ଝଙ୍କଡ଼ : ବିଗତ ୨୦୨୨ ମସିହା ଜୁନ ଦୁଇତାରିଖ ଦିନ, ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ର ନବୀକରଣ କାର୍ଯ୍ୟ ନିମନ୍ତେ ୪୨ କୋଟି ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରିବା ସହିତ, ମାତ୍ର ୧୮ ମାସ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ ହେବ ବୋଲି , ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା। ପୂର୍ବପ୍ରସ୍ତୁତ ନକ୍ସା ଅନୁଯାଇ, ସାରଳା ମନ୍ଦିରର ଚତୁଃପାର୍ଶ୍ବରେ, କିଛି ବ୍ୟକ୍ତି ବିଶେଷ ଙ୍କ ଜମି କୁ ଅଧିଗ୍ରହଣ କରାଯାଇ ପୀଠର ସମ୍ପ୍ରସାରଣ ହେବବୋଲି, ଯୋଜନା ପ୍ରସ୍ତୁତ କରାଯାଇଥିଲା । ସମ୍ପୃକ୍ତ ଜମି ମାଲିକ ମାନଙ୍କୁ ମଧ୍ୟ, ଜଗତସିଂହପୁର ଜିଲ୍ଲାପାଳ ତଥା ସାରଳା ମନ୍ଦିର ପ୍ରଶାସନର ସୋଲଟ୍ରଷ୍ଟି , ନିଜର କାର୍ଯ୍ୟାଳୟ କୁ ଡ଼କାଇ, ସେମାନଙ୍କୁ ବିସ୍ଥାପିତ କରିବା ଓ ସେଥିପାଇଁ,ମନ୍ଦିର ତରଫରୁ ଜମି ଓ କ୍ଷତି ପୂରଣ ନିମନ୍ତେ ଆବଶ୍ୟକୀୟ ଅର୍ଥ ପ୍ରଦାନ କରାଯିବ ବୋଲି,୨/୩ ଥର ଆଲୋଚନା କରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଜମି ମାଲିକ, ଏହି ପ୍ରସ୍ତାବରେ ସହମତି ଓ ସ୍ବୀକୃତି ପ୍ରଦାନ କରିଥିଲେ। ତେବେ ଜିଲ୍ଲାପାଳ ଓ ସାରଳା ମନ୍ଦିର ପ୍ରଶାସନ ତରଫରୁ ଏହି ଜମି ଅଧିଗ୍ରହଣ କରିବା ନିମନ୍ତେ କୌଣସି ପରବର୍ତ୍ତୀ ପଦକ୍ଷେପ ନନେବାରୁ , ଠିକାଦାରୀ ସଂସ୍ଥା ଯେନତେନ ପ୍ରକାରେନ କାମ ସାରିବା ପାଇଁ, କେବଳ ମନ୍ଦିରର ନିଜସ୍ଵ ଜମିଉପରେ ହିଁ ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି । ଏହି ପରିପ୍ରେକ୍ଷୀରେ ମନ୍ଦିରର ସମ୍ମୁଖ ଭାଗରେ ଥିବା ଜମି ଉପରେ ପ୍ରାଚୀର ନିର୍ମାଣ କାର୍ଯ୍ୟ ଆରମ୍ଭ ଦେଇଛନ୍ତି।
ସାରଳା ପୀଠର ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ବୋଲି, ସାରଳାପୀଠ କୁ ପରିଦର୍ଶନ ନିମନ୍ତେ ଆସିଥିବା ଅବସରରେ, ରାଜ୍ୟ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଙ୍କ ସମେତ ସାଂସଦ ବିଭୁପ୍ରସାଦ ତରାଇ, ମନ୍ତ୍ରୀ ସମ୍ପଦ ସ୍ଵାଇଁ , ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ଙ୍କ ସମେତ, ଜିଲ୍ଲାର ସମସ୍ତ ଜନପ୍ରତିନିଧି ଓ ପ୍ରସାଶନିକ ଉଚ୍ଚପଦସ୍ତ୍ ଅଧିକାରୀ ମାନଙ୍କୁ ସ୍ଥାନୀୟ ଅଞ୍ଚଳର ଅଧିବାସୀ ଓ ମାଆଙ୍କ ସେବାୟତ ମାନେ, ବାରମ୍ବାର ଆପତ୍ତି ଅଭିଯୋଗ ଓ ଦାବୀ କରି ଆସୁଥିଲେ ମଧ୍ୟ ଅଦ୍ୟାବଧି ଏଥିପାଇଁ କୌଣସି ପଦକ୍ଷେପ ନିଆନଯିବାରୁ କୋଟି କୋଟି ଶ୍ରାଦ୍ଧକୁ ଭକ୍ତମାନଙ୍କ ସହିତ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ସଚେତନ ହୋଇ ଆବଶ୍ୟକୀୟ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବୀ ହେଉଛି।