ଝଙ୍କଡ଼ (୯/୫) : ଜଗତସିଂହପୁରଜିଲ୍ଲା ତିର୍ତ୍ତୋଲବ୍ଲକ ଅଧିନ ଗୋବିନ୍ଦପୁର ପଞ୍ଚାୟତ କାର୍ଯାଳୟ ପରିସରରେ ଗତ ମଙ୍ଗଳବାର ଅପରାହ୍ନ ରେ ଡାକବିଭାଗ ତରଫରୁ ଏକ ଡାକସେବା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ଉପଲକ୍ଷେ ଆୟୋଜିତସଭା ରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସମାଜସେବୀ ଭାସ୍କର ଚନ୍ଦ୍ର ନାୟକ ଓ଼ ସମ୍ମାନିତ ଅତିଥିଭାବେ କଟକ ଡାକବିଭାଗ ଅଧିକ୍ଷକ ଗଜେନ୍ଦ୍ରପ୍ରସାଦ କର , ଜଗତସିଂହପୁର ଆଇ, ପି ପି ବି ବ୍ରାଞ୍ଚ ମ୍ୟାନେଜର ଶୁଭଙ୍କର ମହାପାତ୍ର, କୁଜଙ୍ଗ ଆଇ ପି ଓ଼ ରଜନୀକାନ୍ତ ବାରିକ ଓ଼ ସାରଳା ସଂସ୍କୃତିଗବେଷକ ରମାକାନ୍ତ ରାଉଳ ପ୍ରମୁଖ ଯୋଗଦେଇ , ଉପସ୍ଥିତଲୋକମାନଙ୍କୁ ଭାରତୀୟଡାକ ସେବାର ଆବଶ୍ୟକତା ଓ଼ ଉପାଦେୟତା ଉପରେ, ତଥ୍ୟଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିଲେ |
ବିଶେଷକରି ସୁକନ୍ୟା ସମୃଦ୍ଧିଯୋଜନା ,ବରିଷ୍ଟନାଗରିକ ସଞ୍ଚୟ ଯୋଜନା , ଡାକଘର ସଞ୍ଚୟ ବ୍ୟାଙ୍କ, ମହିଳାସମ୍ମାନ ସଞ୍ଚୟ ସାଟିଫିକେଟ , ଓ଼ ଗ୍ରାମୀଣ ଡାକ ଜୀବନବୀମା ସମ୍ପର୍କରେ ବିଭାଗୀୟଅଧିକାରୀ ମାନେ ସରଳ ଓ଼ ପ୍ରାଞ୍ଜଳ ଭାବରେ ବିଶ୍ଳେଷଣ କରିଥିବାର ଦେଖିବାକୁ ମିଳିଥିଲା | ସଭାପୂର୍ଵରୁ ମା ସାରଳାଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ ଓ଼ ଜାତୀୟସଂଗୀତଗାନ କରାଯାଇଥିଲା | ପ୍ରିୟଙ୍କାପ୍ରିୟଦର୍ଶିନୀ ସାହୁ ଙ୍କ ସଂଯୋଜନା ରେ ଆୟୋଜିତ ସଭାରେ ଅଜୟକୁମାର ପରିଡା ଏକ ସୁନ୍ଦର ଡାକସଙ୍ଗୀତଗାନ କରିବାସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ |
ପ୍ରଶ୍ନୋତ୍ତରକାର୍ଯ୍ୟକ୍ରମ ରେ ଉପସ୍ଥିତମହିଳାମାନଙ୍କୁ ସେମାନଙ୍କ ପ୍ରଶ୍ନର ଯଥାର୍ଥଉତ୍ତର ପ୍ରଦାନ କରିଥିଲେ ଅର୍ଥନୀତି ବିଶାରଦ ଚନ୍ଦ୍ରକାନ୍ତ ବାରିକ , ପରିଶେଷରେ ମେଲ ଓଭରସିୟର ଅମରେନ୍ଦ୍ର ପଲେଇ ଧନ୍ୟବାଦଅର୍ପଣ କରିଥିଲେ | ତେବେ ଏହିସମସ୍ତ କାର୍ଯ୍ୟକ୍ରମକୁ ଡାକବିଭାଗୀୟ କର୍ମଚାରୀ ସୁଭାଷିନୀ ପଣ୍ଡା , ଆରାଧନା ପତି ଓ଼ ପୁନମକୁଲୁ ପ୍ରମୁଖ ପରିଚାଳନାକ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ |