ବାଲେଶ୍ଵରରେ ପୂର୍ବତନ ବିଜେଡି ନେତା ତନ୍ମୟ ମହାନ୍ତିଙ୍କୁ ଛୁରାମାଡ଼

ବାଲେଶ୍ଵର: ବାଲେଶ୍ଵର ସହଦେବ ଖୁଣ୍ଟାର ପୂର୍ବତନ ବିଜେଡି ନେତା ତନ୍ମୟ ମହାନ୍ତିଙ୍କୁ ଛୁରାମାଡ଼ । ଛୁରାମାଡ଼ ପଛରେ ବିଜେଡି ରୁ ବହିଷ୍କୃତ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ଓ ସ୍ଥାନୀୟ ଠିକାଦାର ପ୍ରଭାତ ବିଶ୍ଵାଳ ଙ୍କ ହାତ ଥିବା ନେଇ କହିଛନ୍ତି ତନ୍ମୟ । ଆଜି ସକାଳୁ ତନ୍ମୟ ଘରୁ ବାହାରି ରାସ୍ତାରେ ଯାଉଥିବା ବେଳେ ତାଙ୍କୁ ପଛପଟୁ ଦୁଇ ଜଣ ଦୁର୍ବୁତ୍ତ ଆସି ଛୁରାମାଡ଼ କରି ସେଠାରୁ ଫେରାର ହୋଇ ଯାଇଥିଲେ । ଏହା […]

ସଂପୂର୍ଣ୍ଣ ପଢନ୍ତୁ

ବନ୍ଧୁକ ଦେଖାଇ ସୁନା ବ୍ୟବସାୟୀଙ୍କଠାରୁ ୮ଲକ୍ଷ ଟଙ୍କାର ଅଳଙ୍କାର ଲୁଟ୍

ବାଲେଶ୍ଵର :  ବାଲେଶ୍ଵର ରେମୁଣା ଥାନା ସପ୍ତସରା ନାଳ ନିକଟ ଘାସିମରା ପୋଲ ନିକଟରେ ଘଟିଛି ଏହି ଘଟଣା । ବନ୍ଧୁକ ଦେଖାଇ ସୁନା ବ୍ୟବସାୟୀଙ୍କଠୁ ୮ଲକ୍ଷର ଅଳଙ୍କାର ଲୁଟ୍ ହୋଇଛି । ବନ୍ଧୁକମୁନ ଓ ଫାଙ୍କା ଗୁଳିମାଡ଼ କରି ଏହି ସୁନା ଦୋକାନୀଙ୍କ ଠାରୁ ଅଳଙ୍କାର ଓ ଟଙ୍କା ଲୁଟ ହେବା ଘଟଣା ସାମ୍ନାକୁ ଆସିଛି । ତେବେ ଲୁଟର ଶିକାର ହୋଇଥିବା ବ୍ୟକ୍ତି ହେଲେ ରେମୁଣା ଅଞ୍ଚଳର ପ୍ରଶାନ୍ତ କମିଳା । ରେମୁଣା […]

ସଂପୂର୍ଣ୍ଣ ପଢନ୍ତୁ

କାର୍ଯ୍ୟକ୍ଷମ ହେଲା ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପର ସୋନପୁର-ଖମ୍ବେଶ୍ବରପଲ୍ଲୀ ମଧ୍ୟରେ ରେଳ ସେକ୍ସନ

ଭୁବନେଶ୍ଵର: ଶେଷ ହୋଇଛି ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ସୋନପୁର ଏବଂ ଖମ୍ବେଶ୍ୱରପଲ୍ଲୀ ମଧ୍ୟରେ ୧୦.୫୦ କିଲୋମିଟର ବିଶିଷ୍ଟ ବ୍ରଡ୍ ଗେଜ୍ ରେଳ ଲାଇନର ନିର୍ମାଣ କାର୍ଯ୍ୟ | ରେଳ ନିରାପତ୍ତା ଆୟୁକ୍ତ (ସିଆରଏସ) ୨୯ ଡିସେମ୍ବର ୨୦୨୩ରେ ଏହି ନୂତନ ଭାବେ ନିର୍ମିତ ରେଳ ଲାଇନକୁ ଯାଞ୍ଚ କରି ବିଭାଗର କାର୍ଯ୍ୟକାରିତା ପାଇଁ ଅନୁମତି ପ୍ରଦାନ କରିଛନ୍ତି | ସିଆରଏସ ନୂତନ ଭାବେ ନିର୍ମିତ ରେଳ ଟ୍ରାକ୍, ସିଗନାଲିଂ ସିଷ୍ଟମ୍, ବ୍ରିଜ୍ ଗୁଡିକର […]

