ଝଙ୍କଡ଼ : ପ୍ରଧାନମନ୍ତ୍ରୀ ଆବାସଯୋଜନା ଗ୍ରାମୀଣ ରେ ନୂତନ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବା ବେଳେ, ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ, କନକପୁରଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ, ହିତାଧିକାରୀମାନେ କିପରି ନିଜେ ନିଜର ସର୍ଭେ କରିପାରିବେ, ସେନେଇ, ଏକ କର୍ମଶାଳା ଗତ ବୁଧବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି ।
ସରପଞ୍ଚ ରେବତୀ ମହାନ୍ତି ଙ୍କ ସଭାପତିତ୍ବରେ ଓ ସମାଜସେବୀ ଅଶୋକ କୁମାର ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ତାଲିମ ଶିବିରରେ ତିର୍ତ୍ତୋଲ ବ୍ଲକର ଅତିରିକ୍ତ ମଣ୍ଡଳଉନ୍ନୟନ ଅଧିକାରୀ ସତ୍ୟଜିତ ସ୍ୱାଇଁ , ମୁଖ୍ୟପ୍ରଶିକ୍ଷକ ଭାବରେ ଯୋଗଦେଇ, ରାଜ୍ୟ ସରକାରଙ୍କ ଏହି ନୂତନ ଯୋଜନା କୁ କାର୍ଯ୍ୟକାରୀ କରି, ଯୋଗ୍ୟ ହିତାଧିକାରୀ ମାନେ, କିପରି ନିଜେ ନିଜର ସର୍ଭେ ଜାଣିପାରିବେ ଓ ଏହାର ସୁବିଧା ସୁଯୋଗ ଉପଲବ୍ଧ ହୋଇ ପାରିବେ, ସେ ବିଷୟରେ ତଥ୍ଯଭିତ୍ତିକ ସୂଚନା ପ୍ରଦାନ କରିଥଲେ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶ୍ରୀ ତନୁଶ୍ରୀ ଶତପଥୀ, ଏ ଡି ଇ ଓ ରାଧାକାନ୍ତ ନାୟକ, ମିଶନଶକ୍ତିର ରଶ୍ମିରଞ୍ଜନ ଦାଶ , ନାୟବ ସରପଞ୍ଚ ପଦ୍ମ ଚରଣ ସେଠୀ ଙ୍କ ସମେତ ରେଣୁକା ନାୟକ, ଗୁଲନାଜ୍ ଅକ୍ତର ପ୍ରମୁଖ ସମସ୍ତ ୱାଡ ସଭ୍ୟ ସଭ୍ୟା ପ୍ରମୁଖ ଯୋଗଦେଇ ଆଲୋଚନାରେ ରେ ଅଂଶ ଗ୍ରହଣ କରିଥିଲେ।
ଏଥିରେ ମହିଳା ମିଶନ ଶକ୍ତି, ଓ ସମସ୍ତ ସି ଆର ପି ମାନେ ମଧ୍ଯ ଭାଗନେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଅପରାଜିତା ଦାସ ଜ୍ୟୋତ୍ସ୍ନା ରାଣୀ ଦାସ, ଲକ୍ଷ୍ମୀଧର ଦାସ, ବିଜୟ କୁମାର ହାତୀ ଓ ସର୍ବେଶ୍ଵର ମଲ୍ଲିକ ପ୍ରମୁଖ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ତେବେ ତିନିଶହ ରୁ ଉର୍ଦ୍ଧ୍ବ ହିତାଧିକାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ମୁଳିସିଂହ, ବିରିତୋଳ , ସଅଁରା , ଗୋପାଳପୁର , ପଟିଲୋ ଓ କଟରା ଗ୍ରାମ ପଞ୍ଚାୟତର କାର୍ଯ୍ୟାଳୟରେ ମଧ୍ଯ ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁରୂପ ଭାବରେ ଅନୁଷ୍ଠିତ ହୋଇଯାଇଛି