ନୂଆଦିଲ୍ଲୀ: ଛତିଶଗଡ଼ର ବାଲୋଦରେ ଗତ ବୁଧବାର ରାତିରେ ଏକ ଭୟାବହ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତ୍ୟୁ ହୋଇଥିବା ୧୧ଜଣଙ୍କ ମଧ୍ୟରୁ ଗୋଟିଏ ପରିବାରର ୧୦ଜଣ ରହିଛନ୍ତି। ଏଥିରେ ଜଣେ ଦେଢ଼ବର୍ଷର ଶିଶୁର ଜୀବନ ବି ଚାଲି ଯାଇଥିବା ଜଣାପଡ଼ିଛି। କୁହାଯାଉଛି କି ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ଲୋକ ଏକ ବିବାହ ଉତ୍ସବରେ ସାମିଲ ହେବାକୁ ଯାଉଥିଲେ।
ସୂଚନାଯୋଗ୍ୟ, ଏହି ଭୟାବହ ଦୁର୍ଘଟଣାରେ ଧରମରାଜ ସାହୁଙ୍କ ବଡ଼ ପୁଅ କେଶବ ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାନଭାଇଙ୍କ ପୂରା ପରିବାର ଶେଷ ହୋଇଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ନାମ କେଶବ ସାହୁ, ଡୋମେଶ ଧ୍ରୁବ, ଟୋମିନ ସାହୁ, ସଂନ୍ଧ୍ୟା ସାହୁ, ରମା ସାହୁ, ଶୈଳେନ୍ଦ୍ର ସାହୁ, ଲକ୍ଷ୍ମୀ ସାହୁ, ଧରମରାଜ ସାହୁ, ଉଷା ସାହୁ, ଯୋଗୟାଂଶ ସାହୁ ଓ ଈଶାନ ସାହୁ ବୋଲି ଜଣାପଡ଼ିଛି।
ଏହି ଦୁର୍ଘଟଣା କାଂଙ୍କେର ନ୍ୟାସନାଲ ଜାତୀୟ ରାଜପଥର ଜଗତରା ନିକଟରେ ଘଟିଥିଲା। ପୁଲିସ ଏସପି ଜିତେନ୍ଦ୍ର କୁମାର ଯାଦବ କହିଛନ୍ତି, ‘ଗତ ବୁଧବାର ରାତିରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ସମସ୍ତ ଲୋକ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ମରକାଟୋଲା ଯାଉଥିଲେ। ଘଟଣାସ୍ଥଳରୁ ସମସ୍ତଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି।