୫-ଟି ସଚିବଙ୍କୁ ଅପରାଜିତାଙ୍କ ଟାର୍ଗେଟ : ଆମେ ଚାହୁଁଛୁ ସେ ଆହୁରି ବୁଲନ୍ତୁ, ବୁଲିଲେ ଲୋକଙ୍କ ଆକ୍ରୋଶ ଆହୁରି ବଢ଼ିବ

ରାଜ୍ୟ
Share

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତ ଷଡ଼ଙ୍ଗୀ ପୁଣି ଥରେ ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖକୁ ଯାଉ ନାହାନ୍ତି। ବରଂ ତାଙ୍କ ସ୍ଥାନରେ ଜଣେ ସଚିବ ଯାଉଛନ୍ତି ବୋଲି କହିଛନ୍ତି। ଖୋର୍ଦ୍ଧାରେ ଶନିବାର ଆୟୋଜିତ ବୁଥସ୍ତରୀୟ ବୈଠକରେ ଯୋଗଦେଇ ଶ୍ରୀମତୀ ଷଡ଼ଙ୍ଗୀ ନିଜ ଭାଷଣରେ ଏହା ପ୍ରକାଶ କରିଛନ୍ତି । ଏଥି ସହିତ ସେ କହିଛନ୍ତି ଯେ, ଆମେ ଚାହୁଁଛୁ ସେ ଆହୁରି ବୁଲନ୍ତୁ। ବୁଲିଲେ ଲୋକଙ୍କ ଆକ୍ରୋଶ ଆହୁରି ବଢ଼ିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଯେଉଁଠି ଥିବେ ସେ ଦୁଃଖ ଅନୁଭବ କରୁଥିବେ। ସ୍ବର୍ଗତ ବିଜୁବାବୁ ସ୍ଵାଭିମାନୀ ଲୋକ ଥିଲେ। ତାଙ୍କ ସାଥିରେ ଥିବା ଯେଉଁମାନେ ମିଶି ଏ ଦଳ ତିଆରି କରିଥିଲେ ସେମାନେ ସମସ୍ତେ ଦୁଃଖିତ, ଯାହାଙ୍କୁ ଜନତା ବାଛିଛନ୍ତି ସେମାନେ ସମସ୍ତେ ଗାୟବ, ସଚିବ ଓ ସରକାରୀ କର୍ମଚାରୀ ବୁଲି ବୁଲି ଘୋଷଣା କରୁଛନ୍ତି।
ସାଂସଦ ଅପରାଜିତା ପ୍ରଶ୍ନ କରିଛନ୍ତି ଯେ, ରାଜ୍ୟର ମୁଖ୍ୟ ଶାସନ ସଚିବ କୁଆଡ଼େ ଗଲେ? ସ୍ବାସ୍ଥ୍ୟ ସଚିବ କୋଉଠି ଅଛନ୍ତି? ସ୍ବାସ୍ଥ୍ୟ ମନ୍ତ୍ରୀ କେଉଁଠି? ହସ୍ପିଟାଲ ତଦାରଖ ହେଲେ ଓଡ଼ିଶାବାସୀ ଆଶା କରିବେ ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ ହସ୍ପିଟାଲ ଯାଆନ୍ତୁ। ସ୍କୁଲ ହେଲେ ମୁଖ୍ୟମନ୍ତ୍ରୀ ଯାଆନ୍ତୁ, ସଚିବ ଯାଆନ୍ତୁ। ଏହା ଓଡ଼ିଶାବାସୀଙ୍କ ପାଇଁ ଅପମାନ ସଦୃଶ ନୁହେଁ କି? ଓଡ଼ିଆମାନେ ମୂର୍ଖ ନୁହନ୍ତି, ନହେଲେ ଏଇ ପ୍ରକାରର ଅସନ୍ତୋଷ ହୋଇ ନଥାନ୍ତା।
ସେ ଆହୁରି କହିଛନ୍ତି, ଏପରି ହେବା ଦ୍ବାରା ସାମ୍ବିଧାନିକ ପଦର ଓ ସମ୍ବିଧାନର ଅମର୍ଯ୍ୟାଦା ହେଉଛି। ରାଜ୍ୟର ମୁଖ୍ୟ ଶାସନ ସଚିବ ଗସ୍ତରେ ଗଲେ କିଛି ହୁଅନ୍ତା ନାହିଁ। ନିର୍ବାଚିତ ପ୍ରତିନିଧି କେତେ ଲଜ୍ଜିତ ହେଉଛନ୍ତି। ପୁରୁଖା ନେତା ବାହାରକୁ ଆସି ସଚିବ ସ୍ତରର ସରକାରୀ କର୍ମଚାରୀଙ୍କ ନିନ୍ଦା କରୁନାହାନ୍ତି। ସେମାନେ ସମସ୍ତେ ଦୁଃଖ ପ୍ରକାଶ କରୁଛନ୍ତି। ପ୍ରତିଦିନ ସେମାନଙ୍କୁ ଅପମାନିତ କରାଯାଉଛି। ଆଶ୍ଚର୍ଯ୍ୟର କଥା ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀରେ ସେ ବିଜେଡିର ସଦସ୍ୟଙ୍କୁ ସମ୍ବୋଧିତ କଲେ। କିଏ ଅଧିକାର ଦେଲା? ମୁଁ କହିବି ଯଦି ହୁଳହୁଳି ଚନ୍ଦନ ଜିନ୍ଦାବାଦ ଦରକାର୍ ଆସନ୍ତୁ ସାମ୍ନାକୁ, ସରକାରୀ ଚାକିରି ଛାଡ଼ିକି ଆସନ୍ତୁ। ୨/୨.୫ ଲକ୍ଷ ଟଙ୍କାର ଦରମା ଛାଡିକି ଆସନ୍ତୁ। ମୁଖ୍ୟମନ୍ତ୍ରୀ ବୁଲିବା ପାଇଁ ଅସମର୍ଥ ଯଦି ଅଛନ୍ତି। ନିଶ୍ଚିତ ଭାବରେ ରାଜ୍ୟ ଶାସନ ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣ ବାହାରେ ଅଛି।

Leave a Reply

Your email address will not be published. Required fields are marked *