ମେ’ ୨୨ରେ ୩ ନୂଆ ମନ୍ତ୍ରୀ ନେବେ ଶପଥ !

ରାଜ୍ୟ
Share

ଭୁବନେଶ୍ବର: ରାଜ୍ୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଭିତରେ ବଡ ଖବର ଆସିଛି। ଆସନ୍ତା ୨୨ ତାରିଖ ଦିନ ନବୀନ ସରକାରଙ୍କ ନୂଆ ମନ୍ତ୍ରୀମାନେ ଶପଥ ନେବେ। ରାଜ୍ୟ ବାହାରକୁ ଯାଇଥିବା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ନିଜର ଗସ୍ତ ସାରି ରବିବାର (୨୦୨୩ ମେ’ ୨୧)ରେ ଫେରି ଆସୁଥିବା ସୂଚନା ମିଳିଛି। ରାଜ୍ୟପାଳ ଗସ୍ତ ସାରି ଫେରି ଆସିଲା ପରେ ସୋମବାର ସକାଳ ସାଢେ ୯ଟାରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଲୋକସେବା ଭବନର କନଭେନସନ୍ ହଲରେ ଏହି ଶପଥ ଗ୍ରହଣ ଉତ୍ସବର ଆୟୋଜନ ହେବ ବୋଲି ସୂଚନା ମିଳିଛି। ତେବେ କାହାକୁ କେଉଁ ବିଭାଗର ଦାୟିତ୍ୱ ମିଳିବ ସେ ନେଇ କୌଣସି ସୂଚନା ମିଳିପାରିନାହିଁ।
ସୂଚନାଯୋଗ୍ୟ ଯେ, ଗଣଶିକ୍ଷା ମନ୍ତ୍ରୀ ପଦରୁ ସମୀର ରଞ୍ଜନ ଦାଶ ଏବଂ ଶ୍ରମ ମନ୍ତ୍ରୀ ପଦରୁ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ପରେ ଏହି ଦୁଇଟି ମନ୍ତ୍ରୀ ପଦ ଖାଲି ପଡିଛି। ସେହିପରି ନବ ଦାସଙ୍କ ଦେହାନ୍ତ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ପଦର ଅତିରିକ୍ତ ଦାୟିତ୍ୱ ବି ନିରଞ୍ଜନ ପୂଜାରୀଙ୍କ ହାତରେ ରହିଛି। ତେଣୁ ରାଜ୍ୟ ସରକାରଙ୍କ ଏହି ୩ ମନ୍ତ୍ରୀ ପଦରେ ନୂଆ ଚେହେରାଙ୍କୁ ଦାୟିତ୍ୱ ମିଳିବାର ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *