ଓଡ଼ିଶାରେ ୫୧,୨୬୦ ନକଲି ମୋବାଇଲ୍‌ ସିମ୍ କାର୍ଡ ବାତିଲ

ରାଜ୍ୟ
Share

ଭୁବନେଶ୍ବର: ଟେଲିକମ୍ୟୁନିକେସନ ବିଭାଗ (ଡିଓଟି) ଟେଲିକମ୍ ସିମ୍ ସବସ୍କ୍ରାଇବର ଯାଞ୍ଚ ପାଇଁ ନକଲି/ଜାଲ୍ ମୋବାଇଲ୍ ସଂଯୋଗକୁ ବିଶ୍ଳେଷଣ, ଚିହ୍ନଟ ଏବଂ ବିଚ୍ଛିନ୍ନ କରିବା ପାଇଁ ଏଏସଟିଆର ନାମକ ଫେସିଆଲ୍ ରେକଗନିସନ୍ ଟୁଲକୁ କାର୍ଯ୍ୟକାରୀ କରିଛି। ଏହା ସହାୟତାରେ ସାଇବର ଅପରାଧକୁ କମ୍ କରାଯାଇପାରିବ। ଏହା ସମସ୍ତ ଟେଲିକମ୍ ସେବା ପ୍ରଦାନକାରୀ (ଟିଏସପି) ର ମିଳିତ ଗ୍ରାହକ ଡାଟାବେସ୍ ବିଶ୍ଳେଷଣ କରିଥାଏ ଏବଂ ନକଲି ମୋବାଇଲ୍ ସଂଯୋଗଗୁଡ଼ିକୁ ଚିହ୍ନଟ କରେ। ସିଷ୍ଟମ୍ ଗ୍ରାହକ ଚିତ୍ର ଗୁଡିକ ବ୍ୟବହାର କରେ ଏବଂ ଅନ୍ୟ ଗ୍ରାହକ ଚିତ୍ର ଗୁଡ଼ିକ ସହିତ ଏହାର ତୁଳନା କରେ। ଫଳସ୍ବରୂପ ସେହି ବ୍ୟକ୍ତିଙ୍କ ଭିନ୍ନ ନାମ ସହିତ ସମାନ ଚିତ୍ରର ଏକ ଆଉଟପୁଟ୍ ସୃଷ୍ଟି ହୁଏ।
ଓଡିଆର ବିଭିନ୍ନ ଟେଲିକମ୍ ଅପରେଟରଙ୍କ ଦ୍ବାରା ଜାରି କରାଯାଇଥିବା ୫୨,୦୮୮ ସନ୍ଦିଗ୍ଧ ମୋବାଇଲ୍ ସଂଯୋଗକୁ ଏଏସଟିଆର ଚିହ୍ନଟ କରିଛି। ଟେଲିକମ୍ୟୁନିକେସନ ବିଭାଗ, ଓଡିଶାର ନିର୍ଦ୍ଦେଶ ଅନୁଯାୟୀ, ଏହି ସନ୍ଦିଗ୍ଧ ମୋବାଇଲ୍ ସଂଯୋଗ ସଂପୃକ୍ତ ଟେଲିକମ୍ ଅପରେଟରଙ୍କ ଦ୍ବାରା ପୁନଃଯାଞ୍ଚ କରାଯାଇଥିଲା ଏବଂ ଫଳସ୍ୱରୂପ ୫୧,୨୬୦ ସଂଯୋଗ ନକଲି ବୋଲି ଜଣାଯାଇଥିଲା ଯାହାକୁ ବିଚ୍ଛିନ୍ନ କରାଯାଇଥିଲା। ବିଶ୍ଳେଷଣ ଉପରେ ଆଧାର କରି, ମୋଟ ୨୪୧୭ ନୋ ପଏଣ୍ଟ ଅଫ୍ ସେଲ୍ସ (ପିଓଏସ)/ ସିମ୍ ବିକ୍ରେତା ଯେଉଁମାନେ ଏହି ଠକ କାର୍ଯ୍ୟକଳାପରେ ଜଡିତ ଥିଲେ ସେମାନଙ୍କୁ କଳା ତାଲିକାଭୁକ୍ତ କରାଯାଇଛି। ତଦନ୍ତ ତଥା ଅପରାଧୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସରେ ଏହି ଅଭିଯୋଗ କରାଯାଇଛି। ଉପରୋକ୍ତ ପଦକ୍ଷେପଗୁଡ଼ିକ ଓଡିଶାରେ ସାଇବର କ୍ରାଇମ୍ ସମେତ ବିଭିନ୍ନ ବେଆଇନ କାର୍ଯ୍ୟକଳାପ ପାଇଁ ଏହିପରି ନକଲି/ଜାଲ୍ ମୋବାଇଲ୍ ସଂଯୋଗର ବ୍ୟବହାରକୁ ରୋକିବାରେ ସାହାଯ୍ୟ କରିବ।

Leave a Reply

Your email address will not be published. Required fields are marked *