ଶ୍ରାବଣ ମାସ ଦ୍ୱିତୀୟ ସୋମବାର: ଜଳଲାଗି ପାଇଁ କାଉଡ଼ିଆଙ୍କ ଭିଡ଼

ରାଜ୍ୟ
Share

ଭୁବନେଶ୍ବର: ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର। ଏଥିଲାଗି ବିଭିନ୍ନ ଶୈବପୀଠରେ ଜଳଲାଗି ପାଇଁ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହୋଇଛି। କଟକର ବାବା ଧବଳେଶ୍ୱରଙ୍କ ପୀଠରେ ଜଳଲାଗି ପାଇଁ କାଉଡ଼ିଆଙ୍କ ଲମ୍ବା ଲାଇନ୍ ଲାଗିଛି। ସେପଟେ ଭଦ୍ରକର ଆରଡ଼ି ଆଖଣ୍ଡଳମଣିଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁ ଜଳଲାଗି କରିଛନ୍ତି। ସେହିପରି ରାଜଧାନୀର ଲିଙ୍ଗରାଜଙ୍କ ପୀଠରେ ମଧ୍ୟ କାଉଡ଼ିଆଙ୍କ ଗହଳି ଲାଗି ରହିଛି। ଏଣେ ଢେଙ୍କାନାଳର କପିଳାସରେ ବି ଜଳଲାଗି ପାଇଁ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହୋଇଛି।
ଗୋଟିଏ ଦିନରେ ସଂକ୍ରାନ୍ତି, ସୋମବାର ଓ ଚିତାଲାଗି ଅମାବାସ୍ୟ ପଡ଼ୁଥିବାରୁ ବାବାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *