Minister 1 750x430

ଲଘୁଚାପ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଆଶ୍ଵାସନା ଦେଲେ ମନ୍ତ୍ରୀ

ରାଜ୍ୟ
Share

ରାଜନଗର: ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରବିବାର କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଗସ୍ତ କରି ଲଘୁଚାପ ବର୍ଷାରେ କ୍ଷତିଗ୍ରସ୍ତ ଚାଷଜମି ଓ ଚାଷୀଙ୍କୁ ଭେଟିଛନ୍ତି। ଚାଷୀମାନେ ମନ୍ତ୍ରୀଙ୍କୁ ନଷ୍ଟ ହୋଇଯାଇଥିବା ଓ ଗଜା ହୋଇଯାଇଥିବା ଧାନ ଗଛଗୁଡ଼ିକ ଧରି ଦେଖାଇଥିଲେ। କେତେକ ଚାଷୀ ମନ୍ତ୍ରୀଙ୍କ ଆଗରେ କାନ୍ଦି ପକାଇଥିଲେ। ମନ୍ତ୍ରୀ ଶ୍ରୀ ପାତ୍ର ଚାଷୀମାନଙ୍କୁ ସାନ୍ତ୍ଵନା ଦେଇ ସମସ୍ତ କ୍ଷତିଗ୍ରସ୍ତଙ୍କୁ ନିଶ୍ଚିତ କ୍ଷତିପୂରଣ ମିଳିବ ବୋଲିି କହିଛନ୍ତି।

ସୂଚନାଯୋଗ୍ୟ ଗତ ୨୦ ତାରିଖରୁ ୨୭ ତାରିଖ ମଧ୍ୟେର ଦୁଇ ଦୁଇଥର ଦୁଇଦିନ ଲାଗି ଅଦିନିଆ ବର୍ଷା ହୋଇ ଚାଷୀଙ୍କର ବିପୁଳ କ୍ଷୟକ୍ଷତି ଘଟାଇଛି | ବିଲରେ ପାଚିଲା ଧାନ କାଟିଥବା ବେଳେ ସେସବୁ କୁ ଚାଷୀ ଉଠାଇ ପାରିନଥିଲେ | ଫଳରେ ପାଣି ପଶି ଧାନସବୁ ଗଜା ହୋଇ ଗଲାଣି | ଏବର୍ଷ ଧାନ ଫସଲ ଭଲ ହୋଇଥିଲେ ବି ଅଦିନିଆ ବର୍ଷା ସବୁ କିଛି ସାରି ଦେଇଛି ବୋଲି ଅନେକ ଚାଷୀ ମନଦୁଃଖ କରି କହିଛନ୍ତି |

Leave a Reply

Your email address will not be published. Required fields are marked *