ଝଙ୍କଡ଼ : ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୁଣ୍ୟ କାର୍ତ୍ତିକ ମାସର ଆରମ୍ଭ ହେବା ଅବସରରେ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ, ବିରିତୋଳ ପଞ୍ଚାୟତର ଅଧିବାସୀମାନଙ୍କ ତାରଫରୁ ୧୯ ତମ ସଂକୀର୍ତ୍ତନ ପଦଯାତ୍ରା ଆରମ୍ଭ ହୋଇଛି। ଗତ ରବିବାର ଦିନ ପ୍ରତ୍ୟୁଷରୁ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ରୁ ଶତାଧିକ ଶ୍ରଦ୍ଧାଳୁ ଭକ୍ତ, ଖୋଳ, ଗିନି, ଝଞ୍ଜ, କାହାଳୀ ବଜାଇ, ପତାକା ଉଡ଼ାଇ, ମାହାମନ୍ତ୍ର ନାମ ସଙ୍କୀର୍ତ୍ତନ କରି, ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ପଡଯାତ୍ରା ରେ ବାହାରିଥିଲେ ।
ଏହି ସଂକୀର୍ତ୍ତନ ପଦଯାତ୍ରା କୁ ବିଭିନ୍ନ ସ୍ଥାନରେ, ସ୍ବାଗତ କରଯାଇଥିବା ବେଳେ, କେତେକ ସ୍ଥାନରେ ସେମାନଙ୍କୁ ଥଣ୍ଡା ପାନୀୟ , ଜଳଖିଆ ଓ ଫଳମୂଳ ଆଦି ପ୍ରଦାନ କରାଯାଇଥିବାର ଦେଖିବାକୁ ମିଳିଥିଲା। ମଙ୍ଗଳ ବାର ଦିନ ଏହି ସଂକୀର୍ତ୍ତନ ପଦଯାତ୍ରା ଶ୍ରୀକ୍ଷେତ୍ର ପୁରୀ ରେ ପହଞ୍ଚି, ଶ୍ରୀଜଗନ୍ନାଥ ଙ୍କ ଦର୍ଶନ କରିବା ପରେ, ସେହି ବିରିତୋଳ ପଞ୍ଚାୟତ ରୁ ଠାକୁର୍ ଶ୍ରୀ ଶ୍ରୀ ଅଭିରାମ ପରମହଂସ ଙ୍କ କରମଳl ଆଶ୍ରମ କୁ ଯାତ୍ରା କରିଥିବା, ଶ୍ରଦ୍ଧାଳୁ ଭକ୍ତମାନଙ୍କ ସହିତ, ଶ୍ରୀମନ୍ଦିରର ସିଂହଦ୍ବାର ସମ୍ମୁଖରେ, ଭକ୍ତମିଳନ ଅନୁଷ୍ଠିତ ହେବ। ତେବେ ସାରଳା ସଂସ୍କୃତି ଓ ଜଗନ୍ନାଥ ସଂସ୍କୃତି ର ସମନ୍ଵୟ ତାର, ବାର୍ତ୍ତା ପ୍ରଚାର ନିମନ୍ତେ ଏହି ସଙ୍କୀର୍ତ୍ତନ ପଦଯାତ୍ରା ଦୀର୍ଘ ୧୯ ବର୍ଷ ଧରି ଚାଲି ଆସିଛି ବୋଲି, ଏହି କାର୍ଯ୍ୟକ୍ରମର ଆୟୋଜକ ମାନେ ସୁଚନା ପ୍ରଦାନ କରିଅଛନ୍ତି।