ଝଙ୍କଡ଼ : ତିର୍ତ୍ତୋଲ ଜୟପ୍ରକାଶ ମଇଦାନ ରେ ଗତ ଗୁରୁବାର ଦିନ, କୁମାର ଉତ୍ସବ ସମିତି ର ୫୧ ତମ ବାର୍ଷିକ ଉତ୍ସବ ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ , ଝଙ୍କଡ଼ ସାହିତ୍ୟ ସଂସଦ ଆନୁକୂଲ୍ୟରେ, ରାଜ୍ୟ ସ୍ତରୀୟ କବିତା ଆସର, ସଂସଦର ସଭାପତି ତଥା ବିଶିଷ୍ଟ ସାରସ୍ୱତ ସାଧକ ମହେନ୍ଦ୍ର କୁମାର ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ମୁଖ୍ୟ ଅତିଥି ଭାବେ ବାଙ୍ଗାଲୋର ର ଓଡ଼ିଆ ସାହିତ୍ୟ ସମାଜର ପ୍ରତିଷ୍ଠାତା ସଭାପତି ତାପସ ରାଜ ମହାରଣା କହିଲେ ଯେ, ଓଡ଼ିଆ ଭାଷା ସାହିତ୍ୟ କୁ ଆନ୍ତର୍ଜାତୀୟ କ୍ଷେତ୍ର ରେ ପ୍ରତିଷ୍ଠିତ କରିବାପାଇଁ, କବି ଓ ଲେଖକ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସଂସଦ ର ପ୍ରତିଷ୍ଠାତା ସମ୍ପାଦକ ଗୋଲକ ବିହାରୀ ପଳାଇ , ବିବରଣୀ ପାଠ ଓ ସ୍ବାଗତ ଭାଷଣ ଦେଇଥିବା ବେଳେ, ସଙ୍ଗଠନ ସମ୍ପାଦକ ପଣ୍ଡିତ ବାସବ ନନ୍ଦ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।
ନବ କାକଳି ର ସମ୍ପାଦକ ଡଃ ସୁରେନ୍ଦ୍ର ନାଥ ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିବା ବେଳେ , ସମ୍ମାନିତ ଅତିଥି ଭାବେ ଦୂରଦର୍ଶନର ପ୍ରାକ୍ତନ ଅଧିକାରୀ ମଧୁସୁଦନ ପରିଜା ,, ପ୍ରାକ୍ତନ ପ୍ରସାଶନିକ ଅଧିକାରୀ ସୁରେଶ ଚନ୍ଦ୍ର ମହାନ୍ତି, ଉପସଭାପତି ଡଃ ବିଷ୍ଣୁପ୍ରିୟା ଦାସ, ନରେନ୍ଦ୍ର ନାଥ ସ୍ଵାଇଁ , ହେମନ୍ତ କୁମାର ନାୟକ ଓ କୁମାର ଉତ୍ସବ ସମିତି ର ସଭାପତି ବିମଳ କାନ୍ତ ମହାପାତ୍ର ପ୍ରମୁଖ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ କାବ୍ୟ କବିତା କୁ ଉଦ୍ ଜୀବିତ କରିରଖିବାକୁ ଆହ୍ଵାନ ଦେଇଥିବା ବେଳେ, କବି ଦିଗମ୍ମ୍ୱର୍ ରାଉତ , ସବିତା ନାୟକ ଓ ପ୍ରତିଭା ମିଶ୍ର ଙ୍କ ସଂଯୋଜନାରେ ୫୦ ରୁ ଉର୍ଦ୍ଧ କବି କବୟିତ୍ରୀ ମାନେ ସ୍ବରଚିତ କବିତା, ପାଠ କରିଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରଶାନ୍ତ କୁମାର ଦାସ, ବସନ୍ତ ପଞ୍ଚମୀ ଦାସ, ଝୁଲରାମ ଦାସ , ମାନସୀ ପ୍ରଭା ସ୍ଵାଇଁ, ଅଶୋକ କୁମାର ଦାସ , ଅନିଲ କୁମାର ମହାପାତ୍ର , ରାଧା ମୋହନ ପରିଜା , ଦେବେନ୍ଦ୍ର ନାଥ କର, ପାୟଲ ମଣ୍ଡଳ , ଅଞ୍ଜନା ମହାନ୍ତି , ପଦ୍ମାବତୀ, ପ୍ରଭାତ ପରିଜା , ରଞ୍ଜିତା ସାହୁ , ରୁନିବାଲା ମଲ୍ଲିକ , ପ୍ରଭାତୀ ମାଝୀ , ଓ ପ୍ରକାଶ ଚନ୍ଦ୍ର ଦାସ ପ୍ରମୁଖ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ପରିଶେଷରେ ଆଇନଜୀବି ପ୍ରଶାନ୍ତ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।