ଜମି ଅଧିଗ୍ରହଣ ନାଁ ଧରୁନି ପ୍ରଶାସନ , ଡୁଇଜଣ ଉପମୁଖ୍ୟ ମନ୍ତ୍ରୀ ଙ୍କ ନିର୍ଦ୍ଦେଶ କୁ ବି ଖାତିର ନାହିଁ
ଝଙ୍କଡ଼ : ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠର ନବୀକରଣ ପାଇଁ ରାଜ୍ୟ ସରକାର ଗତ ଗତ ୨୦୨୨ ମସିହା ଡିସେମ୍ବର ମାସରେ ୪୨ କୋଟି ଟଙ୍କାର ଅଟକଳ ରେ ମାତ୍ର ୧୮ ମାସ ମଧ୍ୟରେ ନିର୍ମାଣକାର୍ଯ୍ୟ ଶେଷହେବ ବୋଲି ଘୋଷଣା କରିଥିଲେ ମଧ୍ୟ ଦୀର୍ଘ ତିନିବର୍ଷ ବିତିବାକୁ ଯାଉଥିବା ବେଳେ, କୌଣସି ଗୋଟିଏ ହେଲେକାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। ସବୁକାମ ଅଧାପାନ୍ତୁରିଆ ହୋଇ ପଡିରହିଥିବାବେଳେ, ଚଳିତ ବର୍ଷ ଅକ୍ଟୋବର ମାସରେ ପୁନଶ୍ଚ ମନ୍ଦିର ବେଢ଼ାର ଦକ୍ଷିଣପାର୍ଶ୍ଵ ଅଶ୍ୱଦ୍ଵାର ଓ ଚନ୍ଦନ ପୁଷ୍କରିଣୀ ଘାଟ ନିକଟସ୍ଥ ସେବାୟତମଣ୍ଡପ କୁ ଠିକାଦାରସଂସ୍ଥା ତରଫରୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆଗଲା । ପରେ ପରେ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ, ଉତ୍ତରପାର୍ଶ୍ଵ ଭୋଗଘର କୁ ଭାଙ୍ଗିଦେଇ , ଏଠାରେ ଆଉ ଏକ ଉତ୍ତରଦ୍ଵାର ଖୋଲାଯିବ ବୋଲି କହିଲେ।
ଯାତ୍ରୀ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଏହି ଉତ୍ତରପାର୍ଶ୍ଵ ହସ୍ତୀଦ୍ଵାର ଖୋଲିବା ପାଇଁ ବହୁ ପୂର୍ବରୁ ଦୁଇଟି ପ୍ରସ୍ତର ନିର୍ମିତ ହସ୍ତୀ ମଧ୍ୟ ଆଜି ପର୍ଯ୍ୟନ୍ତ, ସାରଳାଦାସ ଙ୍କ ସ୍ମୃତିସ୍ତମ୍ଭ ସମ୍ମୁଖରେ ପଡ଼ିରହିଛି। ହେଲେ ଉତ୍ତରଦ୍ଵାର ଭଙ୍ଗାଯିବାର ତିନିମାସ ବିତିବାକୁ ଯାଉଥିବା ବେଳେ ଠିକାଦାରସଂସ୍ଥା ତରଫରୁ କୌଣସି ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇନାହିଁ। ଇତି ମଧ୍ୟରେ ଗତ ଦୁଇ ମାସ ପୁର୍ବରୁ ରାଜ୍ୟଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଙ୍କ ପରେ ଅନ୍ୟତମ ଉପମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାରଳା ମନ୍ଦିର ପରିଦର୍ଶନ ରେ ଆସିଥିବା ଅବସରରେ, ମାଆଙ୍କ ପଣ୍ଡା ସେବକ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନଙ୍କ ଆପତ୍ତି ଅଭିଯୋଗ କୁ ଭିତ୍ତି କରି, ଠିକାଦାରୀ ସଂସ୍ଥା ଓ ପ୍ରସାଶନିକ ଅଧିକାରୀ ମାନଙ୍କ ସହିତ ସବିଶେଷ ଆଲୋଚନା କରି , ନବିକରଣ ଯୋଜନା ର ନକ୍ସା କୁ ତନ୍ ତନ କରି ନିରୀକ୍ଷଣ କରିବା ପରେ, ଯେତେଶୀଘ୍ର କାର୍ଯ୍ୟ କୁ ସମ୍ପୂର୍ଣ କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ମଧ୍ୟ ମାନ୍ୟବର ଉପମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଲେ ଯେ, ସରକାର ଙ୍କ ନିକଟରେ ଅର୍ଥର ଅଭାବ ନାହିଁ, ସାରଳା ପୀଠର ରୁପାନ୍ତ କରଣ ପାଇଁ, ଆଉଯାହା ସବୁ ଆବଶ୍ୟକତା ରହିଛି, ସେସବୁ କରିବା ପାଇଁ ଯାହା ଯାହା ଦରକାର ସେସବୁ କରାଯିବ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଉଛି , ପୂର୍ବଯୋଜନା ଅନୁଯାଇ ସାରଳାପୀଠର ସମ୍ପ୍ରସାରଣ ପାଇଁ, ପୁର୍ବରୁ ଥିବା ଜିଲ୍ଲାପାଳ ଜମି ଅଧିଗ୍ରହଣ କରିବା ନିମନ୍ତେ, ସମ୍ପୃକ୍ତ ଜମି ମାଲିକ ମାନଙ୍କୁ ଡ଼କାଇ ବହୁବାର ଆଲୋଚନା କରିଥିଲେ ଓ ସେମାନେ ସହମତି ପ୍ରକାଶ କରିଥଲେ ମଧ୍ୟ ଜିଲ୍ଲାପାଳ , ଏ କ୍ଷେତ୍ରରେ ଅଜିପର୍ଯ୍ୟନ୍ତ୍ କୌଣସି ଠୋସ ପଦକ୍ଷେପ ନେଇ ନାହାଁନ୍ତି। ଯାହା ଫଳରେ ଏହି ପ୍ରକଳ୍ପ ର ଯୋଜନା ଓ ନକ୍ସା ଅନୁଯାଇ କୌଣସିକାମ ସଠିକ ଭାବେ ହୋଇପାରି ନାହିଁ । ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକୀୟ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବୀ ହେଉଛି।