ସଂପୂର୍ଣ୍ଣ ପଢନ୍ତୁ

ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ

ଭୁବନେଶ୍ଵର: ପାଣ୍ଡରା ସ୍ଥିତ ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣ ଘଟଣା । ଆଖିବୁଜିଲେ ଜଣେ ଆହତ । ୪ଜଣ ଆହତଙ୍କ ମଧ୍ୟରୁ ଆଜି ଚିକିତ୍ସାଧୀନ ଅବସ୍ଥାରେ ଜଣେ ଆହତଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳି ପାରିନି। ଏନେଇ ସୂଚନା ଦେଇଛନ୍ତି ଜୋନ୍‌-୨ ଏସିପି ଗୌତମ କିଶାନ । ସୂଚନା ଅନୁସାରେ, ୨ ଦିନ ତଳେ ହସ୍ପିଟାଲର ତୃତୀୟ ମହଲାରେ ଏକ ଏସିରେ ଗ୍ୟାସ୍‌ ଫିଲିଂ ବେଳେ ବିସ୍ଫୋରଣ ହୋଇଥିଲା । ଯେଉଁଥିପାଇଁ ନିଆଁ ଚାରିଆଡେ […]

ସଂପୂର୍ଣ୍ଣ ପଢନ୍ତୁ

ଡାଇନାମିକ୍ କୋଚିଙ୍ଗ ସେଣ୍ଟର୍ ରେ ପ୍ରତିଭା ସମ୍ମାନ ଉତ୍ସବ

ଝଙ୍କଡ଼ :  ଯେତେବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନରେ କେବଳ , ସିଲାବସ ଶିକ୍ଷାପ୍ରଦାନ କରାଯାଉଛି ଓ ଯାହାଫଳରେ ଛାତ୍ର ଛାତ୍ରୀ ମାନଙ୍କର ବୌଦ୍ଧିକ, ନୈତିକ ଓ ସାଂସ୍କୃତିକ ବିକାଶ ହୋଇ ପାରୁନାହିଁ। ତେବେ ଶିକ୍ଷାଦାନ ସହିତ ପିଲାମାନଙ୍କୁ ବଡ଼ ମଣିଷ, ଭଲମଣିଷ ଓ ଆଦର୍ଶମଣିଷ ଭାବରେ ଗଢି ତୋଳିବା ପାଇଁ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅଧିନ ବିରିତୋଳଗ୍ରାମ ସ୍ଥିତ ଡାଇନାମିକ କୋଚିଙ୍ଗ ସେଣ୍ଟର୍ ଏକ ନିଆରା ପ୍ରୟାସ କରିଥିବାର ଦେଖିବାକୁ ମିଳିଛି।ଏହି ଅନୁଷ୍ଠାନର ପ୍ରାଣପ୍ରତିଷ୍ଠାତା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ […]

ସଂପୂର୍ଣ୍ଣ ପଢନ୍ତୁ

ବିଜେଡି ସହ ହେବ ମୁହାଁମୁହିଁ ଲଢେଇ, ବୈଠକ ପରେ କହିଲେ ଜୟନାରାୟଣ

ଭୁବନେଶ୍ୱର: ବିଜେପି ପଦାଧିକାରୀ ବୈଠକ ଶେଷ ହେବା ପରେ ବଡ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ୨୦୨୪ ନିର୍ବାଚନ ପାଇଁ ବିଜେପିର ରଣନୀତିକୁ ନେଇ ଜୟନାରାୟଣ କହିଛନ୍ତି, ଜାନୁଆରୀ ୫ ପରେ ସଂଘର୍ଷ ଆରମ୍ଭ ହେବ । କାର୍ଯ୍ୟକର୍ତାଙ୍କ ମଧ୍ୟରେ ଘର ବଂଟନ ହେବ । ଜଣେ ଜଣେ କାର୍ଯ୍ୟକର୍ତାଙ୍କୁ ଗୋଟିଏ ଗୋଟିଏ ଘରର ଦାୟିତ୍ୱ ଦିଆଯିବ । କଂଗ୍ରସ ମୈଦାନରେ ନଥିବାରୁ ୨୦୨୪ରେ ବିଜେଡି ସହ ୱାନ ଟୁ […]

