E77ace6a E2a2 4ba5 A631 Ccdb6c3f8f92

ମହାନଦୀ ପୂଜନ ସମିତର ଗଡଗଡିଆ ଘାଟଠାରେ ମହାନଦୀରେ ୨୯ତମ ମହାଆଳତୀ

ରାଜ୍ୟ
Share

କଟକ : ଗଡଗଡିଆ ଘାଟ ମହାନଦୀ କୂଳରେ ମହାନଦୀ ପୂଜନ ସମିତି ପକ୍ଷରୁ ପ୍ରତି ମାସର ପୂର୍ଣ୍ଣିମା ଭଳି ଚଳିତ କାର୍ତ୍ତିକ ପୂର୍ଣ୍ଣମୀ (ରାସ ପୂର୍ଣ୍ଣିମା) ର ସଂଧ୍ୟାରେ ଅନୁଷ୍ଠାନର ସଭାପତି ଶ୍ରୀ କ୍ଷୀରୋଦ କୁମାର ସାହୁଙ୍କ ପୌରୋହିତ୍ୟରେ ସହସ୍ରାଧିକ ଲୋକଙ୍କ ଗ୍ରହଣ ରେ ମହାସମାରୋହରେ ପାଳିତ ସୋଇଯାଇଛି।

ଏଥିରେ ପୁରୀର ମହୋଦଧି ଆଳତିର ମୁଖ୍ୟ ସେବାୟତ ଗୁରୁଜୀ ଶ୍ରୀ ଜୟ ନାରାୟଣ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ବର୍ତ୍ତମାନ ମହାନଦୀର ପରିତ୍ୟକ୍ତ ଅବସ୍ଥାକୁ ଆଳତୀର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । କଟକ ଜିଲ୍ଲା ବ୍ରାହ୍ମଣ ମହାସଭାର ଯୁଗ୍ମ ସମ୍ପାଦକ ଶ୍ରୀ ଆଶୀଷ କୁମାର ପତି, ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର ନାଥ ପଣ୍ଡା, ୧୯ ଦିଗ ଭାଗ ସର୍ଵାଧିକାରୀ ଶ୍ରୀ ବିରେନ୍ଦ୍ର କୁମାର ସାହୁ, କେନ୍ଦ୍ରୀୟ ରାମଲୀଳା ପ୍ରଚାର ସମିତିର ସର୍ବବ୍ୟବସ୍ଥାପକ ଶ୍ରୀ ଗୋପାଳ ଚନ୍ଦ୍ର ମିଶ୍ର, କେନ୍ଦ୍ରୀୟ ରାମଲୀଳା ପ୍ରଚାର ସମିତିର ସହ ସମ୍ପାଦକ ଶ୍ରୀ ନିବାସ ଚନ୍ଦ୍ର ମିଶ୍ର, ନୀଳଚକ୍ରର ଉପସଭାପତି ନିବାସ ଚନ୍ଦ୍ର ରାଉତ ଵାଈମୁଣ୍ଡି ବରିଷ୍ଠ ନାଗରିକ ସଂଘର ଶ୍ରୀ ବିକ୍ରମ ଲେଙ୍କା,ପୂଜକ ବାବୁଲି ନନା,ଅଜୁ ନନା, ଶ୍ରୀ ପାରସ୍ ଶା‌ହା ତଥା ପୂର୍ବତନ କର୍ପୋରେଟର ନମିତା ମଞ୍ଜରୀ ସା‌ହୁ ଏବଂ ରଞ୍ଜନ କୁମାର ସାହୁ  ପ୍ରମୁଖ ଆଳତିରେ ମହାନଦୀ ର ସୁରକ୍ଷା ପାଇଁ ଆଳତି ରେ ସଂକଳ୍ପ ନେଇଥିଲେ।

କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଗଙ୍ଗାଧର ବେହେରା ସଂଯୋଜନା କରିଥିଲାବେଳେ କାର୍ଯ୍ୟକାରୀ ସଭାପତି ଶ୍ରୀ ହେମନ୍ତ କୁମାର ସାହୁ,ଉପ ସଭାପତି ଶ୍ରୀ ଜଗନ୍ନାଥ ଚୋୖଧୁରୀ, ରବିନ୍ଦ୍ର କୁମାର ସାହୁ, ଯଶୋବନ୍ତ ବେଉରା, ଯୁଗ୍ମ ସମ୍ପାଦକ ଶ୍ରୀ ଵିଶ୍ଵ ରଞ୍ଜନ ମହାନ୍ତି ଏବଂ ହେମନ୍ତ କୁମାର ନାୟକ ପ୍ରମୁଖ ପରିଚାଳନ ରେ ମୁଖ୍ୟ ଭାଗ ନେଇଥିଲେ।

Leave a Reply

Your email address will not be published. Required fields are marked *