Be00c1bb 51a2 4570 9470 Af5102f9ffcd

ସାରଳାପୀଠ କନକପୁର ପୂର୍ତ୍ତବିଭାଗ ଡାକବଙ୍ଗଳା ଭୂତକୋଠିରେ ପରିଣତ, ବିଭାଗୀୟ ମରାମତି ନାଁ ରେ ଲକ୍ଷଲକ୍ଷ ଟଙ୍କା ହରିଲୁଟ

ରାଜ୍ୟ
Share

ଝଙ୍କଡ଼ :  ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠରେ ତା ୬/୪/୧୯୮୨ ମସିହାରେ ସ୍ଥାପିତ ଓ ୧୯୮୨ ମସିହା ନଭେମ୍ବର ୧୪ ତାରିଖ ଦିନ, ତତ୍ କାଳୀନ ପୂର୍ତ୍ତ, ଗୃହନିର୍ମାଣ, ନଗରଉନ୍ନୟନ, ଖଣି ଓ ଭୂତତ୍ତ୍ଵ ବିଭାର ମନ୍ତ୍ରୀ ସ୍ବର୍ଗତ ବସନ୍ତ କୁମାର ବିଶ୍ବାଳଙ୍କ ଦ୍ଵାରା ଉଦଘାଟିତ ହୋଇଥିବା, କନକପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳା ଏକଦା ସାରଳାପୀଠ କୁ ଆସୁଥିବ ସମସ୍ତ ପର୍ଯ୍ୟଟକ ଓ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ପାଇଁ ଆଶ୍ରୟ ସ୍ଥଳ ଓ ରାତ୍ରୀ ଯାପନ ନିମନ୍ତେ ବ୍ୟବହୃତ ହେଉଥିଲା। ମାତ୍ର ଉପଯୁକ୍ତ ରକ୍ଷଣା ବେକ୍ଷଣ ଅଭାବରୁ, କାଳକ୍ରମେ ଏହି ଡାକବଙ୍ଗଳା ଟି ଜରାଜୀର୍ଣ୍ଣ ହୋଇ ପଡ଼ିଲା।

ଭ

ପରବର୍ତ୍ତୀ ସମୟରେ ଏଠାରେ କିଛି ବର୍ଷ ପାଇଁ, ଅସ୍ଥାୟୀ ଭାବେ ସାରଳା ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟ ଖୋଲାଯାଇଥିଲା। ସେଥିପାଇଁ ତିର୍ତ୍ତୋଲ ପୂର୍ତ୍ତ ବିଭାଗ ତରଫରୁ ଅନେକ ଥର ଏହାର ମରାମତି କାର୍ଯ୍ୟ ପାଇଁ ଲକ୍ଷ ଲକ୍ଷ ଟଙ୍କା ପ୍ରଦାନ କରାଯାଇ ଥିଲେ ମଧ୍ୟ ନିମ୍ନ ମାନର କାମ ଓ ବାଟମାରଣା ଯୋଗୁଁ, ସଠିକ୍ ଭାବେ ମରାମତି କରାଯାଇ ନଥିଲା । କେବଳ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧ୍ୟରେ, ରାଧେ ରାଧେ ତେରା ମେରା ଅଧେ ଅଧେ ରେ ମରାମତି କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ତେବେ ଆଜକୁ ପ୍ରାୟ ତିରିଶ ବର୍ଷ ରୁ ଉର୍ଦ୍ଧ ସମୟ ଧରି, ଏହି ପୂର୍ତ୍ତ ବିଭାଗ ଡାକବଙ୍ଗଳା ଟି ଭୂତକୋଠିି ରେ ପରିଣତ ହୋଇଛି। କୋଉଠି କାନ୍ଥ ଫାଟିଚି, ତ ଆଉ କେଉଁଠି ଝରକା କବାଟ ଭାଙ୍ଗି ଯାଇଛି । ଏମିତି ଏକ ବିପଦ ସଙ୍କୁଳ ପୁରାତନ ଡାକବଙ୍ଗଳା ର ଚଟୁଃ ପାର୍ଶ୍ୱରେ ଅଳିଆ ଆବର୍ଜ୍ଜନା ରେ ପରିପୂର୍ଣ ହୋଇଅଛି।

ଏଠାରେ ଡାକବଙ୍ଗଳା ପରିବର୍ତ୍ତେ, ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ପାଇଁ, ତତ୍କାଳୀନ ୫ ଟି ସଚୀବ ଭି କେ ପାଣ୍ଡିୟାନ ଙ୍କୁ ଅଞ୍ଚଳବାସୀ ଙ୍କ ତରଫରୁ ଏକ ଦାବୀପତ୍ର ଦେବାର, କିଛି ଦିନ ପରେ ସେଥିପାଇଁ ତତ୍ କାଳୀନ ସରକାର ଙ୍କ ତରଫ ରୁ ଏକ ଅନୁଧ୍ୟାନକାରୀ ଦଳ ଏଠାରେ ପହଞ୍ଚି, ସ୍ଥିତି ଅନୁଧ୍ୟାନ କରି, ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ମାତ୍ର ଏ ଅଞ୍ଚଳର ଅଧିବାସୀ ମାନଙ୍କୁ ଭୁଆଁ ବୁଲେଇବା ପାଇଁ ଏହା ଏକ ସୁପରିକଳ୍ପିତ ଯୋଜନା ଥିଲା ବୋଲି, ସମ୍ପ୍ରତି ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ନୂଆ ସରକାର ଆସିବାପରେ, ଏହି ପ୍ରାଚୀନ, ପ୍ରସିଦ୍ଧ ଶକ୍ତିପୀଠ, ଝଙ୍କଡ଼ ସାରଳା ପୀଠରେ, ଜରାଜୀର୍ଣ୍ଣ ହୋଇ ପଡ଼ିରହିଥିବା ଏହି ପୂର୍ତ୍ତ ବିଭାଗ ଡାକବଙ୍ଗଳା ର ପୁନଃନିର୍ମାଣ ହେଉ ଅଥବା ଏକ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ କରିବାପାଇଁ, ସାଧାରଣରେ ଦାବୀ ହେଉଛି |

Leave a Reply

Your email address will not be published. Required fields are marked *