ନୂଆଦିଲ୍ଲୀ: ଆପଣ ନିୟମିତ ଭାବେ ଟ୍ରେନରେ ଯାତ୍ରା କରୁଛନ୍ତି କି? ଯଦି ହଁ, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି | ବାସ୍ତବରେ ରେଳ ମନ୍ତ୍ରାଳୟ ବନ୍ଦେ ଭାରତ ଟ୍ରେନ୍ ଏବଂ ଏସି ଚେୟାର କାର ଟ୍ରେନର ଭଡା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି | ରେଳ ମନ୍ତ୍ରଣାଳୟ ଟ୍ରେନ ପ୍ରତି ଅଧିକ ଯାତ୍ରୀଙ୍କୁ ଆକୃଷ୍ଟ କରିବାକୁ ଏସି ଚେୟାର କାରର ଭଡାରେ ରିହାତି ଦେବାକୁ ନିଷ୍ପତ୍ତି ନେଇଛି |ରିହାତି ପାଇଁ ମନ୍ତ୍ରାଳୟ, ଜୋନାଲ ରେଳବାଇକୁ ଅଧିକାର ଦେବ | ରେଳ ମନ୍ତ୍ରାଳୟର ଏହି ନିଷ୍ପତ୍ତି ପରେ ବନ୍ଦେ ଭାରତ ସମେତ ସମସ୍ତ ଟ୍ରେନର ଏସି ଚେୟାର କାର ଶ୍ରେଣୀର ଭଡା ୨୫ ପ୍ରତିଶତ ହ୍ରାସ ପାଇବ। ଏହି ରିହାତି ଭିସ୍ତାଡୋମ କୋଚ ସହିତ ଏସି ଚେୟାର କାର ସୁବିଧା ଥିବା ସମସ୍ତ ଟ୍ରେନରେ ପ୍ରଯୁଜ୍ୟ ହେବ |
ଭଡା ଉପରେ ରିହାତି ସର୍ବାଧିକ ୨୫ ପ୍ରତିଶତ ଦିଆଯିବ। ଅନ୍ୟପକ୍ଷରେ, ରିଜର୍ଭେସନ ଚାର୍ଜ, ସୁପର ଫାଷ୍ଟ ସରଚାର୍ଜ, ଜିଏସଟି ପୃଥକ ଭାବରେ ଆଦାୟ କରାଯିବ | ପ୍ରଥମ ପଦକ୍ଷେପ ସ୍ୱରୂପ ୩୦ ଦିନ ମଧ୍ୟରେ ଯେଉଁସବୁ ଟ୍ରେନରେ ୫୦ ପ୍ରତିଶତ ସିଟ ଖାଲି ରହୁଛି ତାହାକୁ ପ୍ରାଥମିକତା ଦିଆଯିବ | ଭଡା ଉପରେ ରିହାତି ଦେବାବେଳେ ଦୂରତା ଏବଂ ଭଡା ମଧ୍ୟ ବିଚାର କରାଯିବ | ଯେଉଁ ଯାତ୍ରୀମାନେ ତତ୍କାଳ ବୁକିଂ କରିଥିବେ ସେମାନଙ୍କୁ ରିହାତି ଦିଆଯିବ | ତେବେ ପୂର୍ବରୁ ବୁକିଂ କରିଥିବା ଯାତ୍ରୀମାନଙ୍କୁ ଭଡା ଫେରସ୍ତ କରାଯିବ ନାହିଁ। ତେବେ ପ୍ରତିଟି ଜୋନର ଅଧିକାରୀ ଭଡାରେ କେତେ ରିହାତି ଦେବେ ତାହା ବିଚାର କରିବେ ଓ ପରିବର୍ତ୍ତିତ ଭଡା ସେହି ଅନୁସାରେ ଆଦାୟ ହେବ |