ଝଙ୍କଡ଼ : ସ୍ୱାଧୀନ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ କୁ ଗୁରୁତ୍ୱ ଦେବାକୁ ବାବାସାହେବ ଡଃ. ଭୀମରାଓ ଆମ୍ବେଦକର ଙ୍କ ରଚିତ ସମ୍ବିଧାନ କୁ ପ୍ରଣୟନ କରାଯାଇଥିଲା । ସେଇ ଐତିହାସିକ ଦିବସକୁ ସମ୍ବିଧାନ ଦିବସ ରୂପେ ସାରା ଭାରତରେ ପାଳନ କରାଯାଇ ଆସୁଛି ।
ଏହି ପରିପ୍ରେକ୍ଷୀରେ କନୀମୂଳସ୍ଥ ବାୟା ଅବଧୂତ ଡିଗ୍ରୀ ମହାବିଦ୍ୟାଳୟ, ପରିସରରେ ପ୍ରଶାନ୍ତ କୁମାର ଜେନାଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ହୋଇଯାଇଛି ସମ୍ବିଧାନ ଦିବସ ର କାର୍ଯ୍ୟକ୍ରମ । ପ୍ରାରମ୍ଭରେ ସମ୍ବିଧାନର ମୁଖବନ୍ଧ ପାଠ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ମହାବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଅଧ୍ୟାପକ, ଅଧ୍ୟାପିକା, ଅଫିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମ୍ବିଧାନ ଦିବସ ଆଧାରିତ ପ୍ରବନ୍ଧ, ବକ୍ତୃତା, ସାଧାରଣଜ୍ଞାନ ଆଦି ପ୍ରତିଯୋଗିତା ର ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।
ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜେନା, ଅଧ୍ୟାପକ ନିରଞ୍ଜନ ବେହେରା ଓ ରାଜନୀତି ବିଜ୍ଞାନର ଅଧ୍ୟାପିକା ସଂଯୁକ୍ତା ମହାନ୍ତି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବିଧାନର ମୂଳ ଲକ୍ଷ, ଗଠନର ଆବଶ୍ୟକତା, କାର୍ଯ୍ୟକାରିତା ଓ ସମ୍ବିଧାନକୁ ମାନି ଚାଲିବାର ବିଷୟରେ ବିଷଦ ଭାବରେ ମତ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ମିଲିନା ସ୍ୱାଇଁ, ପ୍ରଗତିକା ମହାନ୍ତି,ଶିଶିର ମହାପାତ୍ର,ବିଭୁ ପଦାରବିନ୍ଦ କର, ସତ୍ୟନାରାୟଣ ମହାପାତ୍ର ଉପସ୍ଥିତ ଥିବା ବେଳେ ପରିଚାଳନାରେ ସହଯୋଗ କରିଥିଲେ ଅଧ୍ୟାପିକା ମଧୁସ୍ମିତା କବି,ସୁଲଗ୍ନା ମହାନ୍ତି, ଅପର୍ଣ୍ଣା ଅପରାଜିତା ମହାପାତ୍ର ଏବଂ ଅଧ୍ୟାପକ ସ୍ମୃତିରଞ୍ଜନ ବାରିକ !ସର୍ବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ସଞ୍ଜୟ କୁମାର ଦାସ ।