ଆମେରିକାରେ ଭାରତର ସଂସଦ ଓ ସେନଗୋଲକୁ ଅପମାନିତ କଲେ ରାହୁଳ ଗାନ୍ଧି

ନୂଆଦିଲ୍ଲୀ : ବିଦେଶ ମାଟିରେ ବିଜେପି ଶାସିତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ନୂଆ ପାର୍ଲାମେଣ୍ଟ ଭବନ ଉଦ୍‌ଘାଟନକୁ ନେଇ କରିଛନ୍ତି କଡ଼ା ସମାଲୋଚନା। ଏଥିସହ ନୂଆ ସଂସଦ ଭବନରେ ସେଙ୍ଗୋଲ୍ ବା ରାଜଦଣ୍ଡ ସ୍ଥାପନକୁ ସମାଲୋଚନା କରି ଏହା ଏକ ଡ୍ରାମା ବୋଲି କହିବାକୁ ପଛାଇ ନାହାନ୍ତି ରାହୁଲ ଗାନ୍ଧି। ପ୍ରକୃତ ସମସ୍ୟାକୁ ନଜର ହଟାଇବାକୁ ବିଜେପି ଏପରି ଚାଲ ରଚିଥିବା ସେ ଖୁଲମଖୁଲା କହିଛନ୍ତି। ଗତକାଲିଠୁ ଯୁକ୍ତରାଷ୍ଟ୍ର ଆମେରିକା […]

ସଂପୂର୍ଣ୍ଣ ପଢନ୍ତୁ

ରେସଲରଙ୍କ ପାଇଁ କାଲି ଚାଷୀ ସଂଗଠନର ବଡ଼ ମହାପଞ୍ଚାୟତ

ନୂଆଦିଲ୍ଲୀ : ଦେଶର ଷ୍ଟାର ରେସଲରମାନେ କରୁଥିବା ବିକ୍ଷୋଭ ଉପରେ ବଡ଼ ନିଷ୍ପତ୍ତି ନେବାକୁ ଆସନ୍ତାକାଲି ଚାଷୀ ସଂଗଠନ ପକ୍ଷରୁ ମହାପଞ୍ଚାୟତ ବସିବ। ଦୀର୍ଘ ମାସ ହେଲାଣି ରେସଲରମାନେ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣି ବିକ୍ଷୋଭ କରୁଛନ୍ତି। ଏହା ସତ୍ତ୍ୱେ ପୁଲିସ୍‌ ତାଙ୍କ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ। ଏହାକୁ ଦୃଷ୍ଟିରେ ରଖି ଚାଷୀ ସଂଗଠନ ପକ୍ଷରୁ […]

ସଂପୂର୍ଣ୍ଣ ପଢନ୍ତୁ

ଦେଶର ଅଭିବୃଦ୍ଧି ହାର ୭.୨%

ନୂଆଦିଲ୍ଲୀ : ଦେଶର ଜିଡିପି ଅଭିବୃଦ୍ଧି ହାର ୭.୨% ରହିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତି ୭.୨% ହାରରେ ବୃଦ୍ଧି ପାଇଛି। ଏହାର ପୂର୍ବ ବର୍ଷରେ ଦେଶର ଅଭିବୃଦ୍ଧି ହାର ୯.୧% ରହିଥିଲା। ଅଭିବୃଦ୍ଧି ହାର ହ୍ରାସ ପାଇଥିଲେ ମଧ୍ୟ ଆରବିଆଇ କରିଥିବା ଆକଳନକୁ ଏହା ମାତ ଦେଇଥିବା ସରକାର କହିଛନ୍ତି। ଆରବିଆଇ ଆକଳନ କରିଥିଲା ଯେ ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୭% ରହିବ। ତେବେ ଯଦି ଏହି ଆକଳନକୁ […]