ସଂପୂର୍ଣ୍ଣ ପଢନ୍ତୁ

ପଦାଧିକାରୀ ବୈଠକ ପରେ ଅପରାଜିତାଙ୍କ ଦମ୍ଭୋକ୍ତି, ବିଜେଡି ସହ ଜୋରଦାର ହେବ ଲଢେଇ

ଭୁବନେଶ୍ୱର: ୨୦୨୪ରେ ବିଜେଡି ବିରୋଧରେ ଜୋରଦାର ଲଢେଇ ହେବ । ରାଜ୍ୟ ବିଜେପି ପଦାଧିକାରୀ ବୈଠକରେ ବିଜେପି ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ବୈଠକ ପରେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ବିଜେଡି ସହ କୌଣସି ମେଣ୍ଟ ନାହିଁ । ଯାହା ଦ୍ୱନ୍ଦ୍ୱ ଥିଲା ରାଜ୍ୟ ପ୍ରଭାରୀ ସୁନିଲ ବଂଶଲ ତାହା ଦୂର କରିଛନ୍ତି । ବିଜେପି କର୍ମୀ ତଥା ଲୋକଙ୍କ ମନରେ ଥିବା ବିଜେଡି-ବିଜେପି ମେଂଟ ଦୂର କରିବାକୁ ବଂଶଲ […]

ସଂପୂର୍ଣ୍ଣ ପଢନ୍ତୁ

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନୂତନ ନିର୍ଦ୍ଦେଶକ ହେଲେ ଡ଼. ମନୋରମା ମହାନ୍ତି

ଭୁବନେଶ୍ୱର: ଡକ୍ଟର ମନୋରମା ମହାନ୍ତି ହେଲେ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ । ଗୁଜରାଟ ଅହମ୍ମଦାବାଦର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ମନୋରମା ମହାନ୍ତିଙ୍କୁ ପଦୋନ୍ନତି ସହ ଏହି ନୂଆ ନିଯୁକ୍ତି ମିଳିଛି । ସେହିପରି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଥିବା ଡକ୍ଟର ଏଚ୍. ଆର ବିଶ୍ୱାସଙ୍କୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର କୋଲକାତାକୁ ବଦଳି କରାଯାଇଛି ।ମନୋରମା ମହାନ୍ତିଙ୍କ ଘର ଓଡ଼ିଶାରେ । ଉକ୍ରଳ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରୁ ସ୍ନାତକୋତର ହାସଲ ପରେ […]

ସଂପୂର୍ଣ୍ଣ ପଢନ୍ତୁ

କ୍ଷମତାକୁ ଆସିବାର ୨୪ ଘଣ୍ଟା ଭିତରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବାକୁ ଆଣିବୁ ଆଇନ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ବିଗୁଲ୍ ନବାଜିବା ପୂର୍ବରୁ ବିଜେପି ଦେଇଛି ଗ୍ୟାରେଣ୍ଟି । ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବାର ୨୪ଘଣ୍ଟା ମଧ୍ୟରେ ଅର୍ଡିନାନ୍ସ(ଅଧ୍ୟାଦେଶ) ଆଣି ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବାର ନିର୍ଭର ପ୍ରତିଶ୍ରୁତି ଦେଇଛି । କେବଳ ସେତିକି ନୁହେଁ ବାସହୀନଙ୍କୁ ପକ୍କାଘର, ସମସ୍ତଙ୍କୁ ଶୁଦ୍ଧ ପାନୀୟ ଜଳ, କଲେଜରେ ଛାତ୍ର ସଂସଦ ନିର୍ବାଚନ, ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଭଳି ପଦକ୍ଷେପ ମଧ୍ୟ ଅର୍ଡିନାନ୍ସ ଆକାରରେ ଆଣିବ। ଆଜି ବିଜେପି ରାଜ୍ୟ ସଭାପତି ମନମୋହନ […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶା ପାଇଁ ମାଷ୍ଟର ପ୍ଲାନ୍‌; ଦାୟିତ୍ୱରେ ରହିବେ ମୋଦି, ଶାହ ଓ ରାଜନାଥ

ଭୁବନେଶ୍ୱର:ଓଡ଼ିଶା ଦଖଲ ପାଇଁ ବିଜେପିର କ୍ଲଷ୍ଟର ପ୍ଲାନ୍‌। ମେଣ୍ଟ ନୁହେଁ, ଏକା ଲଢ଼ିବ ବିଜେପି। ଦାୟିତ୍ୱରେ ରହିବେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଲୋକସଭା ନୁହେଁ, ଫୋକସରେ ରହିବ ବିଧାନସଭା। ଆଜି ରାଜ୍ୟ ପଦାଧିକାରୀ ଓ ଜିଲ୍ଲା ସଭାପତିଙ୍କ ବୈଠକରେ ଏହି ବାର୍ତ୍ତା ଦେଇଛନ୍ତି କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ।ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ […]

ସଂପୂର୍ଣ୍ଣ ପଢନ୍ତୁ