20241227232l 750x430

ମନମୋହନ ସିଂହଙ୍କ ସ୍ମାରକୀ ପାଇଁ ଜାଗା ଦେବେ ସରକାର

ଦେଶବିଦେଶ
Share

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ପାଇଁ ସରକାର ଜାଗା ଯୋଗାଇ ଦେବେ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି। ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ ଗତକାଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଠାରୁ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ ପତ୍ର ମିଳିଥିଲା।

କେନ୍ଦ୍ର କ୍ୟାବିନେଟ୍ ବୈଠକ ପରେ ଗୃହମନ୍ତ୍ରୀ ଅମିତ ଶାହା ଶ୍ରୀ ଖଡଗେ ଏବଂ ଡକ୍ଟର ମନମୋହନ ସିଂହଙ୍କ ପରିବାରକୁ ଜଣାଇଥିଲେ ଯେ ସ୍ମାରକୀ ପାଇଁ ସରକାର ଜାଗା ପ୍ରଦାନ କରିବେ।

Leave a Reply

Your email address will not be published. Required fields are marked *