ସଂପୂର୍ଣ୍ଣ ପଢନ୍ତୁ

୨୦୧୩ ଭଳି ସ୍ଥିତି ନାହିଁ, ନିଜକୁ ମଜବୁତ କରିଛି ଭାରତ: ମୋର୍ଗାନ ଷ୍ଟାନଲୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧୀନରେ ଭାରତ ନିଜକୁ ବଦଳାଇଛି। ବିଶ୍ୱସ୍ତରରେ ନିଜର ସ୍ଥିତିକୁ ମଜବୁତ କରିଛି ଓ ଏସିଆ ଏବଂ ବିଶ୍ୱର ଅଭିବୃଦ୍ଧିରେ ପ୍ରମୁଖ ସଦସ୍ୟ ସାଜିଛି ବୋଲି ଆମେରିକୀୟ ବ୍ୟାଙ୍କିଂ ସଂସ୍ଥା ମୋର୍ଗାନ ଷ୍ଟାନଲୀ ତା’ ରିପୋର୍ଟରେ ଦାବି କରିଛି। ସଂସ୍ଥା ତା’ର ରିପୋର୍ଟରେ କହିଛି ଯେ “ଭାରତର ଅଭିବୃଦ୍ଧି କରିଛି। ବିଶେଷ କରି ବିଦେଶୀ ସଂସ୍ଥାର ପୁଞ୍ଜିନିବେଶ କ୍ଷେତ୍ରରେ ଭାରତ ଆଗରେ ରହିଛି। ୨୦୧୩ରେ ଭାରତ ଯାହା ଥିଲା ଏବେ ଏହା […]

ସଂପୂର୍ଣ୍ଣ ପଢନ୍ତୁ

ପୁଅ ଦେଲେ ସାକ୍ଷୀ, ହତ୍ୟାକାରୀ ମଦୁଆ ବାପାକୁ ହେଲା ଜେଲ୍‌

ନବରଙ୍ଗପୁର : କୋର୍ଟରେ ସାକ୍ଷୀ ଦେଲେ ପୁଅ। ଆଉ ବିଚାରପତିଙ୍କ ଆଗରେ ମଦୁଆ ବାପାର ବୀଭତ୍ସ ଓ କୁତ୍ସିତ ଚରିତ୍ର ବର୍ଣ୍ଣନା କରିଥିଲେ। ସେ ଦିନ ନିଜ ଆଖିରେ ଯାହା ଦେଖିଥିଲେ, ଟିକିନିଖି କଥା ଅବଗତ କରାଇଥିଲେ। ଆଉ ତା’ପରେ ରାୟ ଶୁଣାଇଲେ ବିଚାରପତି। ମାତୃହନ୍ତା ବାପାକୁ ଦେଲେ ଜେଲ୍‌ ଓ ଜରିମାନା। ଆଜି ଏପରି ଅଭିଯୋଗ ନବରଙ୍ଗପୁର ଜିଲ୍ଲାରୁ ଆସିଛି। ନବରଙ୍ଗପୁର ସହର ଉପକଣ୍ଠ ଦାରୁବନ୍ଧ ସାହି ପୋଖରୀ ହୁଡାରେ କୁଡ଼ିଆଟିଏ କରି ବାସ କରୁଥିଲା […]

ସଂପୂର୍ଣ୍ଣ ପଢନ୍ତୁ

ପରୀକ୍ଷାରେ କମ୍ ମାର୍କ ରହିଲା ବୋଲି ଜଣେ ଛାତ୍ରୀ ୩ ମହଲା ଉପରୁ ଡେଇଁଲା, ଅନ୍ୟଜଣେ ନଦୀକୁ ଡେଇଁଲେ

କଟକ : ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ମାର୍କ କମ୍‌ ରହିବାରୁ ମାନସୀକ ଭାରସାମ୍ୟ ହରାଇ ଦୁଇ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ। ଗୋଟିଏ ଘଟଣା ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ନୀଳଗିରି ଏନଏସି ସିମୁଳିଆ ଅଞ୍ଚଳରେ ଘଟିଥିବା ବେଳେ ଅନ୍ୟଟି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଘଟିଛି। ଆଜି ପରୀକ୍ଷା ଫଳ ପ୍ରକାଶର କିଛି ସମୟ ପରେ ଏହି ଘଟଣା ଘଟିଛି। ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ନୀଳଗିରି ଏନଏସି ସିମୁଳିଆ ଅଞ୍ଚଳର ଯୁକ୍ତ ୨ ଛାତ୍ରୀ ଜଣକ ନିଜ ୩ […]

