କଟକ ସଦର : ରବିବାର ପାରିବାରିକ କଳହର କରୁଣ ପରିଣତି ଯୋଗୁଁ କମିଶନରେଟ କନ୍ଦରପୁର ଥାନା ଅନ୍ତର୍ଗତ ଦଣ୍ଡୁଆସିପଡା ଗ୍ରାମର ପ୍ରକାଶ ପ୍ରଧାନ କମିଶନରେଟ ସଦର ଥାନା ଅନ୍ତର୍ଗତ ସଇଁଦା ସିଢୁଆ ନଈକୁ ନିଜର ଏକ ୯ ମାସର ଶିଶୁ କନ୍ୟାକୁ ଧରି ଆତ୍ମହତ୍ୟା ପାଇଁ ଡେଇଁ ପଡ଼ିଥିଲେ। ଏହା ଦେଖି ପତ୍ନୀ ମଧ୍ୟ ପାଣିକୁ ଝାମ୍ପ ଦେଇ ଥିଲେ।ହେଲେ ସ୍ଥାନୀୟ ଲୋକେ ଝିଅ ଓ ମା’ଙ୍କୁ ଉଦ୍ଧାର କରି ଥିବା ବେଳେ ଶିଶୁ କନ୍ୟାର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାକୁ କଟକ ଶିଶୁଭବନ ଆଇସିୟୁରେ ଭର୍ତ୍ତି କରାଯାଇଛି।
ନିଖୋଜ ପ୍ରକାଶଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ନଈରେ ଖୋଜାଖୋଜି ଚଳାଇଥିବା ବେଳେ ସୋମବାର ଦିନ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଛି।ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବକୁ ପୋଷ୍ଟମର୍ଟମ ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଯାଇଛି।