1de32a68 Dc83 43fd 88b5 18a92eff9cb8

ଗୋପୀନାଥ ଜୀଉଙ୍କ ଟ୍ରଷ୍ଟି କହି ଦୁର୍ନୀତି କରୁଥିବା ଅଭିଯୋଗ….ତଦନ୍ତପାଇଁ ଦାବି….

ରାଜ୍ୟ
Share

ତିର୍ତୋଲ : ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅଧୀନ କଣ୍ଟାପଡା ଗ୍ରାମରେ ବିଜେସ୍ଥଳୀ ଶ୍ରୀ ଗୋପୀନାଥ ଜୀଉ ଙ୍କ ଅନେକ ସମ୍ପତି ଥିବାବେଳେ,ସମ୍ପତି ରକ୍ଷଣା ବେକ୍ଷଣା ଓ ମନ୍ଦିର ପରିଚାଳନା ପାଇଁ 2007 ମସିହା ଠାରୁ ଉକ୍ତ ଗ୍ରାମ ର ନବ କିଶୋର ମହାନ୍ତି ଓ କିଛି ସ୍ଥାନୀୟ ବ୍ୟକ୍ତି ଙ୍କୁ ନେଇ ଦେବୋତ୍ତର ବିଭାଗ ଏକ ଅସ୍ଥାୟୀ ବୋର୍ଡ ଗଠନ କରିଥିଲେ । କିନ୍ତୁ ଏବେ ଉକ୍ତ ବୋର୍ଡ ର କାର୍ଯ୍ୟକାଳ ବହୁ ଦିନ ପୂର୍ଵରୁ ସରି ଯାଇଥିବା ଅଞ୍ଚଳବାସି ଓ କିଛି ପୂର୍ବତନ ସଦସ୍ୟ ଜିଲ୍ଲାପାଳ ଓ ଅତିରିକ୍ତ ଦେବୋତ୍ତର କମିଶନର (କଟକ) ଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ ନବକିଶୋର କୌଣସି ସଦସ୍ୟ କିମ୍ବା ଗ୍ରାମବାସୀ ଙ୍କ ବିନା ପରାମର୍ଶ ରେ ଆୟ ବ୍ୟୟ ହିସାବ ମନ ଇଛା କରୁଥିବା ବେଳେ, ଗୋପୀନାଥ ଙ୍କ ସମ୍ପତି ରୁ ହେଉଥିବା ଆୟ ରେ ବହୁ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏପରିକି ମନ୍ଦିର ଜମିକୁ ମୋଟା ଅଙ୍କର ଅର୍ଥ ନେଇ ନିର୍ଦ୍ଧିଷ୍ଟ ବ୍ୟକ୍ତି ଙ୍କୁ କୋଠା କରିବାକୁ ଅନୁମତି ଦେବା, ଅନୁରୂପ ଭାବେ ଅନ୍ୟ ଜଣେ ବ୍ୟକ୍ତିଙ୍କଠୁ ଟଙ୍କା ନେଇ ରାସ୍ତା ମଧ୍ୟ ଦେଇଛନ୍ତି । ପ୍ରତିବର୍ଷ ଠାକୁରଙ୍କ  ଜମିରୁ ହେଉଥିବା ଆୟବ୍ୟୟର ହିସାବ ମଧ୍ୟ ସଠିକ ଭାବେ ରଖା ଯାଉନାହିଁ । ଦୀର୍ଘ ବର୍ଷ ଧରି ଠାକୁରଙ୍କ ଜମିକୁ ଭାଗ ଚାଷ କରୁଥିବା ଅନେକ ଗରିବ ଚାଷୀଙ୍କୁ ଧମକ ଦେବା, ସେମାନଙ୍କ ନାମରେ ଆଇନ ଅଦାଲତରେ ମିଥ୍ୟା ମୋକଦ୍ଦମା କରିବା, ଅଯଥା ଗଣ୍ଡଗୋଳ କରିବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ଆସିଛି । ୨ ଦିନ ପୂର୍ବ ରୁ ବାଖରପୁର ଗ୍ରାମ ର ଜଣେ ଭାଗଚାଷୀ ଙ୍କ ଘରେ ବିଳମ୍ବିତ ରାତିରେ ନବ କିଶୋର ଓ ତାଙ୍କ ପୁଅ ଅନାମ ଯାଇ ବନ୍ଧୁକ ଦେଖାଇ ଧମକ ଦେଇଥିବା ମଧ୍ୟ ତିର୍ତୋଲ ଥାନାରେ ଏକ କେଶ (512/24)ରୁଜୁ ହୋଇଛି । ତେବେ ଏ ବାବଦରେ ଜିଲ୍ଲା ପ୍ରଶାସନ ତଥା ଦେବୋତ୍ତର ବିଭାଗ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣ ରେ ଦାବି ହେଉଅଛି ।

Leave a Reply

Your email address will not be published. Required fields are marked *