୁ ଉଦ୍ଜୀବିତ କରି ରଖିବାର ନିଦର୍ଶନ ଦେଖିବାକୁ ମିଳୁଛି !ଭାରତୀୟ ସଂସ୍କୃତି ଏହି ପରମ୍ପରା କୁ ଆଉପାଦେ ଆଗକୁ ଟାଣି ନେଇ ଛନ୍ଦି ଦେଇଛି ସାର୍ବପଲ୍ଲୀ ରାଧାକ୍ରିଷ୍ଣନ ଙ୍କ ଜୀବନ ଦର୍ଶନ ସହିତ । ୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ତାମିଲନାଡୁ ର ତିରୁତାନୀ ଗ୍ରାମରେ ଜନ୍ମଗ୍ରହଣ କରିଥିବା ସାର୍ବପଲ୍ଲୀ ରାଧା କ୍ରିଷ୍ଣନ ଜଣେ ମେଧାବୀ ବ୍ୟକ୍ତି ଥିଲେ,ଯେ କି ଇଂଲଣ୍ଡ ର ସର୍ବୋଚ୍ଚ ପଦଯୋଗ୍ୟ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ !ସେଇ ମହାନ ବ୍ୟକ୍ତିଙ୍କୁ ସମ୍ମାନ ଦେବାକୁ ତାଙ୍କ ଜନ୍ମ ଦିବସକୁ ଗୁରୁଦିବସ ରୂପେ ପାଳନ କରାଯାଉ ଅଛି । ଏହି ଅବସରରେ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅଧୀନ ନାଲିଵର ସ୍ଥିତ ସରସ୍ବତୀ ଶିଶୁମନ୍ଦିର ପରିସରରେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଶିଶୁମନ୍ଦିରର ପରିଚାଳନା କମିଟିର ସଭାପତି ବନମାଳୀ ମହାରଣା, ଉପସଭାପତି ରମେଶ ଚନ୍ଦ୍ର ମଲ୍ଲ, ସମ୍ପାଦକ ପ୍ରହଲ୍ଲାଦ ଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ରାମଚନ୍ଦ୍ର ଲେଙ୍କା ଙ୍କ ତତ୍ୱାବଧାନରେ ଆୟୋଜିତ ଗୁରୁପୂଜା ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ର ସଭାପତି ଶରତ କୁମାର ଦାଶ, ସମ୍ମାନିତ ଅତିଥିଭାବେ ଥିଲେ ଏରଡ଼ଙ୍ଗା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଛବିତା ମହାନ୍ତି ଏବଂ ସମାଜସେବୀ ବୈଜୟନ୍ତୀ ଦାସ ।
ବିଘ୍ନରାଜ ଗଣେଶ ଙ୍କୁ ଆରାଧନା ଓ ପ୍ରଦୀପ ପ୍ରଜ୍ବଳନ ସହିତ ଉତ୍ସବ କୁ ଆରମ୍ଭ କରାଯାଇଥିବା ବେଳେ, ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ଗୁରୁଦିବସ ର ବାର୍ତ୍ତା ଦେଇଥିଲେ ଛାତ୍ରଛାତ୍ରୀ ଓ ଆମନ୍ତ୍ରିତ ଅତିଥିମାନେ । ଅତିଥିମାନଙ୍କ ସହିତ ଗୁରୁ ଓ ଗୁରୁ ମାଆଙ୍କୁ ଉତ୍ତରୀୟ ଫୁଲ ଚନ୍ଦନ ଅକ୍ଷତ ପକାଇ ସମ୍ମାନିତ ଏବଂ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକୁ ସହଯୋଗ କରିଥିଲେ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ବ୍ରଜନାଥ ମିଶ୍ର, ଆଚାର୍ଯ୍ୟ ମନୋଜ କୁମାର ପ୍ରଧାନ, ମଧୁସୂଦନ ସାହୁ, ସାରଦା ପ୍ରସାଦ ରାଉତ, ସୂର୍ଯ୍ୟକାନ୍ତ ତ୍ରିପାଠୀ, ଶୁଭ୍ରାଂଶୁ ଶେଖର ଦ୍ବିବେଦୀ, ରଶ୍ମିରଂଜନ ହୋତା, ସମୀର ରଞ୍ଜନ ଦାଶ, ରଞ୍ଜନ ବାରିକ, ରତ୍ନାକର ଜେନା,ଆଚାର୍ଯ୍ୟା ରୁକ୍ମିଣୀ ପ୍ରଧାନ, ଶୁଚିସ୍ମିତା ସ୍ୱାଇଁ, ବବିତା ସ୍ୱାଇଁ, ଶସ୍ମିତା ସ୍ୱାଇଁ, ମିସ ମ୍ୟାରୀ ମାର୍ଗରେଟ ମହାନ୍ତି, କାର୍ଯ୍ୟାଳୟ ପ୍ରମୁଖଙ୍କ ମଧ୍ୟରେ ଦେବାଶିଷ ବାରିକ, ସ୍ୱପ୍ନାମୟୀ ଦାଶ, ସାଗରୀକା ସ୍ୱାଇଁ, ସ୍ମୃତିପ୍ରିୟ ସ୍ୱାଇଁ, ସେବକ ସେବିକାଙ୍କ ମଧ୍ୟରେ ମଳୟ ରାଉତ, କଳ୍ପନା ମହାରଣା, ଶରତ ଚନ୍ଦ୍ର ନାୟକ !ପରିଶେଷରେ ବିଦ୍ୟାମନ୍ଦିର ର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।