F8f04724 75dc 4078 A622 6985190fda47

ଭାରତରତ୍ନ ଅଟଳ ବିହାରି ବାଜପେୟୀଙ୍କ ଶତବାର୍ଷିକ ଜନ୍ମ ଜୟନ୍ତୀ ପାଳିତ

ରାଜ୍ୟ
Share

(କୁଜଙ୍ଗ/ରାହାମା/ପାରାଦ୍ଵୀପ)  : ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନନେତା ଭାରତରତ୍ନ ଅଟଳ ବିହାରି ବାଜପେୟୀଙ୍କ ଶତବାର୍ଷିକ ଜନ୍ମ ଜୟନ୍ତୀ ଅବସରରେ ରାହାମା ଠାରେ ଆଡ଼ମ୍ବର ସହକାରେ ପାଳନ କରାଯାଇଛି। ଏହି ଅବସରରେ ଅଟଳ ବିହାରୀ ଜନ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ସ୍ୱର୍ଗତ ଅଟଳଜିଙ୍କ ଆଦର୍ଶ ତଥା ରାଷ୍ଟ୍ର ପ୍ରତି ତାଙ୍କର ତ୍ୟାଗ ଓ ସମର୍ପଣ ବିଷୟରେ ଅତିଥି ମାନେ ବକ୍ତବ୍ୟ ରଖିଥିଲେ। ଦିନରେ ପ୍ରଦୀପ ପ୍ରଜ୍ବଳନ, ପ୍ରାସାଦ ସେବନ, ହନୁମାନ ଚାଳିଶା ପାଠ ଶହ ସନ୍ଧ୍ୟାରେ ସୁନାମଧନ୍ୟ କଳାକାର ମାନଙ୍କ ଦ୍ବାରା ଭଜନ ପରିବେଷଣ କରାଯାଇଥିଲା। ଏହି ଅବସରରେ ସଭାପତି ଶ୍ରୀ ସମୀର ଦାସ ସଭା ପରିଚାଳନା କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଆଇନିଜୀବୀ ପ୍ରଶାନ୍ତ ଦାସ, ଆର୍ଯ୍ୟସ୍ବାମୀ ଦାସ, ବାବାଜୀ ମହାପାତ୍ର, ଶ୍ରୀମତି ବିଚିତ୍ରା ଦାସ, ମନୋରମା ମହାପାତ୍ର, ସନ୍ତୋଷ ସ୍ୱାଇଁ, ପ୍ରତାପ ତାରେଣିଆ, ଟୁଲୁ ବିଶ୍ଵାଳ, ସବ୍ୟସାଚୀ ବରାଳ ପ୍ରଭୃତି ବିକଶିତ ଭାରତକୁ ସୁଦୃଢ଼ କରିବା ଦିଗରେ ଆଜିର ଯୁବପିଢୀ ଅଟଳଜିଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ନିଜ ନିଜ ବକ୍ତବ୍ୟ ମାଧ୍ଯମରେ ଆହ୍ଵାନ ଦେଇଥିଲେ। ସର୍ବଶେଷରେ ଅନୁଷ୍ଠାନର ଉପଦେଷ୍ଟା ଗତିକୃଷ୍ନ ଶତପଥି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ଏବଂ ଏହି ପବିତ୍ର ଅବସରରେ ରାହାମା ଏହାର ଆଖପାଖ ଅଞ୍ଚଳର କୃଷକ ଏବଂ ଜନସାଧାରଣଙ୍କ ଆବଶ୍ୟକତା ଲକ୍ଷରଖି ରାହାମା ଠାରେ ଏକ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ରରେ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଥିଲା।

Leave a Reply

Your email address will not be published. Required fields are marked *