ତିର୍ତୋଲ : ସ୍ଥାନୀୟ ସରକାରୀ ଉଚ୍ଚବିଦ୍ୟାଳୟ, ମଣିଜଙ୍ଗା ପରିସରରେ ତିର୍ତୋଲ ଓ ରଘୁନାଥପୁର ବ୍ଲକ ଅନ୍ତର୍ଗତ ସମସ୍ତ ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ ପରାମର୍ଶଦାତା ମାନଙ୍କର ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଜିଲ୍ଲା ଶିକ୍ଷାଅଧିକାରୀ ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶରେ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ଦାସଙ୍କ ତତ୍ତ୍ୱlବଧାନରେ ଅନୁଷ୍ଠିତ ହୋଇଯାଇଛି ।
ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ ଙ୍କ ଅଦକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ତ୍ରିଲୋଚନ ସାହୁ ପ୍ରଶିକ୍ଷଣର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଲା ଜୁନିଅର ରେଡକ୍ରସ ସାଧନ କର୍ମୀ ଅମୂଲ୍ୟ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହ “ସଡ଼କ ସୁରକ୍ଷା,ଗୁଡ଼ ସମରିଟାନ ଆଇନ,ଓ ଟ୍ରାଫିକ ନିୟମ, ରେଡକ୍ରସ ଇତିହାସ ଉପରେ ପ୍ରଶିକ୍ଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧନକର୍ମୀ ଅତୁଲ ବିକ୍ରମ ପ୍ରଧାନ, ଚନ୍ଦନ କୁମାର ବେହେରା, ନିରଞ୍ଜନ ବିଶ୍ୱାଳ, ହିମାଂଶୁ କୁମାର ମହାନ୍ତି ସାରଦା ଅଧିକାରୀ ଓ ପ୍ରଗତି ପ୍ରିୟମ୍ବଦା ଜେନା ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ବିଦ୍ୟାଳୟରେ ରେଡକ୍ରସର ଆବଶ୍ୟକତା ଓ କାର୍ଯ୍ୟକାରିତା ବିପର୍ଯ୍ୟୟ ପରିଚାଳନା ଓ ପ୍ରାଥମିକ ଚିକିତ୍ସା ଉପରେ ପ୍ରଶିକ୍ଷଣ ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀଆଲୋକ କୁମାର ମହାପାତ୍ର, ସବିତା ମାଣିକ, ବିଦ୍ୟୁଳତା ସ୍ୱାଇଁ, ସନ୍ଧ୍ୟା ଦାସ, ଯୋଗମାୟା ବର୍ଦ୍ଧନ, ରୋଜାଲିନ ସେଠି, ବିଜୟାଲଷ୍ମୀ ସ୍ୱାଇଁ, ସମରେଶ ନାୟକ, ଶ୍ରୀଧର ସେଠୀ, ଅଞ୍ଜଳି ରାୟ ଓ ସୁଭାଷିନୀ ବେହେରା ପ୍ରଭୁତି ସାହାଯ୍ୟ, ସହଯୋଗ ଏହି ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲା ।