38798b6f Dcef 4d6b A7fb Ac8762fa5725

ସାରଳା ମନ୍ଦିରର ସମ୍ମୁଖରେ ଗୋଡଧୁଆ ପାଣିର ସୁଅ ଛୁଟିଛି: ଯାତ୍ରୀ ପର୍ଯ୍ୟଟକ ଓ ସେବାୟତ ମାନେ ହନ୍ତସନ୍ତ।

ରାଜ୍ୟ
Share

ଝଙ୍କଡ଼  :   ଶାରଦୀୟ ପାର୍ବଣ ପୂଜା ଆରମ୍ଭ ହେବା ଦିନଠାରୁ, ମା ସାରଳା ଙ୍କ ସିଂହଦ୍ଵାର ର ଉତ୍ତର ପୂର୍ବ ପାର୍ଶ୍ବରେ, ହସ୍ତ ପାଦ ପ୍ରକ୍ଷାଳନ ନିମନ୍ତେ ମନ୍ଦିର ବେଢ଼ା ର ଭିତରପଟ ଓ ବାହାର ପଟରେ, ଓ ବାହାର ପଟରେ ୧୦/୧୨ ଟି ପାଣିପାଇପ ଟ୍ୟl ପ୍ ଲଗା ଯାଇଥିଲେ ମଧ୍ୟ ଡ୍ରେନେଜ୍ ବ୍ୟବସ୍ଥା ଠିକଭାବରେ କରାଯାଇ ନଥିବାରୁ ଏହି ଲିକେଜ୍ ରୁ ଦିନ ରାତି ପାଣି ବାହାରି, ଦୋଳ ମଣ୍ଡପ ସମ୍ମୁଖ ରେ ଗୋଡ ହାତ ଧୁଆ ପାଣିର ସୁଅ ଛୁଟିଛି। ରାଜ୍ୟ ସରକାରଙ୍କ ୪୨ କୋଟି ଟଙ୍କା ଆର୍ଥିକ ଅନୁଦାନ ରେ ଚାଲିଥିବା ରୂପାନ୍ତକରଣ କାର୍ଯ୍ୟର ଏହି ବେପରୁଆ ମନୋମୁଖୀ କାମ ଯୋଗୁଁ , ପାଣି ବୋହି ଚାଲିଥିବାରୁ, ମନ୍ଦିରର ମୁଖ୍ୟ ପ୍ରବେଶ ପଥ କାଦୁଅ ପଚପଚ୍ ହେବାରୁ, ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଏଠାକୁ ଆସୁଥିବା ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ, ଯାତ୍ରୀ ଓ ପର୍ଯ୍ୟଟକ ମାନେ ପ୍ରତିଦିନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖୋଦ୍ ଜଗତସିଂହପୁର ଜିଲ୍ଲାପାଳ ସାରଳାମନ୍ଦିର ପ୍ରଶାସନର ସୋଲଟ୍ରଷ୍ଟ ରହିଥିବା ବେଳେ ଓ ସହକାରୀ ଜିଲ୍ଲାପାଳ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ଵ ରେ ଥିଲାବେଳେ ଏପରି ଅନିୟମିତତା କାର୍ଯ୍ୟ ଲାଗି ରହିଥିବାରୁ, ସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଲଗାଦାର ଖବର ପ୍ରକାଶ ପାଇଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ, ମନ୍ଦିରର ସେବାୟତ ମାନେ ଏପରି ଅବ୍ୟବସ୍ଥା କୁ ନାପସନ୍ଦ କରିଅଛନ୍ତି। ଠିକାଦାରି ସଂସ୍ଥାର ଏହି ନବୀକରଣ କାର୍ଯ୍ୟ ଆରମ୍ଭ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ତରଫରୁ ଏହାର ତଦାରଖ କରାଯାଉ ନାହିଁ। ସରଳାପୀଠ ଓ ପୀଠ କୁ ସଂଯୋଗ କରୁଥିବା ରାସ୍ତାଘାଟ ର ସମ୍ପ୍ରସାରଣ ନିମନ୍ତେ ଆବଶ୍ୟକୀୟ ଜମି ଅଧିଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଗୁରୁତ୍ୱ ନଦେବା ଫଳରେ, ଶାରଳାପୀଠ ର ବାସ୍ତବ ନବୀକରଣ କାର୍ଯ୍ୟ ସମ୍ପୂର୍ଣ ହେବ କି ନାହିଁ , ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ସୂଚନା ଯୋଗ୍ୟ ଏହି ଅନିୟମିତତା ଓ ଅବ୍ୟବସ୍ଥା ସମ୍ପର୍କରେ, କିଛି ଦିନ ପୂର୍ବରୁ ଶାରଳାପୀଠ,ପରିଦର୍ଶନ ରେ ଆସିଥିବା ଅବସରରେ , ମାଆଙ୍କ ସେବାୟତ ମାନଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ରାଜ୍ୟ ର ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ମାନନୀୟା ପ୍ରଭାତୀ ପରିଡ଼ା , ସାଂସଦ ବିଭୁ ପ୍ରସାଦ ତରାଇ, ମନ୍ତ୍ରୀ ସମ୍ପଦ ସ୍ଵାଇଁ ଓ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଙ୍କୁ ଅବଗତ କରାଇବା ସଙ୍ଗେ ସଙ୍ଗେ ରାଜ୍ୟ ସରକାରଙ୍କ ତରଫରୁ ଏହି ପ୍ରକଳ୍ପର ଅଗ୍ରଗତି ଓ ପୂର୍ଣ୍ଣାଙ୍ଗ କରିବା ନିମନ୍ତେ ନିବେଦନ କରାଯାଇଥିଲା

Leave a Reply

Your email address will not be published. Required fields are marked *