ଝଙ୍କଡ : ନୂତନ ସରକାର ଙ୍କ ଦ୍ଵାରା ଧାନର ମୂଲ୍ୟ, ପୂର୍ବ ନିର୍ଦ୍ଧାରିତ ୨୧୦୦ ଟଙ୍କା ପରିବର୍ତ୍ତେ ୩୧୦୦ ଟଙ୍କା କୂ ବୃଦ୍ଧି ପାଇବା ପରେ, ରାଜ୍ୟବ୍ୟାପି ଏଥି ନିମନ୍ତେ ନିୟନ୍ତ୍ରିତ ବଜାର କମିଟି ତରଫରୁ, ଧାନର ଗୁଣାତ୍ମକ ମାନ ସମ୍ପର୍କରେ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଊଥିବା ବେଳେ, ଗତ ଗୁରୁବାର ଦିନ ପୂର୍ବାହ୍ନ ରେ, ଜନକଲ୍ୟାଣ ସୋସାଇଟି ର ସଭାପତି ଅଜୟ କୁମାର ରାଉଳ ଙ୍କ ସଭାପତିତ୍ବରେ ,କନକପୁର ସ୍ଥିତ ବସନ୍ତବଗିଚା ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମା ସାରଳା ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପରେ, ସାରଳାସଂସ୍କୃତି ଗବେଷକ ରମାକାନ୍ତ ରାଉଳ, ନିମନ୍ତ୍ରିତ ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ, ପୁର୍ବତନ ସରପଞ୍ଚ ବିଜୟ କୁମାର ନାୟକ ଅଟିଥିପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ୍ କରିଥଲେ। ସମିତିର ସମ୍ପାଦକ ପରମାନନ୍ଦ ଦାସ ବିବରଣୀ ପାଠ କରିଥିଲେ।
ଆର୍ ଏମ୍ ସି ର ସମ୍ପାଦକ ସୂର୍ଯ୍ୟକାନ୍ତ ଦାସ ଧାନର ମାନ ସମ୍ପର୍କରେ ତଥ୍ଯଭିତ୍ତିକ ବକ୍ତବ୍ୟ ପ୍ରଦାନ କରି ଚାଷୀ ମାନଙ୍କ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ, ତିର୍ତ୍ତୋଲ ସୋସାଇଟି ର ସଭାପତି ସୁଶାନ୍ତ କୁମାର ସାହୁ , ମୁଳିସିଂହ ସରପଞ୍ଚ ସାଫି ଆଜାମ୍ , କନକପୁର ସରପଞ୍ଚ ରେବତୀ ମହାନ୍ତି, ପୁର୍ବତନ ସରପଞ୍ଚ ଧନଞ୍ଜୟସୁତାର , ସମିତିସଭ୍ୟ ରଞ୍ଜନ କୁମାର ସାହୁ , ସମିତିସଭ୍ୟା ନୟନା ସାମଲ , କଟରା ସମିତିସଭ୍ୟା ରୋଜାଲିନୀ ଜେନା, ସମାଜସେବୀ ବରଦା ପ୍ରସାଦ ମହାନ୍ତି , ରାଜସ୍ବନୀରିକ୍ଷକl ରୋଜାଲିନି ପଣ୍ଡା ଓ ବିଶିଷ୍ଟ ସମାଜସେବୀ ଅଶୋକ କୁମାର ମହାନ୍ତି ପ୍ରମୁଖ ମଞ୍ଚାସିନ ହୋଇ, ଏହି ସରକାରୀ କାର୍ଯ୍ୟକ୍ରମ କୁ ସଫଳ କରାଇବା ପାଇଁ ଉପସ୍ଥିତ ଚାଷୀଭାଇ ମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିଥିଲେ। ତେବେ ଏହି ସମସ୍ତ କାର୍ଯ୍ୟକ୍ରମରେ, କନକପୁର , ମୁଳିସିଂହ, କୋଷ୍ଠିମଲ୍ଲିକାପୁର , ଗୋବିନ୍ଦ ପୁର , କଟରା , ଦାଇଁଲ , ଗରାମ , ଗୋପାଳପୁର (s) , ତରଜଙ୍ଗ। , ତିର୍ତ୍ତୋଲ , ସଅଁରା ଓ ଛପଡ଼ା ଅଦି ୧୨ ଗୋଟି ପଞ୍ଚାୟତର ମୋଟ ୪୮୮ ଜଣ ଚାଷୀ ମାନେ ଏଠାରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ସହସମ୍ପାଦକ ପ୍ରକାଶ ଚନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।