Argusnews Harichandan Ratna Bhandar 955005ce F046 4226 8bd4 8b3e85fbc9a2 750x430

ବେଆଇନ ଭାବେ ଜମି ବିକ୍ରି ହୋଇଥିଲେ କଡା କାର୍ଯ୍ୟାନୁଷ୍ଠାନ: ଆଇନ ମନ୍ତ୍ରୀ

Uncategorized
Share

ପୁରୀ: ଶ୍ରୀଜଗନ୍ନାଥଙ୍କ ଇଞ୍ଚେ ବି ଜମିର ବେଆଇନ ବିକ୍ରିକୁ ବରଦାସ୍ତ କରାଯିବନି। ମହାପ୍ରଭୁଙ୍କ ଜମି ବେଆଇନ ଭାବେ ବିକ୍ରି ହୋଇଥିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କ୍ରେତା ବିକ୍ରେତା ଓ ସମ୍ପୃକ୍ତ ସବ ରେଜିଷ୍ଟ୍ରାରଙ୍କ ବିରୋଧରେ କଡା ଆକ୍ସନ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି ବାସେଳୀ ସାହି ଜମି ଜାଲିଆତି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ହେବ । ମନ୍ଦିର ପ୍ରଶାସନର ଯାହା ଦାୟିତ୍ଵ ତାକୁ ନିର୍ବାହ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପଟେ ଜବରଦଖଲ ଜମିକୁ ବିକ୍ରି କରି କର୍ପସ ଫଣ୍ଡ ସଂଗ୍ରହ କରିବାକୁ ଯୋଜନା କରୁଛି ବିଭାଗ। ୨୦୦୩ ୟୁନିଫର୍ମ ପଲିସି ଅନୁସାରେ ଜବରଦଖଲ ହୋଇଥିବା ଜଗନ୍ନାଥଙ୍କ ଜମି ଗୁଡିକର ସେଟେଲମେଣ୍ଟ କରାଯିବ। ଏବଂ ପୁରୀ ସହର ଏବଂ ରାଜ୍ୟର ଅନ୍ୟ ଅଞ୍ଚଳରେ ଦୀର୍ଘ ଦିନ ଧରି ଲୋକେ ମହାପ୍ରଭୁଙ୍କ ଜମି ଜବରଦଖଲ କରୁଛନ୍ତି। ଏହି ପ୍ରକ୍ରିୟା ଫଳରେ ସେହି ଜମି ଜବରଦଖଲ ମୁକ୍ତ ହୋଇପାରିବ। ସେଟେଲମେଣ୍ଟ ହେବା ଦ୍ଵାରା ୮ରୁ ୧୦ ହଜାର ଟଙ୍କାର କର୍ପସ ଫଣ୍ଡ ଗଠନ ମଧ୍ୟ ହୋଇପାରିବ । ସର୍ବନିମ୍ନ ପରିମାଣର ଜମି କୁ ରିହାତି ଦରରେ ବିକ୍ରି କରାଯିବ।

Leave a Reply

Your email address will not be published. Required fields are marked *