ଝଙ୍କଡ଼ : ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳାପୀଠ ରୁ ଜୟପୁର,ଜଗତସିଂହପୁର ରାସ୍ତାର ସଅଁରା ଛକ ସହିତ ସଂଯୁକ୍ତ ହୋଇଥିବା ୭ କିଲୋ ମିଟର ଆର୍ ଆଣ୍ଡ ବି ରାସ୍ତା କାମ ସରିବାପରେ , ସାରଳା ମନ୍ଦିର ସମ୍ମୁଖରେ, ଏହି ପ୍ରକଳ୍ପର ଏକ ସାଇନ୍ ବୋର୍ଡ ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଙ୍କ ଫଟୋ ମରାଯାଇଥିଲା। ମାତ୍ର ସରକାର ବଦଳିବା ପରେ, ଗତମାସ ରେ ସେହି ସାଇନ୍ ବୋର୍ଡ କୁ ହଟାଇ, ସେଠାରେ, ମୂଖ୍ୟମନ୍ତ୍ରୀ ମୋହନ ମାଝି ଙ୍କ ଫଟୋଥିବା, ଗେରୁଆରଙ୍ଗର ସାଇନ୍ ବୋର୍ଡ ଲଗାଯାଇଛି। ପ୍ରଶ୍ନ ଉଠୁଛି ସାଇନ୍ ବୋର୍ଡ ବଦଳୁ ଥିଲାବେଳେ, ରାସ୍ତାର ଉଭୟ ପାର୍ଶ୍ବରେ ମାଟି ଫିଲିଙ୍ଗ କାମ ସରି ନଥିବାରୁ, ଲକ୍ଷ୍ମୀବସ ଭଳି ଲମ୍ବା ଚଉଡ଼ା ଯାତ୍ରୀବାହୀ ବସ ଚଳାଚଳ ସମୟରେ ରାସ୍ତା ଜାମ୍ ହୋଇ, ଅନ୍ୟାନ୍ୟ ଯାନବାହାନ ଯାତାୟାତ ପାଇଁ ଘଣ୍ଟା ଘଣ୍ଟା ଧରି, ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।
ବିଶେଷ କରି ଏହି ରାସ୍ତାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ, ଉଜ୍ଜ୍ବଳ ଆଲୋକସଜା ର ଯୋଜନା ଥିଲେ ମଧ୍ୟ ମାତ୍ର ଏକ କିଲୋ ମିଟର ପର୍ଯ୍ୟନ୍ତ, କେତେକ ବିଦ୍ୟୁତ୍ଖୁଣ୍ଟ ରେ ଲାଇଟ୍ ଲଗାଯାଇଛି। ଯାହା ଫଳରେ ଶାରଳାପୀଠ କୂ ଆସୁଥିବା ଦୁରାଗତ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ସାଇନ୍ ବୋର୍ଡ ବଦଳାଇବା ପୁର୍ବରୁ ଯଦି ଏହି ନବନିର୍ମିତରାସ୍ତାର ଉଭୟ ପାର୍ଶ୍ବରେ ମାଟି ଫିଲିଙ୍ଗ କରାଇବା ସହିତ, ପ୍ରତି ବିଦ୍ୟୁତ୍ ଖୁଣ୍ଟରେ ଉଜ୍ଜ୍ବଳ ଆଲୋକ ସଜା ର ବ୍ୟବସ୍ଥା କରାଯାଇପାରିଥାନ୍ତା, ପ୍ରକୃତ ରଙ୍ଗ ବଦଳିବା ଓ ମୁଖ୍ୟମନ୍ତ୍ରୀ ଙ୍କ ଫଟୋ ବଦଳିବା ର ଯଥାର୍ଥତା ପ୍ରତିପାଦନ ହୋଇଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସୂଚନା ଯୋଗ୍ୟ ଏହି ରାସ୍ତାର ମାଟି ଫିଲିଙ୍ଗ ହୋଇ ନଥିବାରୁ କିଛିମାସ ପୁର୍ବରୁ ଜଗତସିଂହପୁର ମେଡିକାଲ ରୁ ସାଇକେଲ ରେ ନିଜ ଗ୍ରାମ ମୁଳିସିଂହ ସହର କୂ ଫେରୁଥିବା ମିନୀ ସାହୁ ନାମକ ଜଣେ ବ୍ୟକ୍ତି, ସଂକେତପାଟଣା ଠାରେ, କଂକ୍ରିଟ ରୋଡ ରୁ ତଳକୁ ପଡ଼ିଯାଇ, ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ତେଣୁ ଭବିଷ୍ୟତରେ ମଧ୍ୟ ଏପରି ଅଘଟଣ ଘଟିବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ବିଭାଗୀୟ ଅଧିକାରୀ ମାନେ, ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ତରଫରୁ ଯେତେଶୀଘ୍ର ଏହି ସାରଳା – ସଅଁରା ରାସ୍ତାର ନିର୍ମାଣ ଓ ବିଦ୍ୟୁତ୍ କରନଣ୍ କାର୍ଯ୍ୟ କୁ ସମ୍ପୂର୍ଣ କରାଇବା ପାଇଁ, ସାଧାରଣରେ ଦାବୀ ହେଉଛି।