ସଂପୂର୍ଣ୍ଣ ପଢନ୍ତୁ

କଟକ ବକ୍ସ ଡ୍ରେନ୍ ଟ୍ରାଜେଡ଼ି: ସିଏମ୍‌ସିର ୨ ସହକାରୀ ଯନ୍ତ୍ରୀ ସସ୍‌ପେଣ୍ଡ

କଟକ : କଟକ ବକ୍ସଡ୍ରେନ୍ ପାଇପ ସନ୍ଧିରେ ଫସି ନାବାଳିକା ମୃତ୍ୟୁ ଘଟଣାରେ କଟକ ମହାନଗର ନିଗମର(ସିଏମ୍‌ସି) ୨ ସହକାରୀ ଯନ୍ତ୍ରୀ ସସ୍‌ପେଣ୍ଡ। ସେମାନେ ହେଲେ ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ। ଡ୍ୟୁଟିରେ ଖିଲାପ ନେଇ ସସ୍‌ପେଣ୍ଡ କଲା ନଗର ଉନ୍ନୟନ ବିଭାଗ। ସୂଚନା ଥାଉକି, ଦି ଦିନରେ ଦୁଇ ଦୁଇଟି ଜୀବନ ଯିବା ପରେ ଚରମରେ ଲୋକଙ୍କ ଅସନ୍ତୋଷ। ବକ୍ସ ଡ୍ରେନ୍ ଟ୍ରାଜେଡିରେ ମୃତ ପ୍ଲସ-ଟୁ ଛାତ୍ରୀ ଏନ୍. ମୋହିନିଙ୍କ ମୃତ୍ୟୁ […]

ସଂପୂର୍ଣ୍ଣ ପଢନ୍ତୁ

ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ: ଆଗରେ ନୟାଗଡ଼, ବାଜି ମାରିଲେ ଛାତ୍ରୀ

ଭୁବନେଶ୍ବର : ଆଜି ପୂର୍ବାହ୍ନ ୧୧ଟାରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ବାହାରିଥିବା ବେଳେ ଫଳାଫଳ ବେଶ୍‌ ଉତ୍ସାହଜନକ ରହିଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ରେଜଲ୍ଟ ବେଶ୍‌ ଭଲ ହୋଇଥିବା ବେଳେ ଛାତ୍ରଙ୍କ ତୁଳନାରେ ଆଗରେ ଅଛନ୍ତି ଛାତ୍ରୀ। ଯୁକ୍ତ ଦୁଇ ବିଜ୍ଞାନରେ ୮୫.୬୭ ପ୍ରତିଶତ ଝିଅ ପାସ କରିଥିବା ବେଳେ ୮୪.୨୮% ପୁଅ ପାସ କରିଛନ୍ତି। ସେହିପରି ବାଣିଜ୍ୟରେ ୮୩.୮୭% ଝିଅ ପାସ୍ କରିଥିବା ବେଳେ ୭୯.୫୨% ପୁଅ ପାସ୍ କରିଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ

ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ୮୪.୯୩%, ବାଣିଜ୍ୟରେ ୮୧.୧୨%

ଭୁବନେଶ୍ବର : ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ। ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଗଣ ଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ଏଥର ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ୮୪.୯୩% ରହିଛି। ଚଳିତବର୍ଷ ବିଜ୍ଞାନରେ ୯୩,୭୩୪ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୭୮,୯୩୮ ପରୀକ୍ଷାର୍ଥୀ ପାସ କରିଛନ୍ତି। ପାସ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ […]

ସଂପୂର୍ଣ୍ଣ ପଢନ୍ତୁ

କଟକରେ ପୋଲ ଭୁଶୁଡ଼ି ନାବାଳିକା ଗୁରୁତର ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ

କଟକ: ପୁରୀଘାଟ ଥାନା ଅନ୍ତର୍ଗତ କେଶରପୁର ନିକଟରେ ଆଜି ଅପରାହ୍‌ଣ ସମୟରେ ପୋଲ ଭୁଶୁଡ଼ିବା କାରଣରୁ ଗୁରୁତର ହୋଇଥିବା ନାବାଳିକାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ନାବାଳିକା ହେଲେ କେଶପୁର ନୂଆ ରାଉସପାଟଣା ଅଞ୍ଚଳର ମୋହିନୀ ଦାସ (୧୭)। ସେ ଇମର୍ତ୍ତି ଦେବୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ୨ର ଛାତ୍ରୀ ଥିଲେ। ସୂଚନା ଅନୁସାରେ ଆଜି ଅପରାହ୍‌ଣରେ ନାବାଳିକା ଜଣକ ପାଇପ୍‌ ଡେଇଁ ପୋଲ ଉପରକୁ ଯାଉଥିଲେ। ଏହି ସମୟରେ ବକ୍ସ ଡ୍ରେନ୍ ଉପରେ […]

ସଂପୂର୍ଣ୍ଣ ପଢନ୍ତୁ