କଟକ ସଦର(୨୦/୦୮) : କଟକ ସଦର ଅନ୍ତର୍ଗତ ଧରିଣା ପଞ୍ଚାୟତ ତଥା ଧରିଣା ଗ୍ରାମର ଵାପି ଓରଫ ପ୍ରଣବ ପ୍ରକାଶ ମହାଳି ସିଆରପିଏଫ ଜବାନ ଭାବେ ମଣିପୁରରେ କାର୍ଯ୍ୟରତ ଥିବା ସମୟରେ ଗତ ଶୁକ୍ରବାର ରାତିରେ ହୃଦଘାତରେ ପରଲୋକ ଗମନ କରିଥିଲେ।
ଆଜି ରବିବାର ତାଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ କନ୍ଦରପୁର ଠାରୁ କମାପୁର,ପାରାଵିଲ୍, କମରପଦା ଦେଇ ଏକ ବିରାଟ ଶୋଭାଯାତ୍ରାରେ ଧରିଣାକୁ ନିଆଯାଇ ରାଷ୍ଟ୍ରୀୟ ସମ୍ମାନ ଗାର୍ଡ ଅଫ୍ ଅନର୍ ଦିଆଯିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଶଵ ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିବା ବେଳେ କନ୍ଦରପୁର ଓ କିଶନନଗର ଥାନା ପୋଲିସ ଶୋଭାଯାତ୍ରାକୁ ଶୃଙ୍ଖଳିତ କରିଥିଲେ।