Zzzzz

ଆଦର୍ଶ ଶିକ୍ଷକ ସମରେନ୍ଦ୍ର ସାହୁଙ୍କୁ ସେବା ଅବସରକାଳୀନ ସମ୍ବର୍ନ୍ଧନା

ରାଜ୍ୟ
Share

ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକ ତରଜଙ୍ଗା ଗ୍ରାମ ପଞ୍ଚାୟତ ଅଧୀନ ତେରତାଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ତିର୍ତ୍ତୋଲ ମଣ୍ଡଳ ଭାରପ୍ରାପ୍ତ ସହକାରୀ ଶିକ୍ଷାଧିକାରୀ ସମରେନ୍ଦ୍ର ସାହୁଙ୍କ ସେବା ଅବସରକାଳୀନ ସମ୍ବର୍ନ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି।

ତିର୍ତ୍ତୋଲ ବ୍ଲକ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ସଂପାଦକ ସୁରେନ୍ଦ୍ର କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ରାଜ୍ୟ ସଂଘର ପ୍ରାକ୍ତନ ସଭାପତି ଅକ୍ଷୟ କୁମାର ଦାସ ମୁଖ୍ୟ ଅତିଥି, କୁଜଙ୍ଗ ବ୍ଲକର ପ୍ରାକ୍ତନ ଶିକ୍ଷାଧିକାରୀ ପବିତ୍ର କୁମାର କର ମୁଖ୍ୟ ବକ୍ତା, ସମ୍ମାନନୀୟ ଅତିଥିଭାବେ ବାଲିକୁଦା ବ୍ଳକର ପ୍ରାକ୍ତନ ଶିକ୍ଷାଧିକାରୀ ବାଇଧର ତ୍ରିପାଠୀ, ବିରିଡ଼ି ବ୍ଲକର ପ୍ରାକ୍ତନ ସହକାରୀ ଶିକ୍ଷାଧିକାରୀ ରାମଚନ୍ଦ୍ର ସ୍ବାଇଁ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଝୁଲରାମ ଦାସ, ହାଡିବନ୍ଧୁ ବେହେରା,ନିତ୍ୟାନନ୍ଦ ନାୟକ, ଭାରତି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ସ୍ବାଇଁ, ପ୍ରଧାନ ଶିକ୍ଷୟିତ୍ରୀ ସ୍ନିଗ୍ଧା ରାଣୀ ଲେଙ୍କା, ପ୍ରମୋଦିନୀ ଦାଶ, ତିର୍ତ୍ତୋଲ ବ୍ଲକ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ସଭାପତି ବାବୁଲି ସ୍ବାଇଁ, ତିର୍ତ୍ତୋଲ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅକ୍ଷୟ କୁମାର ନାୟକ, ଶିକ୍ଷକ ବସନ୍ତ କୁମାର ବଳ, ଧର୍ମାନନ୍ଦ ମଲ୍ଲିକ, ଟୁଟୁ ଦାଶ, ଧିରେନ୍ଦ୍ର କୁମାର ମନ୍ତ୍ରୀ, ଶୈଳବାଳା ଦେଇ, ନମିତା ଜେନା, ସୁଚୀସ୍ମିତା ବେହେରା, ଶଶାଙ୍କ ଶେଖର ସ୍ବାଇଁ,ସ୍ନେହ ମହାପାତ୍ର, ବିଜୟଲକ୍ଷ୍ମୀ ସିଂହ, ମୋନାଲିସା ନାୟକ, ଆଲୋକ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇ ଶ୍ରୀ ସାହୁ ଜଣେ ଛାତ୍ରବତ୍ସଳ, ସହକର୍ମୀପ୍ରେମୀ, ସମୟାନୁବର୍ତ୍ତୀ, କର୍ତ୍ତବ୍ୟନିଷ୍ଠ ପ୍ରଧାନ ଶିକ୍ଷକ ଭାବରେ ବ୍ଲକ ତଥା ଜିଲ୍ଲାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବୋଲି ଅଭିବ୍ୟକ୍ତ କରିଥିଲେ।

ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଛଚିନ୍ଦ୍ର କୁମାର ସାହୁ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଛାତ୍ରୀ ଲିପ୍ସା ପ୍ରିୟଦର୍ଶିନୀ ସାହୁ, ଛାତ୍ର ଶୁଭ୍ରାଂଶୁ ଶେଖର ସାହୁ, ବିଭୁ ପ୍ରସାଦ ସାହୁ ସମେତ ଅନେକ ଛାତ୍ରଛାତ୍ରୀ ପ୍ରିୟ ପ୍ରଧାନ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ହୃଦୟସ୍ପର୍ଶୀ ବକ୍ତବ୍ୟ ରଖିଥିଲେ। ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଦାସଙ୍କ ଦ୍ୱାରା ପରିଚାଳିତ ଗୁରୁବନ୍ଦନା ଓ ବିଦାୟ ସଙ୍ଗୀତ ଉତ୍ସବରେ ଗୁରୁ ଗମ୍ଭୀର ପରିବେଶ ସୃଷ୍ଟି କରିଥିଲା।

ଶେଷରେ ବିଦ୍ୟାଳୟ ଓ କ୍ଲଷ୍ଟର ତରଫରୁ ଶ୍ରୀ ସାହୁଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସବିତା ଦାଶ, ରଞ୍ଜିତ କୁମାର ମହାପାତ୍ର, ମୋନାଲିସା ପ୍ରଧାନ, ସସ୍ମିତା ସେଠୀ, ଭାସ୍କର ଚନ୍ଦ୍ର ସେଠୀ, ଶକ୍ତି ପ୍ରସାଦ ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟି ଚେୟାରମେନ ପ୍ରଫୁଲ୍ଲ କୁମାର ସାହୁ, ସଭ୍ୟ ଦେବାଶିଷ ଦାସ, ପିତବାସ ବେହେରା, ନିମାଇଁ ଦାସ, କାଜଲ ମଲ୍ଲିକ, ତପସ୍ଵିନୀ ଦାସ ସମେତ ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜୌତିରଞ୍ଜନ ମହାନ୍ତି ଏହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *