ପୁଣି ବିଜେବି କଲେଜରେ ଅଶାନ୍ତି: ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ଅପରାଧ ରାଜ୍ୟ
Share

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରସ୍ଥିତ ବକ୍ସି ଜଗବନ୍ଧୁ ବିନାୟକ (ବିଜେବି) ସ୍ବୟଂଶାସିତ ମହାବିଦ୍ୟାଳୟରେ ପୁଣି ଥରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ଦୁଇ ଗୋଷ୍ଠୀ ମଧ୍ୟରେ ଶୁକ୍ରବାର ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। କମେଣ୍ଟମରାକୁ କେନ୍ଦ୍ର କରି ଦୁଇ ଛାତ୍ରଙ୍କୁ ଆକ୍ରମଣ ହୋଇଛି। ଆମ୍ବେଦକର ହଷ୍ଟେଲ ଛାତ୍ର ଆକ୍ରମଣ କରିଥିବା ନେଇ ଅଭିଯୋଗ ପରେ ଦୁଇ ଗୋଷ୍ଠୀ ପକ୍ଷରୁ ବଡ଼ଗଡ଼ ଥାନାରେ ଏତଲା ହୋଇଛି।

ଅଭିଯୋଗ ଅନୁସାରେ ଗଣ୍ଡଗୋଳ ଘଟଣାରେ ୩ ଜଣ ଯୁକ୍ତ ୩ ଛାତ୍ର ଆହତ ହୋଇଛନ୍ତି। ଗୁରୁବାରର କମେଣ୍ଟମରା ଘଟଣାକୁ ନେଇ ପ୍ରିନ୍ସିପାଲଙ୍କୁ ଜଣାଇବାରୁ ମାଡ଼ ହୋଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ବାରମ୍ବାର ଆମ୍ବେଦକର ହଷ୍ଟେଲରେ ଗଣ୍ଡଗୋଳ ନେଇ ଆଭିଯୋଗ ଆସୁଛି। ଯିଏ ବି ସମ୍ପୃକ୍ତ ଥିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ଜୁଲାଇ ୪ ତାରିଖରେ ବିଜେବି ଓ ମହର୍ଷିରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌, ହଣାକଟା ହୋଇଥିଲା। ମହର୍ଷି କଲେଜର ଜଣେ ଦ୍ବିତୀୟ ବର୍ଷ ବିଜ୍ଞାନ ଛାତ୍ରକୁ ବିପକ୍ଷ ଗୋଷ୍ଠୀର ଜଣେ ଯୁବକ ଓ ତା’ ସହଯୋଗୀମାନେ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଦୁର୍ବୃତ୍ତମାନଙ୍କ ଆତଙ୍କ ଏଭଳି ଥିଲା ଯେ ଦିନ ଦି’ପହରେ ଶହଶହ ଲୋକଙ୍କ ଆଖି ଆଗରେ ଏ ଘଟଣା ଘଟିଥିଲେ ହେଁ ସେମାନଙ୍କୁ ବାଧା ଦେବାକୁ କେହି ସାହସ ଜୁଟାଇ ପାରିନଥିଲେ। ଅଟକାଇବା ତ ଦୂରର କଥା, ସାଧାରଣ ଲୋକ ବି ଜୀବନ ବିକଳରେ ଧାଇଁ ପଳାଇଥିଲେ। ଏହା ପୂର୍ବରୁ ବିଜେବି କଲେଜରେ ଜଣେ ନେତାଙ୍କ ଜନ୍ମଦିନକୁ ପାଳନ କରାଯିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଛକାପଞ୍ଝା ଜୁଲାଇ ୪ ତାରିଖରେ ଉଗ୍ର ରୂପ ନେଇଥିଲା। ଉଭୟ ଗୋଷ୍ଠୀ କ୍ୟାମ୍ପସ୍‌ରେ ମାର୍‌ପିଟ୍‌ ହେବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। କଲେଜ ଭିତରେ ସମାଧାନ ହୋଇ ନପାରିବାରୁ କଥା ଥାନାକୁ ଯାଇଥିଲା।

Leave a Reply

Your email address will not be published. Required fields are marked *