ଏଏସ୍‌ଓ ମେରିଟ୍ ଲିଷ୍ଟ ଖାରଜ ହେବା ପରେ ଓପିଏସ୍‌ସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ମନୋନୀତ ପ୍ରାର୍ଥୀ

ରାଜ୍ୟ
Share

କଟକ: ଆସିଷ୍ଟାଣ୍ଟ ସେକ୍‌ସନ ଅଫିସର (ଏଏସଓ) ପାଇଁ ଅନୁଷ୍ଠିତ ପରୀକ୍ଷା ଫଳର ମେରିଟ ଲିଷ୍ଟ(ମେଧା ତାଲିକା)କୁ ହାଇକୋର୍ଟ ଖାରଜ କରିବା ପରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଏବେ ଅକଳରେ ପଡ଼ିଛି। ହାଇକୋର୍ଟ ଶୁକ୍ରବାର ଏହି ମାମଲା ନେଇ ଶୁଣାଣି କରିବା ପରେ ମେରିଟ ଲିଷ୍ଟରେ ସ୍ଥାନ ପାଇଥିବା ୧୧୦୪ ଜଣ ପରୀକ୍ଷାର୍ଥୀ ଚିନ୍ତାରେ ପଡିଛନ୍ତି। କଣ ହେବ ସେମାନଙ୍କ ଭବିଷ୍ୟତ ତାକୁ ନେଇ ଏବେ ସେମାନେ ଚିନ୍ତାରେ ଅଛନ୍ତି।
ସୂଚନାଯୋଗ୍ୟ, ଓଡ଼ିଶା ସଚିବାଳୟ ସେବା ନିୟମ ୨୦୧୬କୁ ଉଲ୍ଲଙ୍ଘନ କରି ମେରିଟ ଲିଷ୍ଟ ପ୍ରକାଶ ହୋଇଥିବା ନେଇ ଅଭିଯୋଗ କରି ହାଇକୋର୍ଟରେ ଆବେଦନ ଦାୟର ହୋଇଥିଲା। ଆସିଷ୍ଟାଣ୍ଟ ସେକ୍ସନ ଅଫିସରର ୭୯୬ ପଦ ପାଇଁ ଓଡ଼ିଶା ଲୋକସେବା ଆୟୋଗ ଜାରି କରିଥିବା ମେରିଟ ଲିଷ୍ଟକୁ ଶୁକ୍ରବାର ଦିନ ଖାରଜ କରିଦେଇଥିିଲେ। ଓଡ଼ିଶା ସଚିବାଳୟ ସେବା ନିୟମ ୨୦୧୬ କୁ ଓପିଏସସି ଉଲ୍ଲଙ୍ଘନ କରି ଏହି ମେରିଟ ଲିଷ୍ଟ ପ୍ରକାଶ କରିଥିବା ଦର୍ଶାଇ କୋର୍ଟ ଏହାକୁ ଖାରଜ କରିଦେଇଥିଲେ।

ତେବେ ଓପିଏସସିର ଭୁଲ ଯୋଗୁଁ ମେରିଟ ଲିଷ୍ଟରେ ସ୍ଥାନ ପାଇଥିବା ୧୧୦୪ ଜଣ ପରୀକ୍ଷାର୍ଥୀ ଏବେ ଚିନ୍ତାରେ ଅଛନ୍ତି। ୨୦୨୧-୨୨ ମସିହାରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସରର ୭୯୬ ପଦ ପାଇଁ ଓପିଏସସି ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ ଦେଢ଼ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ବିଜ୍ଞପ୍ତି ଅନୁଯାୟୀ ୧୧୦୪ ଜଣ ଚୟନ ହୋଇଥିବା ବେଳେ ଏବେ ସେମାନଙ୍କ ଭବିଷ୍ୟତ କଣ ହେବ ତାକୁ ନେଇ ସେମାନେ ଚିନ୍ତାରେ। ମେରିଟ ଲିଷ୍ଟରେ ସ୍ଥାନ ପାଇଥିବା ଶତାଧିକ ପରୀକ୍ଷାର୍ଥୀ ଓପିଏସସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ସେମାନଙ୍କୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି। ଏ ନେଇ ସେମାନେ ଓପିଏସସି ଅଧ୍ୟକ୍ଷ ଡ. ସତ୍ୟଜିତ ମହାନ୍ତିଙ୍କୁ ମଧ୍ୟ ଭେଟିଛନ୍ତି।

Leave a Reply

Your email address will not be published. Required fields are marked *